ତେହେରାନ/ତେଲ ଅଭିଭ, ୧୭।୬: ଇରାନର ଇସଲାମିକ ରେଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ମଙ୍ଗଳବାର ଦାବି କରିଛି ଯେ, ସେମାନେ ଇସ୍ରାଏଲର ଗୁପ୍ତଚର ସଂସ୍ଥା ମୋସାଦର ତେଲ ଅଭିଭସ୍ଥିତ ମୁଖ୍ୟାଳୟ ଏବଂ ଗ୍ଲିଲୋଟରେ ଥିବା ସାମରିକ ଗୁପ୍ତଚର କେନ୍ଦ୍ର ‘ଆମାନ’କୁ ବାଲିଷ୍ଟିକ ମିସାଇଲ ଦ୍ୱାରା ଟାର୍ଗେଟ କରିଛନ୍ତି। ତେବେ, ଇସ୍ରାଏଲ ଏହି ଦାବିକୁ ଖଣ୍ଡନ କରି କହିଛି ଯେ, ମୋସାଦ ମୁଖ୍ୟାଳୟ ସୁରକ୍ଷିତ ରହିଛି ଏବଂ ଇରାନର ଆକ୍ରମଣ ଗୁରୁତ୍ୱପୂର୍ଣ୍ଣ କ୍ଷତି କରିନାହିଁ।
ଇରାନର ସେମି-ଅଫିସିଆଲ ତସନିମ ନ୍ୟୁଜ ଏଜେନ୍ସି ଏବଂ ତେହେରାନ ଟାଇମ୍ସ ଅନୁସାରେ, IRGC ନିଜର ‘ଟ୍ରୁ ପ୍ରମିସ ୩’ ଅପରେସନର ଅଂଶ ଭାବେ ତେଲ ଅଭିଭ ମେଟ୍ରୋପଲିଟାନ ଅଞ୍ଚଳରେ ଥିବା ମୋସାଦ ଓ ଆମାନ କେନ୍ଦ୍ରକୁ ନିଶ୍ଚିହ୍ନ କରିଛି। ସୋସିଆଲ ମିଡିଆରେ ପ୍ରଚାରିତ ଭିଡିଓରେ ତେଲ ଅଭିଭରେ ଧୂଆଁ ଓ ନିଆଁ ଦେଖାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ IRGC ନିଜର ସଫଳ ଆକ୍ରମଣର ପ୍ରମାଣ ବୋଲି ଦାବି କରିଛି। ଇରାନ କହିଛି ଯେ, ଏହି ଆକ୍ରମଣ ଇସ୍ରାଏଲର ଉନ୍ନତ ପ୍ରତିରକ୍ଷା ବ୍ୟବସ୍ଥାକୁ ଭେଦ କରି ସଫଳ ହୋଇଛି ଏବଂ ଏହା ଇସ୍ରାଏଲର ପୂର୍ବତନ ଆକ୍ରମଣର ପ୍ରତିଶୋଧ।
Iranian missile strikes may have hit Mossad HQ in Herzliya 🇮🇷🔥
In the video: “They even managed to hit the Mossad… wow!”
After threatening Iran, they thought nothing would happen.
We are Muslims — we love death as much as you love your life.#Iran #tahran #IsraeliranWar #طهران pic.twitter.com/6tRqsJZY5p— عادل وانی (@HindAlamgir) June 17, 2025
ତେବେ ଇସ୍ରାଏଲ ସୈନ୍ୟ ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଏଫି ଡେଫ୍ରିନ କହିଛନ୍ତି ଯେ, ଇରାନର ମିସାଇଲ ଆକ୍ରମଣ ବେଶି କ୍ଷତି କରିନାହିଁ। ଇସ୍ରାଏଲର ଆଇରନ ଡୋମ ପ୍ରତିରକ୍ଷା ବ୍ୟବସ୍ଥା ଅଧିକାଂଶ ମିସାଇଲ ଓ ଡ୍ରୋନକୁ ଆକାଶରେ ଧ୍ୱଂସ କରିଛି। ଇସ୍ରାଏଲ ମିଡିଆ ଅନୁସାରେ, କିଛି ମିସାଇଲ ତେଲ ଅଭିଭ ଓ ହେର୍ଜଲିୟାରେ ଆଘାତ ହାନିଛି, କିନ୍ତୁ ମୋସାଦ ମୁଖ୍ୟାଳୟ କିମ୍ବା ଆମାନ କେନ୍ଦ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ କ୍ଷତି ହୋଇନାହିଁ। ଇସ୍ରାଏଲ କହିଛି ଯେ, ଇରାନର ଆକ୍ରମଣ ଏକ ବାସ ପାର୍କିଂ ଲଟ ଓ କିଛି ଆବାସିକ ଅଞ୍ଚଳରେ ସୀମିତ ରହିଛି।


