ଇରାନୀ, ପ୍ରତ୍ୟୁଷାଙ୍କ ବଳ କଷାକଷି

ନୟାଗଡ଼ ଅଫିସ,୧୪।୧୧: ନୟାଗଡ଼ ନିର୍ବାଚନମଣ୍ଡଳୀରେ ଭାଜପା ନାରୀନେତ୍ରୀ ଇରାନୀ ରାୟଙ୍କ ସହ କଡା ଟକ୍କର ଦେଇ ପୂର୍ବତନ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ସଭା ସମିତି କରିବା ପରେ ନୟାଗଡ଼ ରାଜନୀତି ଚଳଚଞ୍ଚଳ ହୋଇଉଠିଛି । ପ୍ରତ୍ୟୁଷାଙ୍କ ମିଶ୍ରଣ ପର୍ବକୁ ଟକ୍କର ଦେଇ ଇରାନୀ କର୍ମୀ ସମ୍ମିଳନୀ କରିବା ପରେ ନୟାଗଡ଼ ବିଧାନସଭା ପାଇଁ ଟିକେଟ୍‌ କିଏ ପାଇବ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଇରାନୀଙ୍କ ସମର୍ଥକମାନେ କହି ବୁଲୁଛନ୍ତି ଆମ ଟିକେଟ କେହି କାଟିବାର ନାହିଁ । ପ୍ରତ୍ୟୁଷାଙ୍କ ସମର୍ଥକ କହୁଛନ୍ତି, ଏଥର ଆମ ପାଳି । ୨୦୧୯ରେ ଇରାନୀ ଟିକେଟ୍‌ ପାଇ ପରାଜୟ ହୋଇଥିଲେ । ଆମେ ସମର୍ଥନ କରିଥିଲୁ । ୨୦୨୪ରେ ପ୍ରତ୍ୟୁଷାଙ୍କ ପାଳି। ସେମାନେ ଆମକୁ ସହଯୋଗ କରିବେ। ଆମେ ବିଜୟୀ ହୋଇ ଦେଖାଇବୁ। ଭାଜପାର ପାଣିପାଗ ଗୋଳିଆ ଧରିଥିବାବେଳେ ଗୋଷ୍ଠୀ କନ୍ଦଳ ଦେଖି ବିଜେଡି ଖୁସ୍‌ ହୋଇ ଗାଁ ମୁହଁା ରାଜନୀତିକୁ ତ୍ୱରାନ୍ବିତ କରିଛି । ବିଜେଡି ବିଧାୟକ ନିଜର ଭୋଟ ବ୍ୟାଙ୍କକୁ ବଢ଼ାଇବାକୁ ନୟାଗଡ଼ ଓ ଓଡ଼ଗାଁରେ ପଦଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।
ସୂଚନାଯୋଗ୍ୟ,ରାଜକୁମାର ହେମେନ୍ଦ୍ର କୁମାର ସିଂ କଂଗ୍ରେସ ସଙ୍ଗଠନକୁ ନୟାଗଡ଼ ନିର୍ବାଚନମଣ୍ଡଳୀରେ ସୁଦୃଢ଼ କରିଥିଲେ । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ବିଜେଡିରେ ମିଶି କନ୍ଧମାଳ ଏମ୍‌ପି ହୋଇଥିଲେ । କିଛି ମାସ ପରେ ହେମେନ୍ଦ୍ରଙ୍କ ମୃତ୍ୟୁ ପରେ ସ୍ତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଉପନିର୍ବାଚନରେ କନ୍ଧମାଳ ଏମ୍‌ପି ହୋଇଥିଲେ । ୨୦୧୯ ନିର୍ବାଚନରେ ବିଜେଡି ଟିକେଟ୍‌ ନ ପାଇବାରୁ ସେ ଭାଜପାରେ ଯୋଗଦେଇଥିଲେ । ସେପଟେ ଲାଲା ମନୋଜ ରାୟ ଭାଜପାର ଜିଲା ସଭାପତି ରହି ସ୍ତ୍ରୀ ଇରାନୀ ରାୟଙ୍କୁ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଟିକେଟ ଦେଇଥିଲେ । ୨୦୧୯ ନିର୍ବାଚନରେ ଇରାନୀ ରାୟ ବିଜେଡିର ଅରୁଣ ସାହୁଙ୍କଠାରୁ ପରାସ୍ତ ହୋଇଥିଲେ। ପ୍ରତ୍ୟୁଷା ସେହି ସମୟରେ ଟିକେଟ ପାଇଁ ଦାବି କରି ନ ଥିଲେ । ତେବେ ୨୦୨୪ ନିର୍ବାଚନ ପୂର୍ବରୁ ପ୍ରତ୍ୟୁଷା ନୟାଗଡ଼ ନିର୍ବାଚନମଣ୍ଡଳୀର ବିଭିନ୍ନ ଗାଁ ବୁଲି ସଙ୍ଗଠନକୁ ସଦୃଢ଼ କରିବାରେ ଲାଗିଛନ୍ତି। ତେବେ ଗତ ଅକ୍ଟୋବର ୩୧ରେ ଭାଜପାର ଦୁଇ ନାରୀନେତ୍ରୀ ଇରାନୀ ଓ ପ୍ରତ୍ୟୁଷାଙ୍କ ସମାନ୍ତରାଳ ବୈଠକ ସବୁ କିଛି ବିଗାଡି ଦେଇଛି । ଗତ ଅକ୍ଟୋବର ୩୧ରେ ଇରାନୀ ରାୟ ବାଲୁଗାଁ ମଣ୍ଡଳର ବୈଠକ ନୟାଗଡ଼ରେ କରାଇଥିଲେ । ଏଥିରେ ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ୍‌ ପାତ୍ର ଯୋଗ ଦେଇଥିଲେ । ସେଦିନ ଓଡ଼ଗାଁ ବ୍ଲକର ୨ନଂ. ଜିଲା ପରିଷଦ ଜୋନ୍‌ ଅନ୍ତର୍ଗତ ସାକେରୀ ପଞ୍ଚାୟତ ଲିମ୍ବେଶ୍ୱରୀ ମହାଦେବଙ୍କ ପଡ଼ିଆରେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ମିଶ୍ରଣ ପର୍ବ କରି ନିଜର ପରାକାଷ୍ଠା ଦେଖାଇଥିଲେ । ଗୋଟିଏ ଦିନ ଭାଜପାର ଦୁଇ ନାରୀନେତ୍ରୀ ଦୁଇଟି ସମାନ୍ତରାଳ ବୈଠକ କରିବା ପରେ ଦଳୀୟ ଗୋଷ୍ଠୀ କନ୍ଦଳକୁ ପ୍ରମାଣିତ କରିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ନଭେମ୍ବର ୧୨ରେ ଇରାନୀ ପୁଣି ଓଡ଼ଗାଁ ବ୍ଳକର ଭାଡିକିଳାଠାରେ ଭାଜପା କର୍ମୀ ସମ୍ମିଳନୀ କରାଇ ନିଜ ପ୍ରତି ଦଳୀୟ ଲୋକଙ୍କ ସମର୍ଥନ ଦେଖାଇଥିଲେ। ପ୍ରତ୍ୟୁଷାଙ୍କ ମିଶ୍ରଣ ପର୍ବକୁ ଇରାନୀଙ୍କ କର୍ମ ସମ୍ମିଳନୀ ଟକ୍କର ଦେଇଛି । ପୂର୍ବରୁ ଗୋଟିଏ ଦଳରେ ଦୁଇ ନାରୀନେତ୍ରୀ ଏକାଠି କାମ କରୁଥିବାବେଳେ ଏବେ ଉଭୟ ପୃଥକ୍‌ ହୋଇ ଯାଇଛନ୍ତି ।
ଭାଡିକିଳା କର୍ମୀ ସମ୍ମିଳନୀରେ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ୍‌ ପାତ୍ର ପରୋକ୍ଷରେ ଇରାନୀଙ୍କୁ ଟିକେଟ ମିଳୁଛି ବୋଲି ଘୋଷଣା କରିଥିଲେ । ସେ ତାଙ୍କ ଭାଷଣ ଆରମ୍ଭରୁ କହିଥିଲେ ଇରାନୀ ଭଲ ସଙ୍ଗଠନ କରୁଛନ୍ତି । ତାଙ୍କ ପରିଶ୍ରମକୁ ଦେଖିଲେ ୨୦୨୪ ନିର୍ବାଚନରେ ସେ ବିଧାୟିକା ହେବା ନିଶ୍ଚିତ। ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ଇରାନୀଙ୍କ ପ୍ରତି ଏପରି ଅନୁକମ୍ପା ପ୍ରତ୍ୟୁଷାଙ୍କ ପାଇଁ ଭାରି ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି ।
ଅନ୍ୟପକ୍ଷେ ଦଳରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ପ୍ରତ୍ୟୁଷାଙ୍କ ବିରୋଧ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଏନେଇ ଜିଲା ସଭାପତି ଲାଲା ମନୋଜ ରାୟ କହିଛନ୍ତି, ଦଳରେ ପ୍ରାର୍ଥୀ ହେବାକୁ କାହାକୁ ବିରୋଧ ନାହିଁ । ଦଳୀୟ ସଙ୍ଗଠନ ବଢ଼ାଇବାରେ ମଧ୍ୟ ଅସୁବିଧା ନାହିଁ । ତେବେ ଭାଜପାରେ ମିଶ୍ରଣ ପର୍ବ କରାଗଲା ଅଥଚ ଜିଲା ସଭାପତିଙ୍କୁ ଅବଗତ କରାଯିବ ନାହିଁ । ଦଳରେ କିଏ ମିଶିଲେ ସେନେଇ ଦଳୀୟ ଜିଲା ସଭାପତିଙ୍କୁ ତାଲିକା ଦିଆଯିବନି । ପ୍ରତିଶ୍ରୁତି ମିଳିଛି କହି ଦଳରେ ଫାଟ ସୃଷ୍ଟି କରାଯାଉଛି ବୋଲି ଅନୁଭବ ପରେ ରାଜ୍ୟ ସଭାପତିଙ୍କୁ ପ୍ରତ୍ୟୁଷାଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ କରାଯାଇଛି । ରାଜ୍ୟ କର୍ତ୍ତୃପକ୍ଷ ଯାହା ପଦକ୍ଷେପ ନେବେ ଆମର ବିରୋଧ କରିବାର ନାହିଁ ।
ଏନେଇ ପ୍ରତ୍ୟୁଷା କୁହନ୍ତି, ଭାଜପାରେ ମୁଁ ଯୋଗ ଦେବା ସମୟରେ ମୋତେ ୨୦୨୪ରେ ଟିକେଟ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ମିଶ୍ରଣ ପର୍ବ ସମୟରେ ରାଜ୍ୟ ସଭାପତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନାରୀନେତ୍ରୀ ଇରାନୀ ରାୟ ଓ ଜିଲା ସଭାପତି ଲାଲା ମନୋଜ ରାୟ ଉପସ୍ଥିତ ଥିଲେ । ସେଇ ଆଧାରରେ ମୁଁ ସଙ୍ଗଠନ ସହ ଭୋଟକୁ ବଢ଼ାଉଛି । ମୁଁ ଦଳରେ ଫାଟ ସୃଷ୍ଟି କରୁ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଇରାନୀ ରାୟ କୁହନ୍ତି, ସଙ୍ଗଠନ କରିବାକୁ କାହାକୁ ମନା ନାହିଁ । କିନ୍ତୁ ନୟାଗଡ଼ ନିର୍ବାଚନମଣ୍ଡଳୀରେ ଭାଜପାର ସଙ୍ଗଠନ ଦାୟିତ୍ୱ ମୋ ଉପରେ ନ୍ୟସ୍ତ ଅଛି । ୨୦୨୪ ନିର୍ବାଚନ ଆଗକୁ ଅଛି । ନିଜେ ନିଜେ ପ୍ରାର୍ଥୀ ଘୋଷଣା କରିଦେଲେ କ’ଣ ଟିକେଟ୍‌ ମିଳିଯିବ। ଦଳ ଯାହାକୁ ପସନ୍ଦ କରିବ ସେ ହିଁ ଟିକେଟ୍‌ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri