୯ ବର୍ଷ ହେଲା ଆଇଆର୍‌ବି ବାଟାଲିୟନକୁ ଜମି ମିଳୁନି

ଭଞ୍ଜନଗର,୨୦।୧୦(ଡି.ଏନ.ଏ): ଇଣ୍ଡିଆନ ରିଜର୍ଭ ବାଟାଲିୟନ (ଆଇଆରବି)ର ୮ମ ସ୍ବତନ୍ତ୍ର କାର୍ଯ୍ୟାଳୟ ପାଇଁ କନ୍ଧମାଳ ଜିଲାରେ ଜମି ମିଳୁ ନ ଥିବାରୁ ୯ବର୍ଷ ହେଲା ସ୍ଥାୟୀ କୋଠା ହୋଇପାରୁନାହିଁ। ଅନ୍ୟପଟେ ଭଞ୍ଜନଗରରେ ଓଡ୍ରାଫ୍‌ ୟୁନିଟ୍‌ ଖୋଲିବା ପାଇଁ ମଧ୍ୟ ଜମି ମିଳୁନାହିଁ । ତେଣୁ ଓଡ଼୍ରାଫ୍‌ ୟୁନିଟ୍‌ କୋଠା ପାଇଁ ୩ ବର୍ଷ ପୂର୍ବେ ଆସିଥିବା ସାଢ଼େ ୩ କୋଟି ଟଙ୍କା ପଡ଼ିରହିଛି । ଡିଆଇଜି ଅଭିନାଶ କୁମାର ମଙ୍ଗଳବାର ଭଞ୍ଜନଗର କ୍ୟାମ୍ପ ପରିଦର୍ଶନରେ ଆସି ଓଡ଼୍ରାଫ୍‌ କୋଠା କିଭଳି ହୋଇପାରିବ ସେ ନେଇ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

୨୦୧୨ରେ କନ୍ଧମାଳ ଜିଲାରେ ଆଇଆରବିର ୮ମ ସ୍ବତନ୍ତ୍ର ବାଟାଲିୟନ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତିି ନେଇଥିଲେ। ୨୦୧୩ରେ ଫୁଲବାଣୀରେ ପୋଲିସ ବିଭାଗର ଏକ କୋଠାରେ ଏହା ଖୋଲିଥିଲା । ନୂତନ କର୍ମଚାରୀ ମଧ୍ୟ ନିଯୁକ୍ତି ହୋଇଥିଲେ । ଏହାପରେ ବାଟାଲିୟନ ସ୍ଥାୟୀ କାର୍ଯ୍ୟାଳୟ ଖୋଲିବା ପାଇଁ ୧୦୦ ଏକର ଜମି ଆବଶ୍ୟକ ପଡ଼ିଥିଲା । କନ୍ଧମାଳ ପ୍ରଶାସନ ବାଟାଲିୟନ କାର୍ଯ୍ୟାଳୟ ଖୋଲିବା ପାଇଁ ଯେଉଁ ଜମି ଚିହ୍ନଟ କରିଥିଲେ ଉକ୍ତ ଜମିକୁ ନେଇ ସେଠାକାର ଲୋକେ ବିରୋଧ କରିଥିଲେ। ଫଳରେ କାର୍ଯ୍ୟାଳୟ ହୋଇପାରି ନ ଥିଲା। ୨୦୧୭ ଡ଼ିସେମ୍ବରରେ ଉକ୍ତ କାର୍ଯ୍ୟାଳୟ ଭଞ୍ଜନଗର ନିକଟସ୍ଥ ତନରଡ଼ାକୁ ଉଠି ଆସିଥିଲା। ଏଠାରେ ପୋଲିସ ପକ୍ଷରୁ ହୋଇଥିବା କୋଠାରେ କାର୍ଯ୍ୟାଳୟ ଖୋଲିଥିଲା । ଏହାପରେ କନ୍ଧମାଳ ଜିଲା ସୀମାକୁ ଲାଗି ସୋରଡ଼ା, ଭଞ୍ଜନଗର ବ୍ଲକର କେଉଁଠି କାର୍ଯ୍ୟାଳୟ ଖୋଲିବା ପାଇଁ ଜମି ଖୋଜା ଚାଲିଲା । ଏନେଇ ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ବିଭିନ୍ନ ସମୟରେ ଆସି ଜମି ଖୋଜିଥିଲେ ମଧ୍ୟ ଜମି ମିଳି ନ ଥିଲା ।

ଇତିମଧ୍ୟରେ ପୁଣି କନ୍ଧମାଳ ଜିଲାରେ କାର୍ଯ୍ୟାଳୟ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ପ୍ରଶାସନକୁ ଜମି ଯୋଗାଇ ଦେବାପାଇଁ ଆଇଆରବି ପକ୍ଷରୁ ଚିଠି ଲେଖାଯାଇଛି। ଅନ୍ୟପକ୍ଷରେ ତନରଡ଼ାରୁ କାର୍ଯ୍ୟାଳୟ ଭବିଷ୍ୟତରେ ଉଠିଲେ ମଧ୍ୟ ଏଠାରେ ଓଡ଼୍ରାଫ୍‌ ଟିମ୍‌ର ଏକ ୟୁନିଟ୍‌ ତନରଡ଼ା ତୋଟାରେ ଖୋଲିବା ପାଇଁ ପ୍ରସ୍ତାବ ଅଛି। ତେଣୁ ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ସାଢ଼େ ୩ କୋଟି ଟଙ୍କା ଅନୁଦାନ ଦେଇଥିଲେ । କିନ୍ତୁ ଜମି ହସ୍ତାନ୍ତର ପ୍ରକ୍ରିୟାରେ ବିଳମ୍ବ ଯୋଗୁ କାମ ହୋଇପାରୁନାହିଁ । ଟଙ୍କା ସେଭଳି ପଡ଼ିରହିଛି। ଡିଆଇଜି ମଙ୍ଗଳବାର ତନରଡ଼ା କ୍ୟାମ୍ପ ପରିଦର୍ଶନରେ ଆସି ଜମି ଚିହ୍ନଟ ପ୍ରକ୍ରିୟା କିଭଳି ତ୍ୱରାନ୍ବିତ ହେବ ସେନେଇ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଆଇଆରବି ବାଟାଲିୟନ କମାଣ୍ଡିଙ୍ଗ୍‌ ଅଫିସର ଲିଙ୍ଗରାଜ ମିଶ୍ର, ଡ଼େପୁଟି କମାଣ୍ଡାଣ୍ଟ ଉମେଶ ଚନ୍ଦ୍ର ଜେନା, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ତହସିଲଦାର ମନୋଜ ପ୍ରଭାକର କୁଜୁରୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ କଲେ ଝାଡ଼ଖଣ୍ଡର ଗ୍ରୁପ ବି ମହିଳା ମାଓବାଦୀ

ରାଉରକେଲା,୩୦।୩(ସଂଗୀତା ଜେନା): ସୀମାନ୍ତ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବାରେ ରାଉରକେଲା ପୋଲିସର ଜାରି ରହିଥିବା ଉଦ୍ୟମକୁ ପୁଣି ଏକ ସଫଳତା ମିଳିଛି। ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

କେନ୍ଦ୍ରୀୟ ମଣ୍ଡି ଖୋଲି ଆଜି ହିଁ ଧାନ କିଣନ୍ତୁ….ଦଣ୍ଡ ମାରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ପ୍ରତିବାଦ

ଯାଜପୁର,୩୦ା୩(ହର୍ଷବର୍ଦ୍ଧନ ବେହେରା): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।ଶତାଧିକ ଚାଷୀ ଟ୍ରାକ୍ଟର, ଅଟୋ ଇତ୍ୟାଦିରେ ଧାନ ବସ୍ତା ଲଦି ମେଡିକାଲ ଛକରୁ…

୧୧ ପଦକ ଜିତିଲେ ଗଞ୍ଜାମର ୩ ଖେଳାଳି, ଛୁଟୁଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଦ୍ୱିତୀୟ ଜାତୀୟ ପାରା ଅସିଚାଳନା ପ୍ରତିଯୋଗିତାରେ ଦଶରୁ ଅଧିକ ପଦକ ଜିତିଛନ୍ତି ଗଞ୍ଜାମର ୩ ଖେଳାଳି। ଛତ୍ରପୁର ଗିଲିଟିପେଟା…

ହୋମଗାର୍ଡ ପରୀକ୍ଷାରେ ଆସିଲା ଦୁର୍ନୀତି ଅଭିଯୋଗ: ଏସ୍‌ପିଙ୍କୁ ତଦନ୍ତ ପାଇଁ ଦାବିପତ୍ର ପ୍ରଦାନ କଲେ ପ୍ରାର୍ଥୀ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ହୋମଗାର୍ଡ ପରୀକ୍ଷାରେ ମହାଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଧୀନରେ ଫର୍ମପୂଣର କରି ପରୀକ୍ଷା…

ହେମସାଗର ଭୋଇ ହେଲେ ପଦ୍ମପୁର ନୂତନ ଉପଜିଲାପାଳ

ପଦ୍ମପୁର,୩୦।୩( ପ୍ରଦୀପ୍ତ ଦାଶ ): ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲାପାଳ ଭାବେ ହେମସାଗର ଭୋଇଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri