IPL 2025 Video: ଧୋନୀଙ୍କ ଦଳ ହାରୁଥିବା ଦେଖି ଭୋ ଭୋ ହୋଇ କାନ୍ଦିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୮।୪: ଏମଏସ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଇପିଏଲ ୨୦୨୫ ସବୁଠାରୁ ଖରାପ ସିଜନ ପ୍ରମାଣିତ ହୋଇଛି। ଦଳ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି। ଯଦିଓ CSK ତାର ସମସ୍ତ ୫ଟି ମ୍ୟାଚ ଜିତିଯାଏ, ତଥାପି ଏହାର କେବଳ ୧୫ ପଏଣ୍ଟ ରହିବ।ଏପରି ପରିସ୍ଥିତିରେ କେବଳ ଏକ ଚମତ୍କାର ହିଁ ଏହାକୁ ପ୍ଲେଅଫକୁ ନେଇପାରିବ। ଦଳ ଘରୋଇ ପରିବେଶରେ ତା’ର ଶେଷ ମ୍ୟାଚ (ଚେପକ) ହାରିଯାଛି। ଏହା ଦେଖି ଦଳକୁ ସମର୍ଥନ କରିବାକୁ ଆସିଥିବା ଭାରତୀୟ ଅଭିନେତ୍ରୀ ଶ୍ରୁତି ହାସନ ନିଜ ଲୁହକୁ ରୋକି ପାରି ନ ଥିଲେ ଏବଂ ଷ୍ଟାଡିୟମରେ ହିଁ କାନ୍ଦିବାକୁ ଲାଗିଲେ।

ଚେନ୍ନାଇ ସୁପର କିଙ୍ଗ୍ସର ଶେଷ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ସହିତ ଥିଲା। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି CSK ୧୫୪ ରନ୍‌ରେ ଅଲଆଉଟ ହୋଇଯାଇଥିଲା। ଜବାବରେ, ହାଇଦ୍ରାବାଦ ୮ ବଲ ବାକି ଥାଇ ଲକ୍ଷ୍ୟ ହାସଲ କରି ୫ ଉଇକେଟରେ ଜିତିଥିଲା।

ଯେତେବେଳେ CSK ମ୍ୟାଚ୍‌ରେ ପଛରେ ପଡ଼ିଥିଲା, ଏହାର ପରାଜୟ ନିଶ୍ଚିତ ଲାଗୁଥିଲା ସେତେବେଳେ ଷ୍ଟାଣ୍ଡରେ ବସିଥିବା ଶ୍ରୁତି ହାସନ ତାଙ୍କ ଲୁହକୁ ନିୟନ୍ତ୍ରଣ କରିପାରି ନ ଥିଲେ। ତାଙ୍କ ଆଖିରୁ ଲୁହ ବହି ଯାଉଥିଲା, ସେ କାନ୍ଦୁଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶ୍ରୁତି ଦଳକୁ ସମର୍ଥନ କରିବା ପାଇଁ ଚେପକ ଷ୍ଟାଡିୟମ ଆସିଥିଲେ।

ଏବେ କେବଳ ଏକ ଚମତ୍କାର ହିଁ CSKକୁ ପ୍ଲେଅଫକୁ ନେଇପାରିବ। ଏମଏସ ଧୋନୀଙ୍କ ଅଧିନାୟକତ୍ୱରେ ସିଏସକେ ଦଳ ୯ଟି ମ୍ୟାଚ ରୁ କେବଳ ୨ଟି ମ୍ୟାଚ ଜିତିଛି। ସିଏସକେ ୪ ପଏଣ୍ଟ ସହିତ ଟେବୁଲର ସବୁଠାରୁ ତଳେ ଅଛି। ଯଦି ଏବେ ଦଳ ସମସ୍ତ ମ୍ୟାଚ ଜିତିଯାଏ, ତଥାପି ସେମାନଙ୍କର ୧୪ ପଏଣ୍ଟ ରହିବ, ଯଦିଓ ପୂର୍ବରୁ ଏପରି ଘଟିଛି ଯେ ଦଳଗୁଡ଼ିକ ୧୪ ପଏଣ୍ଟ ସହିତ ଯୋଗ୍ୟତା ଅର୍ଜନ କରିଛନ୍ତି କିନ୍ତୁ CSKର ନେଟ ରନ ରେଟ (-୧.୩୦୨) ମଧ୍ୟ ବହୁତ ଖରାପ। ୫ ଥର ଚାମ୍ପିଅନ CSK ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବର୍ତ୍ତମାନ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି। ୧୦ଟି ମ୍ୟାଚରୁ ୭ଟିରେ ବିଜୟୀ ହୋଇଛି। ଗୁଜରାଟ ଟାଇଟାନ୍ସ ୧୨ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ତୃତୀୟ ସ୍ଥାନରେ ଅଛି। ମୁମ୍ବାଇର ମଧ୍ୟ ୧୨ ପଏଣ୍ଟ ଅଛି, ଏହା ୧୦ଟି ମ୍ୟାଚରୁ ୬ଟିରେ ବିଜୟୀ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସ ୯ଟି ମ୍ୟାଚରୁ ୯ଟିରେ ବିଜୟୀ ହୋଇ ୧୨ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri