Posted inଖେଳ

ବଲିଉଡ୍‌ ଷ୍ଟାରଙ୍କଠାରୁ କମ୍‌ ନୁହନ୍ତି ଆଇପିଏଲ୍‌ର ଏହି କ୍ରିକେଟର: ୧୩୫ ମିଟର ଉଚ୍ଚ ଏୟାର ସୁଇଙ୍ଗରେ କରିଥିଲେ ପ୍ରେମ ନିବେଦନ

ଆଇପିଏଲ୍‌ ୨୦୨୦ରେ ରବିବାର ରାଜସ୍ଥାନ ରୟାଲ୍ସ, କିଙ୍ଗସ୍‌ ୧୧ ପଞ୍ଜାବକୁ ୪ ଓ୍ବିକେଟରେ ହରାଇଥିଲା। ପଞ୍ଜାବର ଓପନିଂ ବ୍ୟାଷ୍ଟମ୍ୟାନ ମୟଙ୍କ ଅଗ୍ରଓ୍ବାଲ ୪୫ ବଲରେ ୧୦୦ ରନ୍‌ କରିଥିଲେ। ସେ ୫୦ ବଲରେ ୧୦୬ ରନ୍‌ କରିବାରେ ସଫଳ ହୋଇଥିଲେ। ମୟଙ୍କ ୧୦ ଚୌକା ଏବଂ ୭ ଛକା ମାରିଥିଲେ। ଏହିପରି ଭାବେ ସେ ଆଇପିଏଲ୍‌ରେ ଦ୍ରୁତତମ ଶତକ ହାସଲ କରିଥିବା ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି।


ଖେଳକୁ ନେଇ ପ୍ରସିଦ୍ଧ ଏହି ଖେଳାଳିଙ୍କ ପ୍ରେମକାହାଣୀ ମଧ୍ୟ ବହୁତ ମଜାଦାର। ମୟଙ୍କ ତାଙ୍କ ପ୍ରେମିିକା ଆଶିତା ସୁଦଙ୍କୁ ବଲିଉଡ୍‌ ଷ୍ଟାଇଲରେ ପ୍ରେମ ନିବେଦନ କରିଥିଲେ। ଏହି ପ୍ରେମ ବନ୍ଧୁତ୍ୱରୁ ପ୍ରଥମେ ଆରମ୍ଭ ହୋଇଥିଲା। ୨୦୧୮ ଜାନୁୟାରୀରେ ମୟଙ୍କ ଲଣ୍ଡନର ଥମାସ ନଦୀ କୂଳରେ ପ୍ରେମିକା ଆସିତାଙ୍କୁ ପ୍ରେମ ନିବେଦନ କରିଥିଲେ। ତାଙ୍କର ଏହି ରୋମାଣ୍ଟିକ୍‌ ଶୈଳୀ ଦେଖି ଆଶିତା ସଙ୍ଗେ ସଙ୍ଗେ ରାଜି ହୋଇଯାଇଥିଲେ। ଥମାସ ନଦୀ କୂଳରେ ଅବସ୍ଥିତ ପ୍ରାୟ ୧୩୫ ମିଟର ଉଚ୍ଚରେ ଥିବା ଏୟାର ସୁଇଙ୍ଗ (ଲଣ୍ଡନ ଆଇ)ରେ ସେ ପ୍ରେମ ନିବେଦନ କରିଥିଲେ। ପରେ ଏହି ବର୍ଷ ଜୁନ୍‌ରେ ସେମାନେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri