ମନରେଗାରେ ଅନିୟମିତତା ଜାରି:ମେଶିନ କରୁଛି କାମ, ଏନଏମଏମଏସ୍‌ରେ ଅପଲୋଡ ହେଉଛି ଜାଲ ଫଟୋ

ଦେବଗଡ, ୧୪/୫(ଶଶାଙ୍କ ଶେଖର ଝାଙ୍କର):ଗତ କିଛିମାସ ହେଲା ମନରେଗା ଯୋଜନାର ନିର୍ମାଣ କାର୍ଯ୍ୟରେ ଅନିୟମିତତା ନେଇ ତିଲେଇବଣି ବ୍ଲକ ଅନ୍ତର୍ଗତ ତାଳକୁଣ୍ଡି ଗ୍ରାମପଞ୍ଚାୟତ ଚର୍ଚ୍ଚାରେ ରହିଆସିଛି । ଶ୍ରମିକମାନଙ୍କୁ କର୍ମ ନିଯୁକ୍ତି ଯୋଗାଇବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାରେ ସମସ୍ତ ନୀତି ନିୟମକୁ ଉଲ୍ଲଙ୍ଘନ କରି ଶ୍ରମିକମାନଙ୍କୁ ନିୟୋଜିତ କରା ନ ଯାଇ ମେଶିନ ସହାୟତାରେ ରାସ୍ତା ଘାଟ ଓ ପୋଖରୀ ଆଦିର ଉନ୍ନତିକରଣ ଏବଂ ପୁନରୁଦ୍ଧାର କାର୍ଯ୍ୟ କରାଯାଉଛି । ଏନେଇ ଗ୍ରାମ ପଞ୍ଚାୟତର ଏଡିଇଓ (ଆକାଉଣ୍ଟାଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର) ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି କନିଷ୍ଠ ଯନ୍ତ୍ରୀ, ବ୍ଲକ ଉନ୍ନୟନ ଅଧିକାରୀ, ଜିଲା ପରିଷଦର ଉନ୍ନୟନ ଓ ମୂଖ୍ୟ କାର୍ଯ୍ୟର୍ନିବାହୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଆସୁଛି । ଏନେଇ ଖବର କାଗଜରେ ମଧ୍ୟ ନିୟମିତ ଭାବେ ପ୍ରମାଣ ସହିତ ଖବର ପ୍ରକାଶିତ ହୋଇ ଆସୁଛି । ମାତ୍ର ବିଡମ୍ବନାର ବିଷୟ ଏହା ଯେ, ଏଥିରେ କୋଣସି ସୁଧାର ଆସିବା ପରିବର୍ତ୍ତେ ପୂର୍ବବତ ମେଶିନ ସାହାଯ୍ୟରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଫଳରେ କାମଧନ୍ଦା ଅଭାବରୁ ହାତ ବାନ୍ଧି ବସିଥିବା ଶ୍ରମିକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଏଭଳି ଅନିୟମିତତାରେ ଗ୍ରାମ ପଞ୍ଚାୟତର ଏଡିଇଓ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି କନିଷ୍ଠ ଯନ୍ତ୍ରୀ ଓ ସହକାରୀ ନିର୍ବାହୀଙ୍କ ପର୍ଯ୍ୟନ୍ତ ସମସ୍ତେ ସାମିଲ ଥିବା ସାଧାରଣରେ ଅଭିଯୋଗ ହେଉଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ଦୋଷ ଦୁର୍ବଳତାକୁ ଲୁଚାଇବା ନିମନ୍ତେ ମନରେଗା ଯୋଜନାରେ ସ୍ବଚ୍ଛତା ଆଣିବାକୁ ସରକାରଙ୍କ ଦ୍ୱାରା ଖୋଲାଯାଇଥିବା ବା ଏନଏମଏମଏସ(ନ୍ୟାଶନାଲ ମୋବାଇଲ ମନିଟରିଂ ସିଷ୍ଟମ)ରେ ମଧ୍ୟ ଜାଲିଆତି ପୂର୍ବକ ତଥ୍ୟ ଅପଲୋଡିଂ କରାଯାଉଛି । ଏପରିକି ଗୋଟିଏ ଦିନରେ ଉଠାଯାଇଥିବା ଫଟୋକୁ ଭିନ୍ନ ଦିନରେ ଏକାଧିକବାର ଏନଏମଏମଏସରେ ଅପଲୋଡ କରାଯାଇଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ ତାଳକୁଣ୍ଡି ଗ୍ରାମ ପଞ୍ଚାୟତ ସଦର ମହକୁମାରେ ଥିବା ତାଳକୁଣ୍ଡି କଟା(ପୁଷ୍କରିଣୀ)ର ପୁନରୁଦ୍ଧାର କାର୍ଯ୍ୟ ଏକ ମେଶିନ ସହାୟତାରେ କରାଯାଉଥିବା ଦେଖିବାକୁ ମିଳିଥିବା ବେଳେ ଏନଏମଏମଏସରେ ମେ ୧୧ରେ ଯେଉଁ ଫଟୋ ଅପଲୋଡ କରାଯାଇଥିଲା ମେ ୧୩ରେ ମଧ୍ୟ ସମାନ ଫଟୋକୁ ଅପଲୋଡ କରି ପ୍ରଶାସନକୁ ଭ୍ରମିତ କରିବାକୁ ଉଦ୍ୟମ କରାଯାଇଛି । ବିଧି ବ୍ୟବସ୍ଥା ଅନୁଯାୟୀ ମନରେଗା ଯୋଜନାରେ ହେଉଥିବା ସମସ୍ତ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା (କାମ କରୁଥିବା ଅବସ୍ଥାରେ)ଶ୍ରମିକ ମାନଙ୍କର ଫଟୋ ଅପଲୋଡ ହେବା କଥା। ମାତ୍ର ଏଠାରେ ଏହାର ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇ ଶ୍ରମିକ ମାନଙ୍କୁ ନିୟୋଜିତ କରାନଯାଇ ମେଶିନ ସାହାଯ୍ୟରେ ନିର୍ମାଣ କାର୍ଯ୍ୟ କରାଯିବାସହ ଜାଲିଆତି ପୂର୍ବକ ଫଟୋ ଅପଲୋଡ ହେଉଛି ।

ଏନେଇ ମତାମତ ପାଇଁ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଘନଶ୍ୟାମ ସାହୁଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲା । ମାତ୍ର ଆଜିଠାରୁ ଆଉ ମେଶିନ ସହାୟତାରେ କୌଣସି କାର୍ଯ୍ୟ ହେବାନାହିଁ ବୋଲି ପ୍ରକାଶ କରିଥିଲେ। ସେହିପରି ତିଲେଇବଣୀ ବ୍ଲକର ବିଡିଓ ପ୍ରିଦର୍ଶୀନୀ ମିର୍ଦ୍ଧାଙ୍କ ମତାମତ ଲୋଡିବାରୁ ଯଦି ଏଭଳି ଅନିୟମିତତା ହେଉଥାଏ ତେବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତର ଦେଇଥିଲେ।

ଅନ୍ୟପକ୍ଷରେ ମେଶିନ ସହାୟତାରେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀଣୀ ରଶ୍ମୀତା ପ୍ରଧାନଙ୍କ ମତାମତ ଲୋଡିବାରୁ ଏ ସମ୍ପର୍କରେ ସେ ବୁଝିବା ପରେ କହିବେ ବୋଲି ପ୍ରକାଶ କରିଥିଲେ । ଅନୁରୂପ ଭାବେ ସମାନ ଫଟୋକୁ ଏକାଧିକ ଦିନରେ ଅପଲୋଡ କରିବା ସମ୍ବନ୍ଧରେ ଏଡିଇଓ ତପସ୍ବୀନି ସାହୁଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇ ନ ପାରି ସେ କିଛି ଜାଣିନାହାନ୍ତି ବୋଲି ସଫେଇ ଦେଇଛନ୍ତି । ତେବେ ସେ ଯାହା ହେଉନା କାହିଁକି ଜିଲା ପରିଷଦର ଉନ୍ନୟନ ଏବଂ ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଦେବଗଡ ଜିଲାପାଳ ଓ ଭିଜିଲାନ୍ସ ବିଭାଗ ଏ ଘଟଣାର ତଦନ୍ତ କରି ଦୋଷୀ ମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

 

 


Enter your email to get our daily news in your inbox.

All Right Reserved By Dharitri.Com

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

VIDEO:ଷ୍ଟେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri