ଆବାସ ଯୋଜନାରେ ଅନିୟମିତତା

ନୟାଗଡ଼,୬।୧୧ (ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବଡ଼ଗୋରଡା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଲାଞ୍ଚ ଦେଲେ ବିଲ୍‌ ମିଳୁଛି ବୋଲି ଅଭିଯୋଗ ହେଉଛି। ଲାଞ୍ଚ ଦେଲେ ହିତାଧିକାରୀଙ୍କ ଘର ଅସମ୍ପୂର୍ଣ୍ଣ ଥିଲେ ବି କାଗଜାତରେ ସମ୍ପୂର୍ଣ୍ଣ ହୋଇ ଫାଇନାଲ ବିଲ୍‌ ପେମେଣ୍ଟ ହେଉଛି । ପୁଣି ପ୍ରଥମ ପର୍ଯ୍ୟାୟ ଘରର କାମ ହୋଇଥିବାବେଳେ ୨ୟ ପର୍ଯ୍ୟାୟ ବିଲ୍‌ ମିଳୁଛି । ସ୍ଥାନୀୟ ଗ୍ରାମ ରୋଜଗାର ସେବକ(ଜିଆରଏସ୍‌) ଏପରି କାରନାମା କରୁଥିବା ବଡଗୋରଡା ସରପଞ୍ଚ ଓଡ଼ଗାଁ ବିଡିଓ, ନୟାଗଡ଼ ଜିଲାପାଳ, ଜିଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଫେରାଦ୍‌ ହୋଇଛନ୍ତି । ଘଟଣାର ଗୁରୁତ୍ୱକୁ ଆଖି ଆଗରେ ରଖି ଜିଲାପାଳ ଓ ଜିଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଏନେଇ ବଡଗୋରଡା ସରପଞ୍ଚ ତ୍ରିଲୋଚନ ଦଳେଇ କୁହନ୍ତି,ମୋର କାହାରକୁ ହଇରାଣ କରିବାର ନାହିଁ । ମୁଁ ଅନୁସନ୍ଧାନରୁ ଜାଣି ପାରିଛି ମୋ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଘର କରୁଥିବା ହିତାଧିକାରୀଙ୍କଠାରୁ ୫ ହଜାର ଟଙ୍କା ଲେଖାଏଁ ଆଦାୟ ହେଉଛି । ଯେଉଁ ହିତାଧିକାରୀ ଲାଞ୍ଚ ଦେଉଛନ୍ତି ତାଙ୍କ ବିଲ୍‌ ସୁବିଧାରେ ମଞ୍ଜୁର ହୋଇ ଯାଉଛି। ଓଆର୧୫୪୬୦୧୫୪୪ ରେଜିଷ୍ଟେଶନ ରେ ଥିବା ହିତାଧିକାରୀଙ୍କ ଘର ଅସମ୍ପୂର୍ଣ୍ଣ ରହିଛି। ବାହାର ପାର୍ଶ୍ୱ ସମ୍ପୂର୍ଣ୍ଣ ହୋଇଥିବାର ଫଟୋ ଦେଖାଇ ଗତ ସେପ୍ଟେମ୍ବର ୨୩ରେ ଅସମ୍ପୂର୍ଣ୍ଣ ଘରକୁ ଫାଇନାଲ ବିଲ୍‌ କରାଯାଇଛି । ଓଆର୧୫୨୭୫୩୭୮୮ ରେଜିଷ୍ଟେଶନ ହିତାଧିକାରୀ ୨ୟ ପର୍ଯ୍ୟାୟ କାମ ନ କରି ୨ୟ ପର୍ଯ୍ୟାୟର ବିଲ୍‌ ଅକ୍ଟୋବର ୨୩ରେ ପାଇଛନ୍ତି। ଓଆର୧୫୩୭୯୭୮୧୮ ରେଜିଷ୍ଟେଶନ ହୋଇଥିବା ହିତାଧିକାରୀଙ୍କ ଠାରୁ ଜିଆରଏସ୍‌ ସ୍ମୃତି ରଞ୍ଜନ ନାୟକ ୫ ହଜାର ଟଙ୍କା ନେବାର ସ୍ବୀକାର କରୁଥିବାର ଭିଡିଓ ରେକଡିଂ ମଧ୍ୟ ମୋ ପାଖରେ ଅଛି । ସେହିଭଳି ଲାଞ୍ଚ ସମ୍ପର୍କରେ ହିତାଧିକାରୀଙ୍କ ଭିଡିଓ ମଧ୍ୟ ରହିଛି । ସେହିପରି ପଞ୍ଚାୟତର ଅନେକ ହିତାଧିକାରୀ ଘରକୁ ସମ୍ପୂର୍ଣ୍ଣ କରି ନ ଥିଲେ ମଧ୍ୟ ଅସମ୍ପୂର୍ଣ୍ଣ ଘରକୁ ଜିଆରଏସ୍‌ ସମ୍ପୂର୍ଣ୍ଣ ହୋଇଛି ବୋଲି ସରକାରୀ ରିପୋର୍ଟରେ ଦର୍ଶାଇଛନ୍ତି । ୪ମାସ ମଧ୍ୟରେ ଆବାସ ଯୋଜନାର ଘର ସମ୍ପୂର୍ଣ୍ଣ ହୋଇଥିଲେ ସରକାରଙ୍କ ୨୦ ହଜାର ଟଙ୍କା ବୋନସ ଦେଉଛନ୍ତି । ଏଣୁ ବୋନସ ପାଇବାକୁ ଆଖି ଆଗରେ ରଖି ଅସମ୍ପୂର୍ଣ୍ଣ ଘରକୁ ସମ୍ପୂର୍ଣ୍ଣ ଦର୍ଶାଯାଉଛି। ମୋ ପଞ୍ଚାୟତରେ ଆଭାସ ଯୋଜନାର ଅନିୟମିତତା ନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ ତଦନ୍ତରେ କାହିଁକି ବିଳମ୍ବ କରାଯାଉଛି ଜାଣି ନାହିଁ । ଜିଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ସୂଚାରୁ ବଳ କୁହନ୍ତି, ଜିଆରଏସ୍‌ ସ୍ମୃତି ରଞ୍ଜନ ନାୟକଙ୍କ ବିରୋଧରେ ଅଭିଯୋଗ ମିଳିଛି । ଆବାସ ଯୋଜନା ଦୁର୍ନୀତି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜିଆରଏସ୍‌ଙ୍କୁ ସରପଞ୍ଚ ହାଇରାଶ କରୁଥିବାର ଅଭିଯୋଗ ମିଳିନି । ଜିଆରଏସ୍‌ ଙ୍କ ଅଭିଯୋଗ ମିଳିଲେ ପ୍ରଶାସନ ମଧ୍ୟ ଏହାର ତଦନ୍ତ କରିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri