ସାଧାରଣ ଖାଉଟିଙ୍କୁ ମାଣ୍ଡିଆ ବଣ୍ଟନରେ ଅନିୟମିତତା: ଓଜନରେ କରୁଥିଲେ ହେରଫେର, ଧରାପଡ଼ି…

ପାରଳାଖେମୁଣ୍ଡି,୧୩।୭(ଗିରିଧାରୀ ପରିଛା): ଗଜପତି ଜିଲା ମୋହନା ବ୍ଳକର ଚାନ୍ଦିପୁଟ ପଞ୍ଚାୟତରେ ସରକାରଙ୍କ ଖାଉଟି କଲ୍ୟାଣ ବିଭାଗ ତରଫରୁ ପ୍ରତି ହିତାଧିକାରୀମାନଙ୍କ କାର୍ଡ ପିଛା ୧.୭୫୦ ଗ୍ରାମ ମାଣ୍ଡିଆ ଯୋଗାଣ ବ୍ୟବସ୍ଥା କରାଯାଇଛି । ହେଲେ ଯୋଗାଣ ସହାୟକ ବଦ୍ରିନାଥ ନାୟକ ଜାଣିଶୁଣି ଅଖା ଓଜନ କାଟୁଥିବା କହି ଖାଉଟି ମାନଙ୍କୁ କାର୍ଡ ପିଛା ଆନୁମାନିକ ୧ କେଜିର ମାଣ୍ଡିଆ ଦେଉଥିଲେ । ଖାଉଟିମାନେ ବାହାରକୁ ଯାଇ ଅନ୍ୟ ଦୋକାନରେ ଓଜନ କରିବାରେ ୧.୨ କିଗ୍ରା ଥିବା ଜଣାପଡିଥିଲା । ଯାହାକୁ ନେଇ ଖାଉଟି ମାନଙ୍କ ମଧ୍ୟରେ ତୀବ୍ର ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏ ନେଇ ବ୍ଳକ ଯୋଗାଣ ଅଧିକାରୀଙ୍କୁ ସମସ୍ୟା ଜଣାଇବା ସହ ପଞ୍ଚାୟତରେ ଆସି ହୋହାଲ୍ଲା କରିଥିଲେ । ତେବେ ସେଠାରେ ଯୋଗାଣ ସହାୟକ ନିଜ ଭୁଲ ସ୍ବିକାର କରିବା ସହ ଯାନ୍ତ୍ରିକ ତୃଟି ଯୋଗୁ ଏଭଳି ଘିଟିଥିବା ପ୍ରକାଶ କରିଛନ୍ତି। ଏହା ସହ ଆସିଥିବା ହିତାଧିକାରୀଙ୍କୁ ୧.୨ କିଗ୍ରା ବଦଳରେ .୭୫୦ ଗ୍ରାମ ମାଣ୍ଡିଆ ବଣ୍ଟନ କରିଛନ୍ତିି । ଚାନ୍ଦିପୁଟ ଗ୍ରାମପଞ୍ଚାୟତର ସରକାରୀ ସୂଲଭ ମୂଲ୍ୟ ଦୋକାନରେ ପୁର୍ବରୁ ଅନେକ ଥର ଖାଦ୍ୟ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅନିୟମିତା ହେଉଥିବା ଘଟଣା ନଜିର ରହିଛି। ତେବେ ପୁଣି ଏହି ଘଟଣା ଘଟିବା ପରେ ଜନସାଧାରଣ ପାଇଁ ଆସୁଥିବା ଖାଉଟି ସାମଗ୍ରୀକୁ ଅସାଧୁ ଉପାୟରେ ବାଟମାରଣା ହେଉଥିବା ପଦାରେ ପକାଉଛି । ଏନେଇ ହିତାଧିକାରୀମାନେ ଅସନ୍ତୋଷ ପ୍ରକଟ କରିବା ସହ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ଅନ୍ୟ ପକ୍ଷରେ ପଞ୍ଚାୟତର ସୂଚନା ଫଳକରେ କୈାଣସି ମାର୍ଗଦର୍ଶିକା ମଧ୍ୟ ଉଲ୍ଲେଖ କରାଯାଉ ନ ଥିବା ଦେଖିବାକୁ ମିଳିଛି । ଯୋଗାଣ ସହାୟକ ଓ ବିଭାଗୀୟ ଅଧିକାରୀଙ୍କ ମିଳିତଭାବରେ ସରକାର ଖାଉଟି ସାମଗ୍ରୀ ବାଟମାରଣା ହେଉଥିବା ଠକାମୀର ଶିକାର ହୋଇଥିବା ଶିବରାମ ସାହୁଙ୍କ ସହ ଅନେକ ଖାଉଟି ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍

ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...

ଭଟାପଲା, ବିଜାପାଟିରେ ଧାନ କିଣା ଆରମ୍ଭ: ପ୍ରଥମ ଦିନରେ ୧୩ ଚାଷୀଙ୍କ ଉଠିଲା ଧାନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Video: ଅନ୍ଧାଧୁନ କରିଚାଲିଥିଲେ ଗୁଳିମାଡ଼, ମାଡି ବସିଲେ ସାହାସୀ ଯୁବକ

ସିଡନୀ,୧୪।୧୨: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବିଚ୍ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡ ଯୋଗୁ ଆତଙ୍କ ଖେଳିଯାଇଛି। ଦୁଇଜଣ ବନ୍ଧୁକଧାରୀଙ୍କ ଅନ୍ଧାଧୁନ ଗୁଳିମାଡ଼ ଭିତରେ ଜଣେ...

ନୀତିନ ନବୀନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୧୨: ନୀତିନ ନବୀନ ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ନୀତିନ ନବୀନ ଜଣେ ଯୁବ ନେତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri