ପ୍ରତିଶୋଧ ନେଲା ଇରାନ, ଥରିଉଠିଲା ଇସ୍ରାଏଲ: ବଢିଲା ଯୁଦ୍ଧ ଆଶଙ୍କା

ତେହରାନ/ତେଲ୍‌ ଆଭିଭ୍‌,୧୪/୬:ଇସ୍ରାଏଲୀ ସେନା ଗୁରୁବାର ବିଳମ୍ବିତ ରାତିରେ ଇରାନ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଆକ୍ରମଣ କରିଥିବାବେଳେ ଏହାର ୨୪ ଘଣ୍ଟା ନ ପୂରୁଣୁ ଶୁକ୍ରବାର ରାତିରେ ତେହେରାନ୍‌ ପ୍ରତିଶୋଧ ନେଇଛି। ଇସ୍ରାଏଲୀ ସେନାର ୨୦୦ ଯୁଦ୍ଧବିମାନ ଇରାନର ଆଣବିକ ସ୍ଥଳ ଏବଂ ମିଶାଇଲ୍‌ ଫ୍ୟାକ୍ଟ୍ରି ସମେତ ଶତାଧିକ ସ୍ଥାନକୁ ଟାର୍ଗେଟ କରିଥିଲା। ‘ଅପରେଶନ ରାଇଜିଂ ଲାୟନ’ ନାମରେ ଏହି ଆକ୍ରମଣରେ ଇରାନ ରିଭଲ୍ୟୁଶନାରି ଗାର୍ଡସ୍‌ର ସୁପ୍ରିମ କମାଣ୍ଡର (ସେନାମୁଖ୍ୟ) ହୋସେଇନ୍‌ ସଲାମି, ସଶସ୍ତ୍ର ବଳର ଚିଫ୍‌ ଅଫ୍‌ ଷ୍ଟାଫ୍‌ ଜେନେରାଲ ମହମ୍ମଦ ବଘେରି, ବରିଷ୍ଠ ଅଧିକାରୀ ଘୋଲାମାଲି ରଶିଦ ଓ ଆଣବିକ ବୈଜ୍ଞାନିକ ଫେରେୟଦୋଉନ୍‌ ଅବ୍ବାସି ଏବଂ ମହମ୍ମଦ- ମହଦି ଟରାଞ୍ଚତ୍ ନିହତ ହୋଇଥିଲେ। ଶୀର୍ଷ ସେନା ଅଫିସରଙ୍କ ମୃତ୍ୟୁ ଇରାନ ପାଇଁ ଶକ୍ତ ଝଟକା ଥିଲା। ଏହାର ପ୍ରତିଶୋଧ ନିଆଯିବା ବୋଲି ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇ ଧମକ ଦେଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ତେହେରାନ ‘ଅପରେଶନ ଟ୍ରୁ ପ୍ରୋମିଜ୍‌’ ନାମରେ ଇସ୍ରାଏଲ୍‌ ଉପରେ ପ୍ରବଳ ବାଲିଷ୍ଟିକ୍‌ ମିଶାଇଲ୍‌ ଓ ଡ୍ରୋନ୍‌ ଆକ୍ରମଣ କରିଛି। ଇସ୍ରାଏଲ୍‌ରେ ଏୟାର ରେଡ୍‌ ସାଇରନ ବାଜିବା ସହ ଇରାନର ଅଧିକାଂଶ କ୍ଷେପଣାସ୍ତ୍ରକୁ ପ୍ରତିହତ କରାଯାଇଛି। ଇସ୍ରାଏଲ୍‌ ପୁନର୍ବାର ଇରାନ ଉପରେ ମିଶାଇଲ୍‌ ଆକ୍ରମଣ କରିଛି। ଏଥିରେ ଇସ୍‌ଫାହାନସ୍ଥିତ ଗୁରୁତ୍ୱପୂର୍ଣ୍ଣ ଆଣବିକ କେନ୍ଦ୍ରକୁ ଟାର୍ଗେଟ କରାଯାଇଥିବା କୁହାଯାଉଛି। ଏହି ଆକ୍ରମଣ ଫଳରେ ମଧ୍ୟପ୍ରାଚ୍ୟର ଦୁଇ ବିରୋଧୀ ରାଷ୍ଟ୍ର ମଧ୍ୟରେ ଜୋର୍‌ଦାର ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି।
ଇରାନ ଏହାର ସାମରିକ କାର୍ଯ୍ୟକ୍ରମ ଦ୍ରୁତ ବେଗରେ ଆଗେଇ ନେଉଥିବାରୁ ଏହାକୁ ନେଇ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଇସ୍ରାଏଲ ଏହାର ନାଟାଞ୍ଜସ୍ଥିତ ମୁଖ୍ୟ ଆଣବିକ ସ୍ଥଳ ସମେତ ଅନେକ ସ୍ଥାନକୁ ଟାର୍ଗେଟ କରି ଆକ୍ରମଣ କରିବା ସହ ପଶ୍ଚିମ ଇରାନରେ ଥିବା କେତେକ ରାଡାର କେନ୍ଦ୍ର ଓ ମିଶାଇଲ୍‌ ଲଞ୍ଚରଗୁଡ଼ିକୁ ଧ୍ୱଂସ କରିଥିଲା। ଇରାନର ସଶସ୍ତ୍ର ବଳ ଏହାର ପ୍ରତିଶୋଧ ନେବ ବୋଲି ଖାମନେଇ ଏକ ଟେଲିଭିଜନ ଭାଷଣରେ ପ୍ରତିଜ୍ଞା କରିଥିଲେ। ଇସ୍ରାଏଲ୍‌ ଆକ୍ରମଣର ପରିଣାମରେ ସେହି ଦେଶ ଧ୍ୱଂସ ହୋଇଯିବ ବୋଲି ଇରାନର ସୁପ୍ରିମ ଲିଡର କହିଥିଲେ। ତେହେରାନ୍‌ ବହୁସଂଖ୍ୟାରେ ମିଶାଇଲ୍‌ ମାଡ଼ କରିଥିବା ଇସ୍ରାଏଲୀ ସେନା ସ୍ପଷ୍ଟ କରିଛି। ଜେରୁଜେଲମ୍‌ ଏବଂ ତେଲ୍‌ ଆଭିଭ୍‌ ସମେତ ବିଭିନ୍ନ ସହରରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା। ତେବେ ଇରାନ୍‌ର ଅଧିକାଂଶ କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରେ ପ୍ରତିହତ କରାଯାଇଥିବା ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି। ଆକ୍ରମଣ ଜାରି ରହିଥିବାରୁ ନାଗରିକମାନଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଇସ୍ରାଏଲ୍‌ର ଅନେକ ଡଜନ ସାମରିକ ସ୍ଥଳକୁ ଟାର୍ଗେଟ କରି ଜବାବୀ ଆକ୍ରମଣ କରାଯାଇଥିବା ଇରାନର ଇସ୍‌ଲାମିକ୍‌ ରିଭଲ୍ୟୁଶନାରି ଗାର୍ଡ କର୍‌ ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ଇସ୍ରାଏଲ୍‌ର ୨ଟି ଯୁଦ୍ଧବିମାନକୁ ଖସାଇ ଦେଇଥିବା ସେମାନେ ଦାବି କରିଛନ୍ତି।
ଇରାନର ଆଣବିକ ସମୃଦ୍ଧ କାର୍ଯ୍ୟକ୍ରମକୁ ନେଇ ଚୁକ୍ତିନାମା ନିମନ୍ତେ ଆମେରିକା ସହ ବୁଝାମଣା ଚାଲିଥିବାବେଳେ ଇସ୍ରାଏଲ୍‌କୁ ଆକ୍ରମଣ ନ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସତର୍କ କରାଇଥିଲେ। ଇସ୍ରାଏଲ୍‌ର ଆକ୍ରମଣ ପରେ ଶୁକ୍ରବାର ଟ୍ରମ୍ପ୍‌ ଇରାନକୁ ଚୁକ୍ତି ସ୍ବାକ୍ଷର କରିବାକୁ ପୁଣିଥରେ ଚାପ ପକାଇବା ସହ ଚୁକ୍ତି ସ୍ବାକ୍ଷର ନ କଲେ ଅଧିକ ନରସଂହାର ଓ ଧ୍ୱଂସଲୀଳା ଚାଲିବ ବୋଲି ଚେତାବନୀ ଦେଇଛନ୍ତି। ଇରାନର ସମ୍ଭାବ୍ୟ ପ୍ରତିଆକ୍ରମଣକୁ ଦୃଷ୍ଟିରେ ରଖି ଇସ୍ରାଏଲ୍‌ରେ ଥିବା ଭାରତୀୟମାନଙ୍କୁ ସତର୍କ ରହିବାକୁ ଏବଂ ଅଯଥା ଭ୍ରମଣ ନ କରିବାକୁ ଦୂତାବାସ ପକ୍ଷରୁ ସତର୍କ କରାଯାଇଥିଲା। ଉତ୍ତେଜନା ସ୍ଥିତି ଲାଗିରହିଥିବାରୁ ଭାରତୀୟମାନେ ସେଠାରେ ସତର୍କ ରହିବା ସହ ସୁରକ୍ଷା ପ୍ରୋଟୋକଲ୍‌ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

ଆଗକୁ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ,ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଶିକ୍ଷକମାନେ ଯେପରି ରାଜରାସ୍ତାରେ ନ ବସିବେ, ପିଲାଙ୍କ ପାଠପଢ଼ାକୁ ଯେପରି ଗୁରୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri