ଆମେରିକା ସେନା ଘାଟି ଉପରେ ଇରାନ୍‌ର ଆକ୍ରମଣ

ଓ୍ବାଶିଂଟନ/ତେହରାନ୍‌,୧ା୯: କିଛିଦିନର ବିରତି ପରେ ଆମେରିକା ସେନା ରବିବାର ରାତିରେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଇରାନୀୟ ରକେଟ ଲଞ୍ଚରଗୁଡ଼ିକ ଉପରେ ଆକ୍ରମଣ କରିଛି। ଏହାର ଜବାବରେ ଇରାନ ଜୋର୍ଡ଼ାନରେ ଥିବା ଆମେରିକା ସେନା ଘାଟି ଉପରେ ପ୍ରତିଆକ୍ରମଣ କରିଥିବା କହିଛି।
ଲାରାକ ଆଇଲାଣ୍ଡରେ ଥିବା ଇରାନର ସାମରିକ ଭିତ୍ତିଭୂମି ଉପରେ ଆମେରିକା ଆକ୍ରମଣ କରିଥିଲା। ଇରାନ ସେନା ପକ୍ଷରୁ ହର୍ମୁଜ୍‌ ଜଳପଥରେ ସମୁଦ୍ର ମାଇନ ବିଛାଯିବା ଆଶଙ୍କା ଥିବାରୁ ଏଭଳି ଆକ୍ରମଣ କରାଯାଇଥିବା ଓ୍ବାଶିଂଟନ କହିଛି। ଏହାର ପ୍ରତିବାଦରେ ଇସ୍‌ଲାମିକ୍‌ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଜୋର୍ଡାନ୍‌ସ୍ଥିତ ଆମେରିକା ବେସ୍‌ ଉପରେ ମିଶାଇଲ ଆକ୍ରମଣ କରିଥିବା କହିଛି। ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ପୁଣିଥରେ ଉତ୍ତେଜନା ବଢ଼ିଛି। ଜୁଲାଇ ଶେଷ ଭାଗରୁ ଆକ୍ରମଣ ବନ୍ଦ ରହିଥିବାବେଳେ ଆମେରିକା ପ୍ରଥମ ଥର ପାଇଁ ଇରାନର ଲାରାକ ଆଇଲାଣ୍ଡରେ ଆକ୍ରମଣ କରିଛି।
ଇରାନର ଏକ ଡ୍ରୋନ୍‌କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ସୋମବାର ସମୁଦ୍ର ଉପରେ ପ୍ରତିହତ କରିଥିବା କହିଛି। ଆମେରିକା ଏବଂ ଇରାନ ମଧ୍ୟରେ ଆକ୍ରମଣ ଚାଲିଥିବାବେଳେ ଏହି ଡ୍ରୋନ୍‌ ଛଡ଼ାଯାଇଥିତ୍ଲା। ଇରାନର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆମେରିକା ରବିବାର ରାତିରେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ର ଲାରାକ ଆଇଲାଣ୍ଡରେ କରିଥିବା ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକେ ଆହତ ହୋଇଛନ୍ତି।
ଗତ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ୍‌ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ପରେ ତେହରାନ୍‌ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଜଳପଥ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ବନ୍ଦ କରିଦେଇଥିଲା। ଯୁଦ୍ଧ ପୂର୍ବରୁ ଏହି ଜଳପଥ ଦେଇ ବିଶ୍ୱ ତୈଳ କାରବାରର ଏକ-ପଞ୍ଚମାଂଶ ପରିବହନ ହେଉଥିଲା। ଏହା ଅବରୋଧ ହେବା ପରେ ବିଶ୍ୱ ଅର୍ଥନୀତି ପ୍ରଭାବିତ ହେବା ସହ ତୈଳ ଓ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ପାଇଛି। ରବିବାର ପୁନର୍ବାର ଆକ୍ରମଣ ଆରମ୍ଭ ହୋଇଥିବାରୁ ବ୍ରେଣ୍ଟ କ୍ରୁଡ୍‌ ଦର ୯୦ ଡଲାର ଟପିଛି। ଯୁଦ୍ଧ ପୂର୍ବର ଦର ତୁଳନାରେ ଏହା ୨୫ ପ୍ରତିଶତ ଅଧିକ। ମଧ୍ୟବର୍ତ୍ତୀକାଳନୀ ନିର୍ବାଚନ ପୂର୍ବରୁ ତୈଳ ଦର ବୃଦ୍ଧି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଇଁ ଅଡ଼ଆ ପରିସ୍ଥିତି ସୃଷ୍ଟି କରିଛି। ଇରାନ ସହ ଯୁଦ୍ଧ ବନ୍ଦ ଏବଂ ହର୍ମୁଜ୍‌କୁ ଖୋଲିବା ପାଇଁ ତାଙ୍କର ସବୁ ଉଦ୍ୟମ ବ୍ୟର୍ଥ ହୋଇଛି। ହର୍ମୁଜ୍‌କୁ ନେଇ ତେହରାନ ନିଜ ଜିଦ୍‌ରେ ଅଟଳ ଥିବାରୁ ଶାନ୍ତି ଆଲୋଚନା ଆଗେଇ ପାରୁନାହିଁ। ଉପସାଗରୀୟ ଦେଶଗୁଡ଼ିକରେ ଥିବା ଅମେରିକା ସେନା ଘାଟି ଓ ଭିତ୍ତିଭୂମିକୁ ଟାର୍ଗେଟ କରି ଇରାନ ଆକ୍ରମଣ ଚଳାଇଥିବାରୁ ଉକ୍ତ ଅଞ୍ଚଳ ପାଇଁ ବିପଦ ସୃଷ୍ଟି ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?