ନେତାନ୍ୟାହୁଙ୍କୁ ହତ୍ୟା ଆଇଆର୍‌ଜିସିର ଲକ୍ଷ୍ୟ

ତେହରାନ୍‌,୧୬ା୩: ଇରାନ୍‌-ଆମେରିକା ଯୁଦ୍ଧ ରବିବାର ୧୬ ଦିନ ଅତିକ୍ରମ କରିଥିଲାବେଳେ ଆମେରିକାର ବିଭିନ୍ନ ଠିକଣା ସମେତ ଇସ୍ରାଏଲ ଉପରେ ଇରାନ୍‌ର ଆକ୍ରମଣ ଜାରି ରହିଛି। ଏହାମଧ୍ୟରେ ଇରାନ୍‌ର ଇସ୍‌ଲାମିକ୍‌ ରିଭୋଲ୍ୟୁଶନାରୀ ଗାର୍ଡ କର୍ପସ୍‌ (ଆଇଆର୍‌ଜିସି) ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ଟାର୍ଗେଟ କରି ଆକ୍ରମଣକୁ ଆହୁରି ଜୋର୍‌ଦାର କରିଛି। କିଛି ଦିନ ହେଲା ନେତାନ୍ୟାହୁ ସାମ୍ନାକୁ ଆସୁ ନ ଥିବାରୁ ତାଙ୍କର ଅବସ୍ଥିତିକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଥିଲା। ଗତ ଶୁକ୍ରବାର ନେତାନ୍ୟାହୁ ଯୁଦ୍ଧ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ପରେ ଆଉ ସାମ୍ନାକୁ ଆସି ନ ଥିଲେ। ଯାହାକୁ ନେଇ ତାଙ୍କ ଅବସ୍ଥିତି ସମ୍ପର୍କରେ ସୋସିଆଲ ମିଡିଆରେ ନାନା ଖବର ପ୍ରଚାରିତ ହୋଇଥିଲା। ଏପରିକି ଇରାନ୍‌ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇସାରିଥିବା ମଧ୍ୟ କୁହାଯାଇଥିଲା। ହେଲେ ଏଭଳି ଖବରକୁ ଇସ୍ରାଏଲ ପ୍ରତ୍ୟାଖ୍ୟାନ କରିବା ପରେ ଆଇଆର୍‌ଜିସି ନେତାନ୍ୟାହୁଙ୍କୁ ହତ୍ୟା କରିବାକୁ ପଣ କରିଛି। ଇରାନ୍‌ରେ ଅନେକ ଶହ ଶିଶୁଙ୍କୁ ହତ୍ୟା କରିଥିବା ନେତାନ୍ୟାହୁଙ୍କୁ ଯେକୌଣସିମତେ ହତ୍ୟା କରାଯିବ ବୋଲି ରବିବାର ଆଇଆର୍‌ଜିସି କହିଛି। ସେ ଯେଉଁଠି ବି ଥାଆନ୍ତୁ , ତାଙ୍କୁ ହତ୍ୟା କରିବାକୁ ଆଇଆର୍‌ଜିସି ସଙ୍କଳ୍ପବଦ୍ଧ ବୋଲି ଏହାର ଜଣେ ବରିଷ୍ଠ ଅଧିକାରୀ ଦୃଢ଼ୋକ୍ତି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏହାମଧ୍ୟରେ ଇରାନ୍‌ ଉପସାଗରୀୟ ଦେଶଗୁଡିକରେ ରହିଥିବା ଆମେରିକାର ସାମରିକ ଘାଟି ଉପରେ ପୂର୍ବ ତୁଳନାରେ ଆକ୍ରମଣକୁ ଆହୁରି ଜୋର୍‌ଦାର କରିବା ସହ ଇସ୍ରାଏଲ ଉପରେ ମଧ୍ୟ ଆକ୍ରମଣକୁ ତୀବ୍ର କରିଛି। ଏପରିକି ନୂଆ ଏବଂ ଅଧିକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପ୍ରୟୋଗ କରାଯାଉଥିବା କୁହାଯାଇଛି।
ସେନା ବହୁମୁଖୀ ଲଢ଼େଇ କରିବା ସହିତ ବୈଶ୍ୱିକ ଅର୍ଥନୈତିକ ଧାରାକୁ ବଦଳାଇ ଆମେରିକା ଉପରେ ଚାପ ପକାଇବା ଲାଗି ଯେଉଁ ରଣନୀତି ଆପଣେଇଛି, ତାହା ମଧ୍ୟ ଚିନ୍ତାଜନକ ହୋଇପଡ଼ିଛି। ବିଶେଷକରି ହର୍ମୁଜ୍‌ ଷ୍ଟ୍ରେଟ୍‌କୁ ଅବରୋଧ କରି ତୈଳ ଯୋଗାଣ ଶୃଙ୍ଖଳ ବ୍ୟାହତ କରିବା ଏବଂ ସାଉଦି ଆରବ, ୟୁଏଇ, କାତାର,କୁଏଟ୍‌ ଏବଂ ବାହାରିନ୍‌ ଭଳି ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶଗୁଡିକ ଉପରେ ଘନ ଘନ ଆକ୍ରମଣ ମଧ୍ୟପ୍ରାଚ୍ୟ ସ୍ଥିତିକୁ ଗମ୍ଭୀର କରିବାରେ ଲାଗିଛି। ସବୁଠୁ ବଡ଼ କଥା ହେଲା, ଇରାନ୍‌ ଏବେ କୌଣସି ବୁଝାମଣା କରିବାକୁ ପ୍ରସ୍ତୁତ ନାହିଁ। ବର୍ତ୍ତମାନ ସ୍ଥିତିରେ ଇରାନ୍‌ ବୁଝାମଣା କରିବାକୁ ଚାହୁଁଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପରୋକ୍ଷରେ ଇଙ୍ଗିତ କରିଥିଲେ ହେଁ, ଇରାନ୍‌ ଏହାକୁ ଅସ୍ବୀକାର କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅସ୍ବାଭାବିକ ଋତୁ ପରିବର୍ତ୍ତନ ଜୀବଜଗତର ଆଚରଣ ବଦଳାଉଛି

ଓ୍ବାଶିଂଟନ୍‌ ,୧୬ା୩: ଜଳବାୟୁ ପରିବର୍ତ୍ତନ ଏବେ ବିଶ୍ୱ ସମାଜ ପାଇଁ ସବୁଠୁ ଚିନ୍ତାଜନକ ହୋଇପଡ଼ିଛି। ଜଳବାୟୁ ପରିବର୍ତ୍ତନର ଦୀର୍ଘସୂତ୍ରୀ ପ୍ରଭାବ ମାନବ ସମାଜ ପାଇଁ କେତେ ଅନିଷ୍ଟକର,…

ଆରାବଳୀ ସଂଜ୍ଞା ନିର୍ଦ୍ଧାରଣ ପାଇଁ ୧୦ ଜଣିଆ ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ,୧୬ା୩(ପି.ଟି.): ଆରାବଳୀ ପର୍ବତମାଳାର ସାର୍ବଜନିକ ସଂଜ୍ଞା ନିର୍ଦ୍ଧାରଣ ପାଇଁ ୧୦ ଜଣିଆ ଉଚ୍ଚ କ୍ଷମତାସମ୍ପନ୍ନ ବିଶେଷଜ୍ଞ କମିଟି ଗଠନ ନିମନ୍ତେ କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି ଦେଇଥିବା ପ୍ରସ୍ତାବ ଉପରେ…

SCB ଅଗ୍ନିକାଣ୍ଡ: ମୃତକଙ୍କ ମିଳିଲା ପରିଚୟ

କଟକ,୧୬।୩: SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଅଗ୍ନିକାଣ୍ଡରେ ୧୦…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ନକଲି ପୋଲିସକୁ ଧରିଲା ଅସଲି ପୋଲିସ: ଓଡ଼ିଶା ପୋଲିସ ଲେଖାଥିବା ଡ୍ରେସ୍ ପିନ୍ଧି…

ଅତାବିରା,୧୬ା୩(ଯୁଧିଷ୍ଠିର ମହାପାତ୍ର):ଅତାବିରା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ରବିବାର ନକଲି ପୋଲିସ ଭାବରେ ବୁଲୁଥିବା ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଗିରଫ ନକଲି…

ଡେପୁଟେସନ ନୁହେଁ, ସ୍ଥାୟୀ ଶିକ୍ଷକ ଦରକାର: ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୧୬।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ବିରିକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ସୃଷ୍ଟି ହୋଇଥିବା…

Video: ଡ୍ରୋନ ଆକ୍ରମଣରେ ହୁତୁହୁତୁ ହୋଇ ଜଳିଲା ଦୁବାଇ ବିମାନ ବନ୍ଦର, ସମସ୍ତ ଉଡାଣ ବାତିଲ

ଦୁବାଇ,୧୬।୩: ସୋମବାର ସକାଳେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏକ ଜୋରଦାର ବିସ୍ଫୋରଣ ପରେ ଦୁବାଇରେ ଆତଙ୍କ ଖେଳିଗଲା, ଯାହା ଏକ ଡ୍ରୋନ ଦୁର୍ଘଟଣା ଯୋଗୁ ହୋଇଥିଲା…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା: ଥୁଆମୂଳ ରାମପୁର CHCରେ ଅବ୍ୟବସ୍ଥାର ଚିତ୍ର

ଥୁଆମୂଳ ରାମପୁର, ୧୬।୩:(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତ୍ୟନ୍ତ ଦୁର୍ଗମ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC) ଏବେ ଅବ୍ୟବସ୍ଥାର ବଳୟରେ। ମେଡିକାଲ ସମ୍ମୁଖର ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri