ଓ୍ବାଶିଂଟନ,୨୩ା୬: ଇରାନର ନ୍ୟୁକ୍ଲିୟର ଫାସିଲିଟି ଉପରେ ଆମେରିକାର ଆକ୍ରମଣ ଯୋଗୁ ଏହାର ଆଣବିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବା ପେଣ୍ଟାଗନ ମୁଖ୍ୟ ତଥା ଆମେରିକା ପ୍ରତିରକ୍ଷା ସଚିବ ପେଟେ ହେଗ୍ସେଠ୍ କହିଛନ୍ତି। ଆମ କମାଣ୍ଡର-ଇନ୍-ଚିଫ୍ (ଟ୍ରମ୍ପ୍)ଙ୍କ ଠାରୁ ନିର୍ଦ୍ଦେଶ ପାଇବା ପରେ ଶକ୍ତିଶାଳୀ ଆକ୍ରମଣ କରାଯାଇଥିଲା। ଇରାନର ମୁଖ୍ୟ ଆଣବିକ ସ୍ଥଳଗୁଡ଼ିକ ଉପରେ ସଠିକ୍ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କିଛି ମାସ ଲାଗିଥିଲା। ଆକ୍ରମଣରେ କୌଣସି ସାଧାରଣ ଜନତା କିମ୍ବା ଇରାନୀୟ ସୈନ୍ୟଙ୍କୁ ଟାର୍ଗେଟ କରାଯାଇ ନ ଥିଲା। ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ଯୋଜନା ଦୁଃସାହସିକ ଏବଂ ଚମତ୍କାର ଥିଲା, ଯାହା ଆମେରିକାର ପ୍ରତିହତ କ୍ଷମତା ଫେରିଥିବା ବିଶ୍ୱକୁ ଦେଖାଇଦେଇଛି। ଆମ ରାଷ୍ଟ୍ରପତି କହିବା ବେଳେ ସାରା ବିଶ୍ୱ ଶୁଣିବା ଆବଶ୍ୟକ ବୋଲି ହେଗ୍ସେଠ୍ କହିଛନ୍ତି।


