Posted inଖେଳ

ଆଇପିଏଲ୍‌: ପୁରୁଣା ସଫଳତା ଦୋହରାଇବା ଲକ୍ଷ୍ୟରେ କୋଲକାତା

କୋଲକାତା,୩।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦୁଇଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିବା କୋଲକାତା ନାଇଟ ରାଇଡର୍ସ (କେକେଆର) ଏଥର ପୁରୁଣା ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ରହିଛି। ଗୌତମ ଗମ୍ଭୀର ଦଳ ଛାଡିବା ପରେ କୋଲକାତା ତା’ର ପୁରୁଣା ଯାଦୁ ହରାଇଥିଲା। ସବୁ ବିଭାଗରେ କୋଲକାତା ସଂଘର୍ଷ କରୁଥିବା ଦେଖାଯାଇଥିଲା। ଓପନିଂ କମ୍ବିନେଶନ, ମିଡିଲ ଅର୍ଡର ଓ ଜଣେ ଫିନିଶର ଖୋଜିପାଇବାରେ କୋଲକାତା ଏ ପର୍ଯ୍ୟନ୍ତ ତା’ର ସଂଘର୍ଷ ଜାରି ରଖିଛି। ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଖେଳାଯାଇଥିବା ଗତ ସଂସ୍କରଣରେ ଦଳ ସ୍ଥିର ପ୍ରଦର୍ଶନ କରିପାରି ନ ଥିଲା। ଲିଗ୍‌ ମଝିରେ ନେତୃତ୍ୱ ପରିବର୍ତ୍ତନ ମଧ୍ୟ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା।
ସମ୍ପୂର୍ଣ୍ଣ ଭାବେ ଫିଟ୍‌ ନ ଥିବା ଆନ୍ଦ୍ରେ ରସେଲ ଓ ସୁନୀଲ ନାରିନ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ନାରିନଙ୍କ ବୋଲିଂ ଆକ୍ସନ ନେଇ ଏକାଧିକବାର ଅଭିଯୋଗ ଉଠିଥିଲା। କୋଲକାତା କ୍ରମାଗତ ଦ୍ୱିତୀୟଥର ପାଇଁ ପ୍ଲେଅଫ୍‌ରେ ପ୍ରବେଶ କରିପାରି ନ ଥିଲା। ଏଥର ଏପ୍ରିଲ ୧୧ରେ କୋଲକାତା ଚେନ୍ନାଇରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରୁ ଅଭିଯୋଗ ଆରମ୍ଭ କରିବ।
କୋଲକାତାର ସବଳତା
ଇଂଲଣ୍ଡ ସୀମିତ ଓଭର ଅଧିନାୟକ ଇଅନ ମୋର୍ଗାନ ଫୁଲ୍‌ ଟାଇମ ଅଧିନାୟକ ନିଯୁକ୍ତ ହେବା ଦଳ ପାଇଁ ଏକ ବଡ଼ ଶକ୍ତିସଦୃଶ ହେବ। ମୋର୍ଗାନ ଜଣେ ବିଚକ୍ଷଣ ହ୍ବାଇଟ ବଲ୍‌ ଅଧିନାୟକ ହୋଇଥିବାରୁ କୋଲକାତା ଫାଇଦାରେ ରହିବ। ଗତ ସଂସ୍କରଣରେ ୭ଟି ମ୍ୟାଚ୍‌ ପରେ ମୋର୍ଗାନ ନେତୃତ୍ୱ ନେଇଥିଲେ। ବାମହାତୀ ମୋର୍ଗାନ ୧୪ଟି ଇନିଂସରୁ ୪୧.୮୦ ରନ ହାରରେ ୪୧୮ ରନ ସଂଗ୍ରହ କରିଥିଲେ। ସେ ସର୍ବାଧିକ ୨୪ଟି ଛକା ମାରିଥିଲେ।
ଖରାପ ପ୍ରଦର୍ଶନ ସତ୍ତ୍ୱେ ୧୭ଜଣ କୋର ଖେଳାଳିଙ୍କୁ ବଜାୟ ରଖି କୋଲକାତା ନିଜ ଚତୁରତାର ପରିଚୟ ଦେଇଥିଲା। ପୁଣି ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନ ଓ ୨୦୧୬ ଆଇପିଏଲ୍‌ ଫାଇନାଲ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବେନ୍‌ କଟିଂଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରି ବେଶ୍‌ ସଫଳତା ହାସଲ କରିଥିବା ଯୁବ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଦଳରେ ରହିଛନ୍ତି।
ଦୁର୍ବଳତା
ଏକଦା ସ୍ପିନ୍‌ ବିଭାଗ ଦଳରେ ଶକ୍ତି ହୋଇ ରହିଆସିଥିଲା। ତେବେ ଏହା ଏବେ ଦଳର ଦୁର୍ବଳତା ବନିଯାଇଛି। ବାମହାତୀ ସ୍ପିନର କୁଲଦୀପ ଯାଦବ ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ୍‌ରେ ମାତ୍ର ଗୋଟିଏ ଉଇକେଟ ହାସଲ କରି ବିଫଳ ହୋଇଛନ୍ତି। ବିସ୍ମୟ ସ୍ପିନର ସୁନୀଲ ନାରିନଙ୍କ ବୋଲିଂ ଆକ୍ସନ ଦଳ ପାଇଁ ପୁଣି ଥରେ ବିବାଦ ସୃଷ୍ଟି କରିବ। କାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌) ଫାଇନାଲରେ ସେ ଚକିଂ କରୁଥିବାର ଅଭିଯୋଗ ହୋଇଥିଲା । ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଫିଟ୍‌ନେସକୁ ନେଇ ଆଶଙ୍କା ଦେଖାଦେଇଛି।
ସୁଯୋଗ
ଗତ ସଂସ୍କରଣରେ ନେତୃତ୍ୱରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିବା ଦୀନେଶ କାର୍ତ୍ତିକ ଏଥର ନିଜ ତ୍ରୁଟି ସୁଧାରିବାକୁ ପ୍ରୟାସ କରିବେ। ଦିଲ୍ଲୀ ଓ ଚେନ୍ନାଇ ଟ୍ରାକ୍‌ରେ ସ୍ପିନରଙ୍କୁ ସହାୟତା ମିଳିବ ବୋଲି ଆଶା କରାଯାଉଛି। ଏପରିସ୍ଥଳେ ଅଭିଜ୍ଞ ହରଭଜନ ସିଂ ଓ ସାକିବ ଅଲ ହାସନ ପୁଣି ଥରେ ଦମ୍‌ ଦେଖାଇବାର ସୁଯୋଗ ପାଇବେ। ନବାଗତ ମଧ୍ୟପ୍ରଦେଶ ବ୍ୟାଟ୍ସମ୍ୟାନ ଭେଙ୍କଟେଶ ଆୟାର ଓ ହିମାଚଳ ପ୍ରଦେଶ ମିଡିୟମ ପେସର ବୈଭବ ଆରୋରା ଦଳରେ ସାମିଲ ହୋଇଛନ୍ତି। ଏହି ଦୁଇ ଖେଳାଳି ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଓ ଏଥର ଆଇପିଏଲ୍‌ରେ କମାଲ କରିବେ ବୋଲି ଆଶା କରାଯାଉଛି।
ଓପନର ଶୁବମନ ଗିଲ ଏଥର ଦଳକୁ ଭଲ ଆରମ୍ଭ ପ୍ରଦାନ କରିବେ ଓ ଖାସ କରି ପାଓ୍ବାର ପ୍ଲେରେ ସେ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ଆଶା କରାଯାଉଛି। ଶୁବମନ ପୂର୍ବରୁ ଅଧିକ ବଲ୍‌ ବ୍ୟୟ କରୁଥିଲେ ଓ ଏହା ଫଳରେ ମିଡ୍‌ଲ ଅର୍ଡରରେ ଚାପ ସୃଷ୍ଟି ହେଉଥିଲା।
କୋଲକାତା ଦଳ: ଇଅନ ମୋର୍ଗାନ (ଅଧିନାୟକ), ଦୀନେଶ କାର୍ତ୍ତିକ, ଶୁବମନ ଗିଲ, ନୀତୀଶ ରାଣା, ଟିମ୍‌ ସିଫର୍ଟ, ରିଙ୍କୁ ସିଂ, ଆନ୍ଦ୍ରେ ରସେଲ, ସୁନୀଲ ନାରିନ, କୁଲଦୀପ ଯାଦବ, ଶିବମ ମାଭି, ଲୋକି ଫର୍ଗୁଶନ, ପ୍ୟାଟ୍‌ କୁମିନ୍ସ, କମଳେଶ ନାଗରକୋଟି, ସନ୍ଦୀପ ଓ୍ବାରିୟର, ପ୍ରସିଦ୍ଧ କ୍ରିଷ୍ଣା, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ସାକିବ ଅଲ ହାସନ, ଶେଲଡନ ଜ୍ୟାକଶନ, ବୈଭବ ଆରୋରା, ହରଭଜନ ସିଂ, କରୁନା ନାୟାର, ବେନ୍‌ କଟିଂ, ଭେଙ୍କଟେଶ ଆୟାର ଓ ପବନ ନେଗୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri