ଆଇପିଏଲ୍‌ ମିଡିଆ ରାଇଟ୍ସ , ୨୦୨୩ ରୁ ୨୦୨୭ ପ୍ରର୍ଯ୍ୟନ୍ତ ପ୍ରସାରଣ ଅଧିକାର, ଦୌଡ଼ରେ ବଡ଼ କମ୍ପାନୀ…

କୋଲକାତା, ୫।୪ : ବର୍ତ୍ତମାନ ଭାରତରେ କ୍ରିକେଟର ଆଇପିଏଲ ଉତ୍ସବ ଚାଲିଛି। ଏହି ସମୟରେ, କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ମଧ୍ୟ ଆଇପିଏଲ ମିଡିଆ ରାଇଟ୍ସ ସମ୍ପର୍କରେ ଟେଣ୍ଡର ଜାରି କରିଛି। ଆଇପିଏଲରୁ ବିସିସିଆଇର ରୋଜଗାରରେ ମିଡିଆ ଅଧିକାରର ସବୁଠାରୁ ବଡ଼ ହାତ ରହିଛି। ଏଭଳି ପରିସ୍ଥିତିରେ ଆସନ୍ତା ପାଞ୍ଚ ବର୍ଷ ୨୦୨୩ ରୁ ୨୦୨୭ ପ୍ରର୍ଯ୍ୟନ୍ତ ପ୍ରସାରଣ ଅଧିକାର ପାଇଁ ବିସିସିଆଇ ମିଡିଆ ଅଧିକାର ଲାଗି ଟେଣ୍ଡର ଜାରି କରିଛି।

ଏଥିପାଇଁ ବହୁ ବଡ଼ ବଡ଼ କମ୍ପାନୀ ମଧ୍ୟ ଟେଣ୍ଡର ଡକ୍ୟୁମେଣ୍ଟ କିଣିବା ଆରମ୍ଭ କରିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ବିଦ୍ୟମାନ ବ୍ରୋଡକାଷ୍ଟର ଷ୍ଟାର-ଡିଜନି ହଟଷ୍ଟାର, ସୋନି ନେଟୱାର୍କ, ଜି ନେଟୱାର୍କ, ଟିଭି-୧୯ ଭିଆକମ ଏବଂ ଆମାଜନ ଭଳି କମ୍ପାନୀ ମିଡିଆ ଅଧିକାର ନିଲାମରେ ଅଂଶଗ୍ରହଣ କରିବା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ (ଆଇଟିଟି) କିଣିଛନ୍ତି। ଏଥିପାଇଁ ନିଲାମ ଜୁନ ୨୦୨୨ ରେ ଅନୁଷ୍ଠିତ ହୋଇପାରେ। ଆସନ୍ତା ମେ’ ୧୦ ତାରିଖ ସୁଦ୍ଧା ଡକ୍ୟୁମେଣ୍ଟ କ୍ରୟ କରିବା ପାଇଁ ବିସିସିଆଇ ସମସ୍ତ କମ୍ପାନୀକୁ ଏକ ସମୟସୀମା ଜାରି କରିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଟେକ କମ୍ପାନୀ ଆପଲ ମଧ୍ୟ ଏହି ନିଲାମରେ ଅଂଶଗ୍ରହଣ କରିବାର ଯୋଜନା ରହିଛି। ତଥାପି, ଆପଲ ଏପର୍ଯ୍ୟନ୍ତ ଟେଣ୍ଡର ଡକ୍ୟୁମେଣ୍ଟ କ୍ରୟ କରିନାହିଁ। ଡକ୍ୟୁମେଣ୍ଟ କିଣିବାର ଅର୍ଥ ନୁହେଁ ଯେ ଏହି କମ୍ପାନୀଗୁଡିକ ଆବେଦନ କରିଛନ୍ତି। ସମସ୍ତ କମ୍ପାନୀଗୁଡିକ ସେମାନଙ୍କର ବିଡ ସହିତ ଏହି ଡକ୍ୟୁମେଣ୍ଟ ପୂରଣ କରିବାକୁ ପଡିବ ଏବଂ ଏହାକୁ ବିସିସିଆଇରେ ଦାଖଲ କରିବାକୁ ପଡିବ। ଏହା ପରେ, ନିଲାମ ମାଧ୍ୟମରେ ଅଧିକାର ପ୍ରଦାନ ସମ୍ପର୍କ ବୋର୍ଡ ନିଷ୍ପତ୍ତି ନେବ।

ସମଗ୍ର ପ୍ରକ୍ରିୟା ସ୍ବଚ୍ଛ ରହିବ ବୋଲି ବିସିସିଆଇ ସଚିବ ଜୟ ଶାହା କହିଛନ୍ତି। ଏଥିରୁ ମିଳିଥିବା ଅର୍ଥ ଘରୋଇ କ୍ରିକେଟକୁ ମଜବୁତ କରିବା ପାଇଁ ବ୍ୟବହୃତ ହେବ। ଆଗ୍ରହୀ ସଂସ୍ଥାକୁ ଟେଣ୍ଡର ଡକ୍ୟୁମେଣ୍ଟ କିଣିବା ପାଇଁ ବୋର୍ଡରେ ପ୍ରାୟ ୨୫ ଲକ୍ଷ ଟଙ୍କା ଜମା କରିବାକୁ ପଡିବ। ଏଥିସହିତ ନିଲାମ ପାଇଁ ବିସିସିଆଇ ପକ୍ଷରୁ ବେସ୍‌ ପ୍ରାଇସ୍‌ ପ୍ରାୟ ୩୩ ହଜାର କୋଟି ଟଙ୍କା ସ୍ଥିର କରାଯାଇଛି। ଏହି ବିଡ ୪୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଯାଇପାରେ ବୋଲି ଆଶା କରାଯାଉଛି।

ଗଣମାଧ୍ୟମର ନିଲାମ ଏବଂ ପ୍ରସାରଣ ରାଇଟ୍ସ ଚଳିତ ବର୍ଷ ସ୍ବତନ୍ତ୍ର ହେବାକୁ ଯାଉଛି। ଏହାର କାରଣ ଏହା ୪ଟି ସେଟ ରେ କରାଯିବ। ଡିଜିଟାଲ ପ୍ରସାରଣ ଅଧିକାର, ଟିଭି ପ୍ରସାରଣ ଅଧିକାର (ଭାରତୀୟ ଉପମହାଦେଶ), ୧୮ ଟି ମ୍ୟାଚର ଅଲଗା ସେଟ୍‌ ଏବଂ ଭାରତୀୟ ଉପମହାଦେଶ ବାହାରେ ସେଟ ନିଲାମ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ଏହାକୁ କେବଳ ଗୋଟିଏ ସେଟରେ ନିଲାମ କରାଯାଉଥିଲା।

ସାମ୍ପ୍ରତିକ ମିଡିଆ ଅଧିକାର ଷ୍ଟାର ସହିତ ରହିଛି। ଏହା ୨୦୧୭ ରେ ଆରମ୍ଭ ହୋଇଥିଲା । ଏହା ଚଳିତ ସିଜିନ୍‌ରେ ଶେଷ ହେବାକୁ ଯାଉଛି। ୨୦୨୩ ପର୍ଯ୍ୟନ୍ତ ଷ୍ଟାର ଏହି ଅଧିକାର ୧୬,୩୪୭ କୋଟିରେ କିଣିଥିଲା। ୨୦୨୩ରୁ ୨୦୨୭ ମିଡ଼ିଆ ଅଧିକାର ୪୫ ହଜାର କୋଟିରୁ ଅଧିକରେ ବିକ୍ରି ହେବାର ଆଶା ରହିଛି। ୨୦୦୮ରୁ ୨୦୧୭ ପର୍ଯ୍ୟନ୍ତ ସୋନୀକୁ ଏହି ଧିକାର ୮୨,୦୦ କୋଟିରେ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri