ପଞ୍ଚାୟତ ସମିତି ସଭା ଗୃହ ନିର୍ମାଣରେ ଅନିୟମିତତା: ବିନା ସୂଚନା ଫଳକର ବିଡ଼ିଓଙ୍କ ଆଖି ସାମ୍ନାରେ ସରକାରୀ ନିୟମ ଉଲଘଂନ

ଥୁଆମୂଳ ରାମପୁର,୨୮।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଛି। ଉକ୍ତ ନୂତନ କୋଠା ନିର୍ମାଣ ପାଇଁ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ଏବଂ ନିର୍ମାଣର ସମୟ ସୀମା କେଉଁ ଯାଏ ରହିଛି ତାହା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକରେ ଦର୍ଶାଇବାକୁ ବ୍ଲକ୍ ପରିସରରେ ହେଉଥିବା କାମର ସୂଚନା ଦେବାକୁ ବ୍ଲକ୍ ପ୍ରଶାସନ ଭୁଲିଯାଇଛି। ଏ ନେଇ ଜନସାଧାରଣ ଅନ୍ଧକାରରେ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଅସନ୍ତୋଷର ଧୂଆଁ କୁହୁଳୁଛି।

ନୂତନ ସଭାଗୃହ ନିର୍ମାଣ ପାଇଁ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଗତ ଜୁଲାଇ ୨୦୨୪ରେ ଡିଏମଏଫ୍ ପାଣ୍ଠି ରୁ ୬୩ ଲକ୍ଷ୍ୟ ୭୪ ହଜାର ୩ ଶହ ୮୯ ଟଙ୍କା ବ୍ୟୟ ଅଟକଳରେ ହିତେଶ କୁମାର ଶର୍ମା ନାମକ “ବି” ଶ୍ରେଣୀ ଠିକା ସଂସ୍ଥାଙ୍କୁ ଏହି କାମର ଟେଣ୍ଡର ମିଳିଥିବା ଯାହା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସାଲ୍କୋ ହେମ୍ବ୍ରମ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ନୂତନ କୋଠା ନିର୍ମାଣ ଆରମ୍ଭ ହୋଇ ଇତି ମଧ୍ୟରେ ୬ମାସ ସମୟ ଅତିକ୍ରାନ୍ତ ହୋଇଯାଇଛି ହେଲେ ବିନା ସୂଚନା ଫଳକରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ଦିନଠୁ ହିଁ ନିର୍ମାଣକାରୀ ସଂସ୍ଥାର ଉଦ୍ଦେଶ୍ୟ ସନ୍ଦେହ ଘେରରେ ରହିଥିବା ବେଳେ ଏ ଯାଏ ତାହା ବଳବତ୍ତର ରହିଛି। ଏ କ୍ଷେତ୍ରରେ ସ୍ଥାନୀୟ ବ୍ଲକ୍ ପ୍ରଶାସନ ବା ପୂର୍ତ୍ତ ବିଭାଗର ଦାୟିତ୍ୱହୀନତାକୁ ମଧ୍ୟ ବିଭିନ୍ନ ମହଲରେ ଦାୟୀ କରାଯାଉଛି। ଏଣୁ ଲୋକଙ୍କ ଅବଗତି ସକାଶେ ସୂଚନା ଫଳକ ମାରି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ସହ ଲୋକସେବାରେ ବିନିଯୋଗ କରିବା ପାଇଁ ସାଧାରଣରେ ଦାବି ହେଉଛି।

ଏହି ବ୍ଲକ୍ ରେ ୨୪ ଗୋଟି ଗ୍ରାମ ପଞ୍ଚାୟତ ଅଛି ଏବଂ ଏହି ସମିତି ସଭା ଗୃହଠାରେ ବିଭିନ୍ନ ବିଭାଗର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ନିର୍ବାଚିତ ଜନପ୍ରତିନିଧି ତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥାନ୍ତି। ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ କର୍ଯ୍ୟସ୍ଥଳାଲେ ସୂଚନା ଫଳକ ଲାଗିବା ସହ ସରକାରୀ ନିୟମ ଅନୁସାରେ ସଠିକ୍ କାମ କରିବା ପାଇଁ ସାଧାରଣରେ ଦାବି ହେଉଛି।

ଏସଂପର୍କରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ ସୂଚନା ଫଳକ ଲାଗିବା ପାଇଁ ଭୂଳିଯାଇଥିବେ ମୁଁ କହିଦେଉଛି ଫଳକ ଲଗାଇଦେବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଥିଲେ । ଏନେଇ ପୂର୍ବ ଓ ବର୍ତ୍ତମାନ୍ ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲୀପ କୁମାର ପଟେଲ ଏବଂ ସାଲ୍କୋ ହେମ୍ବ୍ରମଙ୍କୁ ପଚାରିବାରୁ ସେ ମଧ୍ୟ ସମାନ ଉତ୍ତର ରଖିବା ଘଟଣା ଉପରେ ସନ୍ଦେହ ସୃଷ୍ଟି କରିଛି ।

ତେଣୁ ନିଜେ ବ୍ଲକ୍ ସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ବା ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହେଉଥିବା କୋଠା ନିର୍ମାଣରେ ଏପ୍ରକାର ଅନିୟମିତତା ତେବେ ଅନ୍ୟ କାମ ମାନଙ୍କରେ କେମିତି ଅନିୟମିତତା ହେଉନଥିବ ବୋଲି ବିଭିନ୍ନ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

ଧାନ କିଣାବିକା ମନ୍ଥର: ସପ୍ତାହରେ ଉଠିଛି ୭.୧୧ ହଜାର ପ୍ୟାକେଟ

ଅତାବିରା,୬ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଅଚଳାବସ୍ଥା ଲାଗି ରହିଛି। ନଭେମ୍ବର ୨୮ତାରିଖରୁ ମଣ୍ଡି ଖୋଲିଛି ସତ, ହେଲେ ଏପର୍ଯ୍ୟନ୍ତ ଅତାବିରା...

ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri