Posted inଖେଳ

IPL Ticket Booking: କେବେ, କେମିତି କିଣିପାରିବେ ଆଇପିଏଲ୍‌ ଟିକେଟ୍‌, ଜାଣନ୍ତୁ କେତେ ରହିବ ଦାମ୍‌

ନୂଆଦିଲ୍ଲୀ,୧୭।୨: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନ ଅର୍ଥାତ୍‌ ଆଇପିଏଲ୍‌ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ନାମେଣ୍ଟ ୨୨ ମାର୍ଚ୍ଚରୁ ୨୫ ମେ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ୧୦ଟି ଦଳ ଅଂଶଗ୍ରହଣ କରିବେ ଏବଂ ମ୍ୟାଚ ପାଇଁ ୧୩ଟି ପଡ଼ିଆ ଚୟନ କରାଯାଇଛି। ସିଜିନର ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (କେକେଆର ବନାମ ଆରସିବି) ମଧ୍ୟରେ ଇଡେନ ଗାର୍ଡେନରେ ଖେଳାଯିବ।

ଆଇପିଏଲ୍‌ ୨୦୨୫ ଆରମ୍ଭ ହେବାକୁ ଆହୁରି ଅନେକ ସପ୍ତାହ ବାକି ଅଛି, କିନ୍ତୁ ଟିକେଟ କିଣିବା ପାଇଁ ପ୍ରଶଂସକଙ୍କ ଉତ୍ସାହ ବଢ଼ିବା ଆରମ୍ଭ କରିସାରିଛି। ଏପର୍ଯ୍ୟନ୍ତ ବିସିସିଆଇ ଟିକେଟ ବୁକିଂ ପ୍ରକ୍ରିୟା ସମ୍ପର୍କରେ କୌଣସି ବିବରଣୀ ପ୍ରକାଶ କରିନାହିଁ, କିନ୍ତୁ ପୂର୍ବ ସିଜନ ପରି, ଅଧିକାଂଶ ଟିକେଟ ଇଣ୍ଟରନେଟ ମାଧ୍ୟମରେ ଅର୍ଥାତ୍‌ ଅନଲାଇନରେ ବିକ୍ରି ହେବ। ପ୍ରଶଂସକମାନେ ଦଳଗୁଡ଼ିକର ଅଫିସିଆଲ ୱେବସାଇଟ କିମ୍ବା Paytm, BookMyShow ଭଳି ପ୍ଲାଟଫର୍ମରୁ ଟିକେଟ କିଣିପାରିବେ।
ପୂର୍ବରୁ ମଧ୍ୟ ବିସିସିଆଇ ଏହି ସମୟରେ ଟିକେଟ ଉପଲବ୍ଧ କରାଇଥିବାରୁ ଆଇପିଏଲ ୨୦୨୫ ପାଇଁ ଟିକେଟ ବିକ୍ରି ଫେବୃଆରୀ ଶେଷ କିମ୍ବା ମାର୍ଚ୍ଚ ଆରମ୍ଭରେ ଆରମ୍ଭ ହୋଇପାରେ। ଅନେକ ଦଳ ସେମାନଙ୍କ ମ୍ୟାଚ ପାଇଁ ପ୍ରାକ-ପଞ୍ଜିକରଣ ଆରମ୍ଭ କରିସାରିଛନ୍ତି। ଉଦାହରଣ ସ୍ବରୂପ, ରାଜସ୍ଥାନ ରୟାଲ୍ସ ସମର୍ଥକମାନେ ଫେବୃଆରୀ ୭ରୁ ଫେବୃଆରୀ ୨୦ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ, ଯାହା ଦ୍ୱାରା ଟିକେଟ ବିକ୍ରି ହେବା ସମୟରେ ସେମାନଙ୍କ ପାଇଁ ସହଜ ହୋଇପାରିବ।
ଷ୍ଟାଡିୟମ ଏବଂ ଏଥିରେ ଥିବା ଷ୍ଟାଣ୍ଡ ଅନୁସାରେ ଟିକେଟର ମୂଲ୍ୟ ନିର୍ଣ୍ଣୟ କରାଯିବ। କୁହାଯାଉଛି ଯେ, ଜେନେରାଲ ଷ୍ଟାଣ୍ଡରେ ସିଟ୍‌ରେ ମୂଲ୍ୟ ୮୦୦-୧୫୦୦ ଟଙ୍କା ମଧ୍ୟରେ ହୋଇପାରେ। ପ୍ରିମିୟମ ସିଟ୍‌ର ମୂଲ୍ୟ ୨୦୦୦-୫୦୦୦ ଟଙ୍କା ମଧ୍ୟରେ ରହିବ। ଭିଆଇପି ଏବଂ ଏକଜିକ୍ୟୁଟିଭ ବକ୍ସରେ ଗୋଟିଏ ସିଟ୍‌ର ମୂଲ୍ୟ ୬୦୦୦-୨୦,୦୦୦ ଟଙ୍କା ମଧ୍ୟରେ ରହିବ। କର୍ପୋରେଟ ବାକ୍ସରେ ବସିବା ପାଇଁ, ଜଣେ ବ୍ୟକ୍ତିଙ୍କୁ ଗୋଟିଏ ସିଟ ପାଇଁ ୨୫,୦୦୦ ରୁ ୫୦,୦୦୦ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri