Categories: ବାଣିଜ୍ୟ

ଇରାନ, ଭେନେଜୁଏଲା ତେଲ ଭାରତକୁ ଆସିପାରେ

ନୂଆଦିଲ୍ଲୀ: ଭାରତ ଏହାର ଅଶୋଧିତ ତେଲ ଆମଦାନୀ କୌଶଳରେ ପରିବର୍ତ୍ତନ ଆଣିପାରେ। ଇରାନ ଏବଂ ଭେନେଜୁଏଲା ଭଳି ଦେଶଗୁଡିକରୁ ପୁଣି ଥରେ ତେଲ ଭାରତକୁ ଆସିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଜୋଶେଫ ବାଇଡେନ ଆମେରିକା ରାଷ୍ଟ୍ରପତି ହେବା ପରେ ଏ ନେଇ ପୁଣି ଥରେ ନୂଆ ଆଶା ସଞ୍ଚାର ହୋଇଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏକ ତୈଳ ଆମଦାନୀକାରୀ ରାଷ୍ଟ୍ର ଭାବେ କିଭଳି ଅଧିକ ସ୍ଥାନରୁ ତେଲ ଭାରତକୁ ଆସିପାରିବ ସେ ନେଇ ଚିନ୍ତା କରାଯିବାର ଆବଶ୍ୟକତା ରହିଛି। ଏହାକୁ ଦେଖିଲେ ଭାରତ ଅଧିକ ବିକଳ୍ପକୁ ବିଚାର କରିବ ବୋଲି ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Share