ତେହରାନ୍,୧।୩: ଖାମେନେଇଙ୍କ ପୁଅ ହେଲେ ଇରାନର ସୁପ୍ରିମ ଲିଡର। ମୁଜତାବା ହୋସେନି ଖାମନେଇ ହେଲେ ଇରାନର ନୂଆ ନେତା। ଖାମେନେଇଙ୍କ ପୁଅ ହେଲେ ମୁଜତାବା। ଏୟାର ଷ୍ଟ୍ରାଇକରେ ଖାମେନେଇଙ୍କ ମୃତ୍ୟୁ ହୋଇଛି।
ଆମେରିକା ଓ ଇସ୍ରାଏଲର ଆକ୍ରମଣରେ ଇରାନର ସୁପ୍ରିମ ଲିଡର ମୃତ ହୋଇଥିବା ନେଇ ସୂଚନା ମିଳିଛି। ଇରାନର ସୁପ୍ରିମ ଲିଡର ଆୟତୋଲ୍ଲା ଅଲ୍ଲୀ ଖାମନେଇଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି ଇରାନର ମିଡି଼ଆ।ସେପଟେ ଖାମନେଇଙ୍କ ମୃତ୍ୟୁ ପରେ ଇରାନରେ ୪୦ ଦିନିଆ ଶୋକ ଘୋଷଣା। ସାତ ଦିନିଆ ସରକାରୀ ଛୁଟି ଘୋଷଣା କରିଛି ଇରାନ ସରକାର।
ଶନିବାର ରାତି ତମାମ ହୋଇଥିଲା ଆକ୍ରମଣ ପ୍ରତି ଆକ୍ରମଣ। ଇରାନ ପ୍ରତିରକ୍ଷା ମନ୍ତ୍ରୀ, ସେନା କମାଣ୍ଡର ବି ପ୍ରାଣ ହରାଇଥିବା ସୂଚନା ମିଳିଛି। ଶନିବାର ସକାଳୁ ଅଫିସ୍ରେ କାମ କଲା ସମୟରେ ପ୍ରାଣ ହରାଇଥିଲେ ଖାମିନେଇ।
ଆମେରିକା ଓ ଇସ୍ରାଏଲର ଆକ୍ରମଣରେ ଅଫିସ୍ ଭିତରେ ହିଁ ପ୍ରାଣ ହରାଇଥିଲେ ଖାମିନେଇ। ଇରାନ ମିଡିଆ ପ୍ରଥମେ ଖାମିନେଇ ଅଫିସ୍ ଛାଡ଼ି ପଳାଇଥିବା ନେଇ କହିଥିଲା। ପରେ ସେ ବଙ୍କରରେ ଲୁଚିଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା ଏହାପରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ତାଙ୍କ ମୃତ୍ୟୁ ନେଇ ସୂଚନା ଦେଇଥିଲେ।
ଆୟତୋଲ୍ଲା ଅଲ୍ଲୀ ଖାମନେଇ ଇରାନର ସର୍ବୋଚ୍ଚ ନେତା ଥିଲେ। ୧୯ ଏପ୍ରିଲ ୧୯୩୯ରେ ଇରାନର ମାଶହାଦ ସହରରେ ସେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପା ସୟଦ ଜାଭାଦ ଖାମିନେଇ ଜଣେ ଇସଲାମିକ ବିଦ୍ବାନ ଥିଲେ। ୧୯୭୮ ଇରାନ ରାଜନୈତିକ ଅଶାନ୍ତି ବେଳେ ସେ ପୁଣି ଫେରିଥିଲେ। ଏହି ସମୟରେ ଇରାନରେ ଇସଲାମିକ ବିପ୍ଲବ ଆରମ୍ଭ ହୋଇଥିଲା। ଏହି ସମୟରେ ଇସଲାମିକ ରିଭଲ୍ୟୁସନାରୀ କାଉନସିଲ ମଧ୍ୟ ଗଠନ।
ଖାମନେଇ କାଉନସିଲ୍ର ଜଣେ ସଦସ୍ୟ ଭାବେ ନିଯୁକ୍ତ ହୋଇଥିଲେ। ୧୯୮୯ରେ ଇରାନର ସର୍ବୋଚ୍ଚ ନେତା ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଏହା ପୂର୍ବରୁ ଖାମିନେଇ ଦେଶର ରାଷ୍ଟ୍ରପତି ମଧ୍ୟ ହୋଇଥିଲେ।

