Posted inଖେଳ

ଆଇପିଏଲ୍‌: ଟାଇଟଲ ସ୍ପୋନ୍ସରଶିପ୍‌ ଦୌଡ଼ରେ ଅନ୍‌ଏକାଡେମୀ

ନୂଆଦିଲ୍ଲୀ,୧୩।୮(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅନ୍ୟତମ ପ୍ରାୟୋଜକ ଏଜୁକେଶନ ଟେକ୍ନୋଲୋଜି କମ୍ପାନୀ ଅନ୍‌ଏକାଡେମୀ ଏବେ ଟାଇଟଲ ସ୍ପୋନ୍ସରଶିପ୍‌ ଦୌଡ଼ରେ ସାମିଲ ହୋଇଛି। ଚାଇନା ମୋବାଇଲ ଫୋନ୍‌ କମ୍ପାନୀ ଭିଭୋ ବଦଳରେ ଅନ୍‌ଏକାଡେମୀ ଚଳିତ ସେସନ ପାଇଁ ବିଡ୍‌ ଦାଖଲ କରିବାକୁ ନିଷ୍ପତ୍ତି ନେଇଛି। ଅନ୍‌ଏକାଡେମୀ ବିଡ୍‌ କାଗଜପତ୍ର କ୍ରୟ କରିଛି। ତେବେ ଅନ୍‌ଏକାଡେମୀ ତରଫରୁ ଏ ସଂକ୍ରାନ୍ତରେ ଅଧିକ କିଛି କୁହାଯାଇନାହିଁ। କିନ୍ତୁ ଅନ୍‌ଏକାଡେମୀ ଏହାକୁ ବେଶ୍‌ ଗୁରୁତ୍ୱ ଦେଇଛି ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଧିକାରୀ କହିଛନ୍ତି। ଅନ୍ୟପଟେ ଯଦି ପତଞ୍ଜଳି ବିଡ୍‌ ଦାଖଲ କରେ ତା’ହେଲେ ଟାଇଟଲ ସ୍ପୋନ୍ସରଶିପ୍‌ ପାଇଁ ଏକ ପ୍ରତିଯୋଗିତା ହେବ ବୋଲି ବରିଷ୍ଠ ଅଧିକାରୀ ଜଣକ ନାମ ଗୋପନ ରଖି କହିଛନ୍ତି।
ପୂର୍ବରୁ ପ୍ରାୟୋଜକ ଭାବେ ଭିଭୋ ବର୍ଷକୁ ୪୪୦ କୋଟି ଟଙ୍କା ଦେଉଥିଲା। ତେବେ ଚାଇନା ଓ ଭାରତ ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦ ପାଇଁ ଭିଭୋକୁ ସ୍ପୋନ୍ସରଶିପ୍‌ରୁ ଓହରିବାକୁ ପଡିଥିଲା। ବିସିସିଆଇ ଏବେ ଅପେକ୍ଷାକୃତ କମ୍‌ ମୂଲ୍ୟରେ ୩୦୦ରୁ ୩୫୦ କୋଟି ମଧ୍ୟରେ ୪ ମାସ ଓ ୧୩ ଦିନ ପାଇଁ ପ୍ରାୟୋଜକ ସନ୍ଧାନରେ ରହିଛି। ଉଲ୍ଲେଖଥାଉ କି, ଅନ୍‌ଏକାଡେମୀ ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ଡ୍ରିମ ୧୧ ଓ ପେଟିଏମ୍‌ ସହିତ ଆଇପିଏଲ୍‌ ସେଣ୍ଟ୍ରାଲ ସ୍ପୋନ୍ସରଶିପ୍‌ ପୁଲ୍‌ର ଅଂଶବିଶେଷ ରହିଆସିଛି। ସେଣ୍ଟ୍ରାଲ ସ୍ପୋନ୍ସରଶିପ୍‌ ଓ ଟାଇଟଲ ସ୍ପୋନ୍ସରଶିପ୍‌ ମଧ୍ୟରେ ଫରକ ରହିଛି। ସେଣ୍ଟ୍ରାଲ ସ୍ପୋନ୍ସରଶିପ୍‌ରେ ଜର୍ସି ରାଇଟ୍‌ ସାମିଲ ନାହିଁ ବୋଲି ବୋର୍ଡର ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ଗୋଟିଏ ଦଳରେ ସ୍ଥାନ ପାଇଲେ ବିରାଟ କୋହଲି ଓ ଋଷଭ ପନ୍ତ, ଏପଟେ BCCI ଦେଲା ବଡ ଖବର

ନୂଆଦିଲ୍ଲୀ,୧୧।୧୨: ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ଦିଲ୍ଲୀର ସମ୍ଭାବ୍ୟ ଦଳରେ ଭାରତର ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ସାମିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri