କେନାଲ କାମରେ ଅନିୟମିତତା: କାମକୁ ସପ୍ତାହେ ପୂରିନି, କେନାଲ କଂକ୍ରିଟ୍‌ରେ ଫାଟ

ଲୋଇସିଂହା,୨୪ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ୍‌ ସାଲେଭାଟ ଅଙ୍ଗ ମୁଖ୍ୟକେନାଲ ଓ ହରଭଙ୍ଗା ମାଇନର କେନାଲର ଉନ୍ନତୀକରଣ କାର୍ଯ୍ୟ ଜାରି ରହିଛି। ହେଲେ କେନାଲ କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। କେନାଲ କାନ୍ଥ ଓ ତଳ କଂକ୍ରିଟ୍‌କରଣର କାମ ସପ୍ତାହେ ନ ପୂରୁଣୁ କଂକ୍ରିଟ୍‌ରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ଫଳରେ ଏହାର ସ୍ଥାୟିତ୍ୱକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ଉଠିଛି।
ସୂଚନା ଅନୁଯାୟୀ, ଜଳସେଚନ ବିଭାଗ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷରୁ ଗାଇଖାଇ ଅଙ୍ଗ ମୁଖ୍ୟ କେନାଲ ଓ ହରଭଙ୍ଗା ମାଇନର କେନାଲର ଉନ୍ନତୀକରଣ କାମ ହାତକୁ ନିଆଯାଇଛି। ଗାଇଖାଇରୁ ବାହାରିଥିବା ମୁଖ୍ୟ କେନାଲ କାମ ସରିଯାଇଛି। ଏବେ ଆଗଲପୁର ବ୍ଲକ୍‌ ହରଭଙ୍ଗା ମାଇନର କେନାଲରୁ ଡୁମେରପାଲି ପର୍ଯ୍ୟନ୍ତ ପ୍ରାୟ ୫ କିମି କେନାଲ କାମ ଚାଲିଛି। ଏହି କାମ ପାଇଁ ୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ହରଭଙ୍ଗା ମାଇନର କେନାଲରେ ସଂଯୁକ୍ତ ଥିବା ଲୋଇସିଂହା ବ୍ଲକ୍‌ ବାଦିବାହାଲ ପଞ୍ଚାୟତର ବିଶାଳପାଲି ଓ କଠାରପାଲି ଅଞ୍ଚଳରେ ବିଭାଗ ପକ୍ଷରୁ ସପ୍ତାହେ ପୂର୍ବରୁ କେନାଲ କାମ କରାଯାଇଛି। କେନାଲ କାନ୍ଥରୁ ହାଲୁକା ମାଟି ନ ହଟାଇ ତାହା ଉପରେ ପଲିଥିନ ପକାଇ କଂକ୍ରିଟକରଣ କରିଦିଆଯାଉଛି। ସେହିପରି ତଳ କଂକ୍ରିଟ୍‌କରଣବେଳେ ମଧ୍ୟ ମାଟି ସମାନତା ନ କରି ସମାନ ଢଙ୍ଗରେ କଂକ୍ରିଟକରଣ କରାଯାଉଛି। ଜଳସେଚନ ବେଳେ ତଳ କଂକ୍ରିଟକରଣ ଯେପରି କ୍ଷତି ନ ହେବ ସେଥିପାଇଁ କଂକ୍ରିଟ ତଳ ଏକ ପାଇପ ଓ ଭାଲ୍‌ଭ ବସାଇବା କୁଆଡେ ନିୟମ ରହିଛି ା ବକଟି ଅଞ୍ଚଳରେ ପଥୁରିଆ ମାଟିକୁ ହଟାଇ ସମତଳ କରି ପାଇପ ଓ ଭାଲଭ ବସାଯାଇଛି ା କିନ୍ତୁ ବିଶାଳପାଲି ଓ କଠାରପାଲି ଅଞ୍ଚଳରେ ପାଇପ ନ ବସାଇ ଉପର ଠାଉରିଆ ଭାବେ ଦୂରତା ରକ୍ଷା କରି ଭାଲ୍‌ଭଗୁଡିକୁ ଥୁଆଯାଇଛି। ସେହି ଭାଲ୍‌ଭ ମଧ୍ୟ କଂକ୍ରିଟ୍‌ରେ ଜାମ୍‌ ହୋଇ ନ ଥିବାରୁ ତାହା ଖୋଲା ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଏହି ସବୁ ଅନିୟମିତତା ଓ କଂକ୍ରିଟକରଣର ସପ୍ତାହେ ନ ପୁରୁଣୁ କଂକ୍ରିଟ୍‌ରେ ଫାଟକୁ ନେଇ ଚାଷୀ ଏବଂ ଜନସାଧାରଣରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ପ୍ରମୋଦ ବାଗ୍‌ କହିଛନ୍ତି, ମୁଁ ବଲାଙ୍ଗୀର ଜିଲାମୁଖ୍ୟାଳୟକୁ ବଦଳି ହୋଇଛି। ଏବେ ଛୁଟିରେ ଅଛି। ଫେରିଲା ପରେ ପଚରାଉଚରା ଓ କ୍ଷେତ୍ର ପରିଦର୍ଶନ କରି ଜଣାଇବି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ୨୫ ଦିନ ପରେ ହୋଇପାରିବ ସିଲିଣ୍ଡର ବୁକିଂ, ତେବେ ଗାଁ ପାଇଁ କ’ଣ ରହିଛି ନିୟମ? ସଂସଦରେ ସରକାର ଦେଲେ ଉତ୍ତର

ନୂଆଦିଲ୍ଲୀ,୧୨।୩: ସଂସଦରେ ଗ୍ୟାସ ସଙ୍କଟ ସମ୍ପର୍କରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ କହିଥିଲେ ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଏଲପିଜି ସିଲିଣ୍ଡର ଅଛି ଏବଂ ଭୟଭୀତ ହେବାର…

ଯୁଦ୍ଧରୁ ଏହି ଦେଶକୁ ମିଳୁଛି ବମ୍ଫର ଫାଇଦା, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୧୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ବାଧା ସୃଷ୍ଟି କରିଛି। ସଂଘର୍ଷରେ ସିଧାସଳଖ ଜଡିତ ଦେଶଗୁଡ଼ିକ ସାମରିକ ଅଭିଯାନ…

ଯୁଦ୍ଧ ଭିତରେ ଇରାନକୁ କେତେଥର ଫୋନ କରିଛି ଭାରତ, ବଡ଼ କଥା କହିଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୨।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଭାରତ ସରକାର କୂଟନୈତିକ ଏବଂ ମାନବୀୟ ସ୍ତରରେ ସକ୍ରିୟ ଭାବରେ ନିୟୋଜିତ ଅଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ…

ଭାଇରାଲ ଗର୍ଲ ମୋନାଲିସାଙ୍କୁ ବିବାହ କରିଥିବା ଫରମାନ କିଏ? କ’ଣ କରନ୍ତି? କେମିତି ହେଲେ ମୋନାଲିସାଙ୍କ ଜୀବନସାଥି? ଜାଣନ୍ତୁ…

ମୁମ୍ବାଇ,୧୨।୩: ମହାକୁମ୍ଭ ମେଳା ୨୦୨୫ ପରେ ରାତାରାତି ଭାଇରାଲ ହୋଇଥିବା ମୋନାଲିସା ପୁଣି ଥରେ ଶିରୋନାମାରେ ଅଛନ୍ତି। ଏହାର କାରଣ ହେଉଛି ତାଙ୍କ ବିବାହ। ପ୍ରକୃତରେ, ମୋନାଲିସା…

ଆକ୍ସନରେ ଭାରତ ସରକାର, ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କମିଟି, ଜାଣନ୍ତୁ କ’ଣ କରାଯିବ

ନୂଆଦିଲ୍ଲୀ,୧୨।୩: ଇରାନରେ ଚାଲିଥିବା ସଙ୍କଟକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିବା ଏବଂ ସମ୍ଭାବ୍ୟ ପ୍ରଭାବର ମୁକାବିଲା କରିବା ପାଇଁ ଏକ…

ଓଡ଼ିଶାରେ ସରିଯିବ କି ଗ୍ୟାସ? ଜାଣନ୍ତୁ କ’ଣ କହିଲେ ବିଧାୟକ

ଭୁବନେଶ୍ୱର,୧୨।୩: ସାଧାରଣ ଖାଉଟୀଙ୍କ ରୋଷେଇ ଘରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ସିଧା ଅଭାବ ପଡିଛି। ଏଲପିଜି ସିଲିଣ୍ଡରର ଅଭାବ ପାଇଁ ଅଚଳାବସ୍ଥା ସୃଷ୍ଟି ହେଲାଣି। ଯୁଦ୍ଧ ପ୍ରଭାବରୁ ଗ୍ୟାସ…

ଆର୍‌ଏନ୍‌. ରବି ପଶ୍ଚିମବଙ୍ଗର ୨୨ତମ ରାଜ୍ୟପାଳ ଭାବେ ନେଲେ ଶପଥ

କୋଲକାତା,୧୨।୩: କୋଲକାତା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସୁଜୟ ପାଲ୍‌ କୋଲକାତାସ୍ଥିତ ଲୋକଭବନରେ ଆର୍‌.ଏନ୍‌. ରବିଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ଶପଥ ପାଠ କରାଇଛନ୍ତି। ଶପଥ ପାଠ…

ନବରାତ୍ରୀ ପୂର୍ବରୁ ସୃଷ୍ଟି ହେଉଛି ରାଜଯୋଗ, ମେଷ-ମିଥୁନ ସମେତ ଏହି ରାଶିର ବ୍ୟକ୍ତି ହେବେ ମାଲାମାଲ୍!

ରାଜଯୋଗ ଏବଂ ଧନ ଯୋଗର ଗ୍ରହ ସୂର୍ଯ୍ୟ, ଏହି ମାସର ୧୫ ତାରିଖରେ ନିଜର ରାଶି ପରିବର୍ତ୍ତନ କରିବେ। ପ୍ରାୟ ୧ଟା୦୮ ସମୟରେ, ସୂର୍ଯ୍ୟ କୁମ୍ଭ ରାଶିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri