Posted inଖେଳ

ଆଇପିଏଲ୍‌: ପୁରୁଣା ସଫଳତା ଦୋହରାଇବା ଲକ୍ଷ୍ୟରେ କୋଲକାତା

କୋଲକାତା,୩।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦୁଇଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିବା କୋଲକାତା ନାଇଟ ରାଇଡର୍ସ (କେକେଆର) ଏଥର ପୁରୁଣା ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ରହିଛି। ଗୌତମ ଗମ୍ଭୀର ଦଳ ଛାଡିବା ପରେ କୋଲକାତା ତା’ର ପୁରୁଣା ଯାଦୁ ହରାଇଥିଲା। ସବୁ ବିଭାଗରେ କୋଲକାତା ସଂଘର୍ଷ କରୁଥିବା ଦେଖାଯାଇଥିଲା। ଓପନିଂ କମ୍ବିନେଶନ, ମିଡିଲ ଅର୍ଡର ଓ ଜଣେ ଫିନିଶର ଖୋଜିପାଇବାରେ କୋଲକାତା ଏ ପର୍ଯ୍ୟନ୍ତ ତା’ର ସଂଘର୍ଷ ଜାରି ରଖିଛି। ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଖେଳାଯାଇଥିବା ଗତ ସଂସ୍କରଣରେ ଦଳ ସ୍ଥିର ପ୍ରଦର୍ଶନ କରିପାରି ନ ଥିଲା। ଲିଗ୍‌ ମଝିରେ ନେତୃତ୍ୱ ପରିବର୍ତ୍ତନ ମଧ୍ୟ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା।
ସମ୍ପୂର୍ଣ୍ଣ ଭାବେ ଫିଟ୍‌ ନ ଥିବା ଆନ୍ଦ୍ରେ ରସେଲ ଓ ସୁନୀଲ ନାରିନ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ନାରିନଙ୍କ ବୋଲିଂ ଆକ୍ସନ ନେଇ ଏକାଧିକବାର ଅଭିଯୋଗ ଉଠିଥିଲା। କୋଲକାତା କ୍ରମାଗତ ଦ୍ୱିତୀୟଥର ପାଇଁ ପ୍ଲେଅଫ୍‌ରେ ପ୍ରବେଶ କରିପାରି ନ ଥିଲା। ଏଥର ଏପ୍ରିଲ ୧୧ରେ କୋଲକାତା ଚେନ୍ନାଇରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରୁ ଅଭିଯୋଗ ଆରମ୍ଭ କରିବ।
କୋଲକାତାର ସବଳତା
ଇଂଲଣ୍ଡ ସୀମିତ ଓଭର ଅଧିନାୟକ ଇଅନ ମୋର୍ଗାନ ଫୁଲ୍‌ ଟାଇମ ଅଧିନାୟକ ନିଯୁକ୍ତ ହେବା ଦଳ ପାଇଁ ଏକ ବଡ଼ ଶକ୍ତିସଦୃଶ ହେବ। ମୋର୍ଗାନ ଜଣେ ବିଚକ୍ଷଣ ହ୍ବାଇଟ ବଲ୍‌ ଅଧିନାୟକ ହୋଇଥିବାରୁ କୋଲକାତା ଫାଇଦାରେ ରହିବ। ଗତ ସଂସ୍କରଣରେ ୭ଟି ମ୍ୟାଚ୍‌ ପରେ ମୋର୍ଗାନ ନେତୃତ୍ୱ ନେଇଥିଲେ। ବାମହାତୀ ମୋର୍ଗାନ ୧୪ଟି ଇନିଂସରୁ ୪୧.୮୦ ରନ ହାରରେ ୪୧୮ ରନ ସଂଗ୍ରହ କରିଥିଲେ। ସେ ସର୍ବାଧିକ ୨୪ଟି ଛକା ମାରିଥିଲେ।
ଖରାପ ପ୍ରଦର୍ଶନ ସତ୍ତ୍ୱେ ୧୭ଜଣ କୋର ଖେଳାଳିଙ୍କୁ ବଜାୟ ରଖି କୋଲକାତା ନିଜ ଚତୁରତାର ପରିଚୟ ଦେଇଥିଲା। ପୁଣି ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନ ଓ ୨୦୧୬ ଆଇପିଏଲ୍‌ ଫାଇନାଲ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବେନ୍‌ କଟିଂଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରି ବେଶ୍‌ ସଫଳତା ହାସଲ କରିଥିବା ଯୁବ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଦଳରେ ରହିଛନ୍ତି।
ଦୁର୍ବଳତା
ଏକଦା ସ୍ପିନ୍‌ ବିଭାଗ ଦଳରେ ଶକ୍ତି ହୋଇ ରହିଆସିଥିଲା। ତେବେ ଏହା ଏବେ ଦଳର ଦୁର୍ବଳତା ବନିଯାଇଛି। ବାମହାତୀ ସ୍ପିନର କୁଲଦୀପ ଯାଦବ ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ୍‌ରେ ମାତ୍ର ଗୋଟିଏ ଉଇକେଟ ହାସଲ କରି ବିଫଳ ହୋଇଛନ୍ତି। ବିସ୍ମୟ ସ୍ପିନର ସୁନୀଲ ନାରିନଙ୍କ ବୋଲିଂ ଆକ୍ସନ ଦଳ ପାଇଁ ପୁଣି ଥରେ ବିବାଦ ସୃଷ୍ଟି କରିବ। କାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌) ଫାଇନାଲରେ ସେ ଚକିଂ କରୁଥିବାର ଅଭିଯୋଗ ହୋଇଥିଲା । ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଫିଟ୍‌ନେସକୁ ନେଇ ଆଶଙ୍କା ଦେଖାଦେଇଛି।
ସୁଯୋଗ
ଗତ ସଂସ୍କରଣରେ ନେତୃତ୍ୱରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିବା ଦୀନେଶ କାର୍ତ୍ତିକ ଏଥର ନିଜ ତ୍ରୁଟି ସୁଧାରିବାକୁ ପ୍ରୟାସ କରିବେ। ଦିଲ୍ଲୀ ଓ ଚେନ୍ନାଇ ଟ୍ରାକ୍‌ରେ ସ୍ପିନରଙ୍କୁ ସହାୟତା ମିଳିବ ବୋଲି ଆଶା କରାଯାଉଛି। ଏପରିସ୍ଥଳେ ଅଭିଜ୍ଞ ହରଭଜନ ସିଂ ଓ ସାକିବ ଅଲ ହାସନ ପୁଣି ଥରେ ଦମ୍‌ ଦେଖାଇବାର ସୁଯୋଗ ପାଇବେ। ନବାଗତ ମଧ୍ୟପ୍ରଦେଶ ବ୍ୟାଟ୍ସମ୍ୟାନ ଭେଙ୍କଟେଶ ଆୟାର ଓ ହିମାଚଳ ପ୍ରଦେଶ ମିଡିୟମ ପେସର ବୈଭବ ଆରୋରା ଦଳରେ ସାମିଲ ହୋଇଛନ୍ତି। ଏହି ଦୁଇ ଖେଳାଳି ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଓ ଏଥର ଆଇପିଏଲ୍‌ରେ କମାଲ କରିବେ ବୋଲି ଆଶା କରାଯାଉଛି।
ଓପନର ଶୁବମନ ଗିଲ ଏଥର ଦଳକୁ ଭଲ ଆରମ୍ଭ ପ୍ରଦାନ କରିବେ ଓ ଖାସ କରି ପାଓ୍ବାର ପ୍ଲେରେ ସେ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ଆଶା କରାଯାଉଛି। ଶୁବମନ ପୂର୍ବରୁ ଅଧିକ ବଲ୍‌ ବ୍ୟୟ କରୁଥିଲେ ଓ ଏହା ଫଳରେ ମିଡ୍‌ଲ ଅର୍ଡରରେ ଚାପ ସୃଷ୍ଟି ହେଉଥିଲା।
କୋଲକାତା ଦଳ: ଇଅନ ମୋର୍ଗାନ (ଅଧିନାୟକ), ଦୀନେଶ କାର୍ତ୍ତିକ, ଶୁବମନ ଗିଲ, ନୀତୀଶ ରାଣା, ଟିମ୍‌ ସିଫର୍ଟ, ରିଙ୍କୁ ସିଂ, ଆନ୍ଦ୍ରେ ରସେଲ, ସୁନୀଲ ନାରିନ, କୁଲଦୀପ ଯାଦବ, ଶିବମ ମାଭି, ଲୋକି ଫର୍ଗୁଶନ, ପ୍ୟାଟ୍‌ କୁମିନ୍ସ, କମଳେଶ ନାଗରକୋଟି, ସନ୍ଦୀପ ଓ୍ବାରିୟର, ପ୍ରସିଦ୍ଧ କ୍ରିଷ୍ଣା, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ସାକିବ ଅଲ ହାସନ, ଶେଲଡନ ଜ୍ୟାକଶନ, ବୈଭବ ଆରୋରା, ହରଭଜନ ସିଂ, କରୁନା ନାୟାର, ବେନ୍‌ କଟିଂ, ଭେଙ୍କଟେଶ ଆୟାର ଓ ପବନ ନେଗୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri