ଏହି ତାରିଖରେ ଘୋଷଣା ହେବ ଆଇପିଏଲ୍‌ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ, ୫ା୯ (ପି.ଟି.)-ବହୁ ପ୍ରତୀକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର କାର୍ଯ୍ୟସୂଚୀ ରବିବାର ପ୍ରକାଶ ପାଇବ। ଆଇପିଏଲ୍‌ ଗଭର୍ନିଂ ବଡି ଚେୟାରମ୍ୟାନ ବ୍ରିଜେଶ ପଟେଲ ଶନିବାର ସୂଚନା ଦେଇଛନ୍ତି। କାର୍ଯ୍ୟସୂଚୀକୁ ଟି୨୦ ଲିଗ୍‌ରେ ଭାଗ ନେବାକୁ ଥିବା ସମସ୍ତ ୮ଟି ଦଳ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ଦୁବାଇ ଓ ଆବୁଧାବିରେ ପୃଥକ୍‌ କ୍ୱାରାଣ୍ଟାଇନ୍‌ ନିୟମ ଯୋଗୁ କାର୍ଯ୍ୟସୂଚୀ ଚୂଡ଼ାନ୍ତ ପାଇଁ ଆଇପିଏଲ୍‌ର ଅପରେଶନ ଟିମ୍‌ ସମୟ ନେଇଥିଲା। ସେପ୍ଟେମ୍ବର ୧୯ରେ ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ ଗତ ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରନର୍ସଅପ୍‌ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ ବୋଲି ଆଶା କରାଯାଉଛି।

Share