ସୋମବାର ଇସ୍ରାଏଲ ଉପରେ ଆକ୍ରମଣ କରିବ ଇରାନ! ଏହାସହ କ’ଣ ରହିଛି ମନ୍‌ ଡେ’ କନେକଶନ

ତେହେରାନ,୪।୮: ହମାସ ପଲିଟ ବ୍ୟୁରୋ ମୁଖ୍ୟ ଇସମାଇଲ ହାନିୟେଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଇରାନ ଶପଥ ନେଇଛି। ପ୍ରକାଶ ଯେ, ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇ ଏହି ଆକ୍ରମଣକୁ ଅନୁମୋଦନ କରିଛନ୍ତି ଏବଂ ଇରାନ ସେନା ଶୀଘ୍ର ଇସ୍ରାଏଲ ଉପରେ ଆକ୍ରମଣ କରିପାରେ।
ହାନିୟେଙ୍କ ମୃତ୍ୟୁ ପରଠାରୁ ସମଗ୍ର ମଧ୍ୟ ପୂର୍ବରେ ଟେନସନ ଚରମ ସୀମାରେ ପହଞ୍ଚିଛି। ଏହି ସମୟରେ ଆମେରିକାର ସେଣ୍ଟ୍ରାଲ କମାଣ୍ଡର ଜେନେରାଲ ମାଇକେଲ କୁରିଲା ଶନିବାର ଇସ୍ରାଏଲରେ ପହଞ୍ଚିଥିଲେ। ଯଦିଓ ତାଙ୍କର ଏହି ଗସ୍ତ ପୂର୍ବରୁ ଯୋଜନା କରାଯାଇଛି ବୋଲି କୁହାଯାଉଛି, ତଥାପି ଏହା ଇସ୍ରାଏଲର ପ୍ରତିରକ୍ଷା ପାଇଁ ଶକ୍ତି ସଂଗ୍ରହ କରିବାର ପଦକ୍ଷେପ ବୋଲି କୁହାଯାଉଛି।
ଆମେରିକୀୟ ଏବଂ ଇସ୍ରାଏଲର ଅଧିକାରୀ ସୂଚିତ କରିଛନ୍ତି ଯେ ଇରାନ ସୋମବାର ନିଜେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ। ତେବେ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ତେହେରାନ ଅଗଷ୍ଟ ୧୨ ସୋମବାର ତେଲ ଅଭିବ ଉପରେ ଆକ୍ରମଣ କରିପାରେ। ଗୁପ୍ତଚର ସୂତ୍ର ଅନୁଯାୟୀ, ଇରାନ ଇସ୍ରାଏଲକୁ ଆଘାତ ଦେବା ପାଇଁ ତିଶା ବାଭଙ୍କ ଉତ୍ସବକୁ ବାଛିଛି। ଇସ୍ରାଏଲ ପାଇଁ ଏହି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏଥିରେ ୟିହୁଦୀ ଲୋକମାନେ ଉପବାସ ପାଳନ କରନ୍ତି, ଯାହା ୧୨ଅଗଷ୍ଟରୁ ଆରମ୍ଭ ହୋଇ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ପ୍ରକୃତରେ, ୟିହୁଦୀ ବିଶ୍ୱାସ ଅନୁଯାୟୀ, ଏହି ଦିନ ସେମାନଙ୍କ ପୂର୍ବପୁରୁଷଙ୍କ ଉପରେ ଅନେକ ବିପଦ ଆସିଥିଲା। ଏହି ଦିନ, ଜେରୁଜେଲମର ୟିହୁଦୀମାନଙ୍କର ମୁଖ୍ୟ ମନ୍ଦିର ଶଲୋମନଙ୍କ ମନ୍ଦିର ପ୍ରାଚୀନ ରୋମାନ ସାମ୍ରାଜ୍ୟ ଦ୍ୱାରା ଭାଙ୍ଗି ଦିଆଯାଇଥିଲା। ବିଶ୍ୱାସ କରାଯାଏ ଯେ ଇରାନ ପୁଣି ଥରେ ଏହି ଦିନ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି, ଯାହାଦ୍ୱାରା ଏହାର ପୁରୁଣା କ୍ଷତ ଭଲ ହୋଇପାରିବ।

ଏହି ବିପଦକୁ ଦୃଷ୍ଟିରେ ରଖି ଆମେରିକା ଏହି କ୍ଷେତ୍ରରେ ନିଜର ସେନାର ଶକ୍ତି ବୃଦ୍ଧି କରିଛି। ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଯୁଦ୍ଧ ବିମାନ ସ୍କ୍ବାଡ୍ରୋନ ନିୟୋଜନ ସହିତ ମଧ୍ୟ ପୂର୍ବକୁ ଏକ ବିମାନ ପରିବହନକାରୀ ପଠାଇଛି। ପରିସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ଥିବାରୁ ଉଭୟ ଆମେରିକା ଏବଂ ବ୍ରିଟେନ ସରକାର ସେମାନଙ୍କ ନାଗରିକମାନଙ୍କୁ ଲେବାନନ ଛାଡିବାକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଳକୂପରୁ ବାହାରୁଛି ଗୋଳିଆ ପାଣି, କୂଅରୁ ପାଣି ଆଣିବା ପାଇଁ ଦୂରକୁ ଯିବାକୁ ପଡୁଛି

ଦାରିଙ୍ଗବାଡ଼ି,୧୮ା୩(ଅରୁଣ ସାହୁ): ଏବେ ଶୀତ ଯାଇ ଗ୍ରୀଷ୍ମ ଆସିଲା ଚାରିଆଡ଼େ ପିଇବା ପାଣି ଟିକେ ପାଇଁ ସଂଘର୍ଷ କରିବାକୁ ପଡୁଛି। ଯେଉଁଠି ପାଇପ୍‌ ଯୋଗେ ଜଳ ଯୋଗାଣ…

ବ୍ୟବସାୟୀଙ୍କ ସ୍କୁଟି ଡିକି ଭାଙ୍ଗି ୧୧୦ ଗ୍ରାମ୍‌ ସୁନା ଅଳଙ୍କାର ଲୁଟ୍‌

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): କିଛି ଦିନର ନୀରବତା ପରେ ପୁଣି ରାୟଗଡ଼ା ସହରରେ ଆରମ୍ଭ ହୋଇଛି ଚୋରି ଓ ଲୁଟ୍‌। ପୋଲିସ୍‌କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ କରିଛନ୍ତି…

ଶେଷରେ ପୁଟିନଙ୍କ ସହ ଡିଲ୍‌ କରିବେ ଟ୍ରମ୍ପ! ଆଗକୁ ଯୁଦ୍ଧରେ ନୂଆ ମୋଡ…

ନୂଆଦିଲ୍ଲୀ,୧୮।୩: ମଧ୍ୟପ୍ରାଚ୍ୟରେ ହର୍ମୁଜକୁ ନେଇ ବୃଦ୍ଧି ପାଉଥିବା ଉତ୍ତେଜନା କେବଳ ତୈଳ ବଜାରକୁ ନୁହେଁ ବରଂ ବିଶ୍ୱ ରାଜନୀତିକୁ ମଧ୍ୟ ଦୋହଲାଇ ଦେଇଛି। ଏହି ସମୟରେ, ନାଟୋ…

କଂଗ୍ରେସକୁ ଶକ୍ତ ଝଟ୍‌କା: ଦଳ ଛାଡ଼ି ଭାଜପାରେ ଯୋଗଦେଲେ ବରିଷ୍ଠ ନେତା

ଗୁଆହାଟୀ,୧୮ା୩:ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଶକ୍ତ ଧକ୍କା ଲାଗିଛି। ଦଳୀୟ ନେତା ତଥା ନାଗାଓଁ ଏମ୍‌ପି ପ୍ରଦ୍ୟୁତ୍‌ ବର୍ଦୋଳୋଇ ଭାଜପାରେ ଯୋଗ ଦେଇଛନ୍ତି। ଆସାମ…

ଦିଲୀପଙ୍କ ବିଜୟକୁ ନେଇ ମୁହଁ ଖୋଲିଲେ ସୌମ୍ୟରଞ୍ଜନ: ବିଜେଡି-ଭାଜପା ଭିତିରି ସମ୍ପର୍କକୁ ନେଇ କହିଦେଲେ ଏମିତି

ଭୁବନେଶ୍ୱର,୧୮।୩ (ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନରେ ଯେଉଁମାନେ ଦଳ ବିରୋଧରେ ଯାଇ ଭୋଟ ଦେଲେ ଏବଂ ଯେଉଁମାନେ ସେହି ଭୋଟକୁ ପାଇବା ପାଇଁ ଉଦ୍ୟମ କଲେ ସେମାନେ…

ଅଫିସ ଭିତରେ ପଶି ଆର୍‌ଆଇଙ୍କୁ ଆଖିବୁଜା ମାଡ଼ ମାରିଲେ ଯୁବକ, ଘୋଷାଡ଼ି ଘୋଷାଡ଼ି…

ଚାନ୍ଦବାଲି,୧୮ା୩(ଅଶୋକ ପଣ୍ଡା): ସରକାରୀ ଅଫିସ୍‌ ଭିତରେ ପଶି ଅଫିସରଙ୍କୁ ଆଖିବୁଜା ମାଡ଼। ତାହା ପୁଣି ଦିନ ଦ୍ୱିପ୍ରହରରେ ସର୍ବ ସମ୍ମୁଖରେ। ଏମିତି କି ଅଫିସ ଗୃହରୁ ଘୋଷାଡ଼ି…

ଭୟଙ୍କର ହେଲା ବିଶ୍ୱଯୁଦ୍ଧ: ଇରାନର ନ୍ୟୁକ୍ଲିୟର ପ୍ଲାଣ୍ଟରେ ମିସାଇଲ ମାଡ଼! ବିଶ୍ୱରେ ଚହଳ

ତେହରାନ,୧୮।୩: ଇରାନର ପରମାଣୁ କେନ୍ଦ୍ରରେ ମିସାଇଲ ମାଡ଼। ବୁଶେହର ନିକଟରେ ଅବସ୍ଥିତ ଇରାନର ଏକମାତ୍ର ସକ୍ରିୟ ପରମାଣୁ ଶକ୍ତି କେନ୍ଦ୍ର ପାଖରେ ମିସାଇଲ ମାଡ଼ ହୋଇଛି। ଯାହା…

ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଏଣିକି ୬୦% ସିଟ୍‌ ମାଗଣାରେ ବାଛିପାରିବେ

ନୂଆଦିଲ୍ଲୀ,୧୮ା୩: ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି। ବୁଧବାର ବିମାନଯାତ୍ରୀମାନଙ୍କୁ ଲାଭ ଦେବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବ୍ୟାପକ ତଥା ନୂଆ ନିୟମ ପ୍ରଚଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri