IPL 2025: ଇତିହାସ ରଚିଲେ ରଜତ ପଟିଦାର: ସଚିନଙ୍କୁ ପଛରେ ପକାଇଲେ

ବେଙ୍ଗାଲୁରୁ, ୧୯।୪:ଚଳିତ ସିଜନରେ ଘରୋଇ ପିଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର (ଆରସିବି)ର ଖରାପ ପ୍ରଦର୍ଶନ ଅବ୍ୟାହତ ରହିଛି। ଆଇପିଏଲ୍‌ର ଜନ୍ମ ଦିନରେ  ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ୫ ଉଇକେଟରେ ଆରସିବିକୁ ପରାସ୍ତ କରିଛି। ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଆରସିବି ଟିମ୍‌ ଡାଭିଡଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ନିର୍ଦ୍ଧାରିତ ୧୪ ଓଭରରେ ୯ ଉଇକେଟ ହରାଇ ୯୫ ରନ କରିଥିଲା। ଜବାବରେ ପଞ୍ଜାବ ୧୨.୧ ଓଭରରେ ୫ ଉଇକେଟ ହରାଇ ୯୮ ରନ ସଂଗ୍ରହ କରି ନେଇଥିଲା।

ପଞ୍ଜାବ କିଙ୍ଗସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ରଜତ ପଟିଦାର ୧୮ ବଲ୍‌ରେ ୧ ଛକା ଏବଂ ୧ ଚୌକା ସହାୟତାରେ ୨୩ ରନ କରିଥିଲେ। ସେ IPLରେ ତାଙ୍କର ୧୦୦୦ ରନ ପୂରଣ କରି ରେକର୍ଡ ତାଲିକାରେ ମହାନ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି। ତାଙ୍କ ଦଳ ଏହି ମ୍ୟାଚ ୫ ଉଇକେଟରେ ହାରିଗଲା।

ପ୍ରଥମେ ବ୍ୟାଟିଂ କରି, RCBର ବ୍ୟାଟିଂ ବିଫଳ ହୋଇଥିଲା। ବିରାଟ କୋହଲିଙ୍କଠାରୁ ଆରମ୍ଭ କରି ଲିଆମ ଲିଭିଂଷ୍ଟୋନ ପର୍ଯ୍ୟନ୍ତ, ଶ୍ରେଷ୍ଠ ବ୍ୟାଟସମ୍ୟାନମାନେ ଶସ୍ତାରେ ଆଉଟ ହୋଇଥିଲେ। ଟିମ ଡେଭିଡଙ୍କ ୫୦ ରନର ଇନିଂସ ହିଁ ଆରସିବିକୁ ଏକ ସମ୍ମାନଜନକ ସ୍କୋର (୯୫)ରେ ପହଞ୍ଚିବାରେ ସାହାଯ୍ୟ କରିଥିଲା। ରଜତ ପଟିଦାର ୨୩ ରନ କରି ତାଙ୍କ ଆଇପିଏଲ କ୍ୟାରିୟରର ୧୦୦୦ ରନ ପୂରଣ କରିଥିଲେ। ବର୍ଷା ପ୍ରଭାବିତ ଏହି ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲା ଏବଂ ମ୍ୟାଚ ୧୪-୧୪ ଓଭରର ଥିଲା।

ଆରସିବି ଅଧିନାୟକ ରଜତ ପଟିଦାର ଆଇପିଏଲରେ ସବୁଠାରୁ କମ ଇନିଂସରେ ୧୦୦୦ ରନ କରିବାରେ ଦ୍ୱିତୀୟ ବ୍ୟାଟସମ୍ୟାନ ହୋଇଛନ୍ତି, ସେ ସଚିନ ତେନ୍ଦୁଲକର ଏବଂ ଋତୁରାଜ ଗାୟକ୍ୱାଡଙ୍କୁ ପଛରେ ପକାଇ ଦେଇଛନ୍ତି। ରଜତ ତାଙ୍କର ୩୦ତମ IPL ଇନିଂସ ଖେଳୁଥିବା ବେଳେ ସଚିନ ଏବଂ ଗାୟକ୍ୱାଡ IPLର ୩୧ତମ ଇନିଂସରେ ୧୦୦୦ରନ ପୂରଣ କରିଥିଲେ। ସେ ତାଲିକାରେ ଦ୍ୱିତୀୟ ସ୍ଥାନରେ ଆସିଛନ୍ତି, ସବୁଠାରୁ କମ ଇନିଂସରେ ୧୦୦୦ ରନ କରିବାର ରେକର୍ଡ ସାଇ ସୁଦର୍ଶନଙ୍କ ନାମରେ ଅଛି। ସେ ୨୫ ଇନିଂସରେ ଏହି ସଂଖ୍ୟା ଛୁଇଁଥିଲେ।

ରଜତ ପଟିଦାରଙ୍କ ଆଇପିଏଲରେ ସେ ୩୪ ମ୍ୟାଚ ଖେଳି ୩୦ ଇନିଂସରେ ୧୦୦୮ରନ କରିଛନ୍ତି। ଟର୍ନାମେଣ୍ଟରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୧୨ ରନ। ଏହା IPLରେ ତାଙ୍କର ଏକମାତ୍ର ଶତକ। ଏହା ବ୍ୟତୀତ ସେ ୯ଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ସେ ଟୁର୍ନାମେଣ୍ଟରେ ୬୯ ଚୌକା ଏବଂ ୬୪ ଛକା ମାରିଛନ୍ତି।

ସେ IPLରେ ସବୁଠାରୁ କମ ବଲରେ ୧୦୦୦ ରନ କରିଥିବା ବ୍ୟାଟସମ୍ୟାନଙ୍କ ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ବୀରେନ୍ଦ୍ର ସେହ୍ବାଗ (୬୦୪) ଏବଂ ୟୁସୁଫ ପଠାନ (୬୧୭) ପଛରେ ୬୨୬ ବଲରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ।

ସବୁଠାରୁ ଦ୍ରୁତତମ ୧୦୦୦ IPL ରନ ପୂରଣ କରିଥିବା ଭାରତୀୟ

୨୫ ଇନିଂସ- ସାଇ ସୁଦର୍ଶନ
୩୦ ଇନିଂସ- ରଜତ ପତିଦାର
୩୧ ଇନିଂସ – ସଚିନ ତେନ୍ଦୁଲକର
୩୧ ଇନିଂସ- ଋତୁରାଜ ଗାୟକ୍ୱାଡ
୩୩ ଇନିଂସ – ତିଲକ ବର୍ମା

 

 


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ରେଲେଓ଼୍ବର ବଡ଼ ଘୋଷଣା, ଟ୍ରେନରେ ମିଳିବ…

ନୂଆଦିଲ୍ଲୀ,୩୦।୧୨: କୁହୁଡ଼ି ଯୋଗୁଁ ଉତ୍ତର ଭାରତରେ ପ୍ରତିଦିନ ଅନେକ ଟ୍ରେନ ବିଳମ୍ୱ ହୁଏ। କମ କିମ୍ୱା ଶୂନ୍ୟ ଦୃଶ୍ୟମାନତା ଟ୍ରେନ ଗତିକୁ ବହୁ ପରିମାଣରେ ହ୍ରାସ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ସଲମାନଙ୍କ ଗାଲୱାନ ଟ୍ରେଲର ଦେଖି ରାଗିଗଲା ଚାଇନା, ଏପରି କହିଲା ଭାରତ

ନୂଆଦିଲ୍ଲୀ,୩୦।୧୨: ସଲମାନଙ୍କ ଉପରେ ରାଗିଗଲା ଡ୍ରାଗନ। ‘ବ୍ୟାଟେଲ ଅଫ୍ ଗାଲୱାନ’ର ଟିଜର ମୁକ୍ତିଲାଭ କରିବା ପରେ ଚାଇନା ଏଥିରେ କ୍ଷୁବ୍ଧ ହୋଇଛି। ଚାଇନାର ସରକାରୀ ଗଣମାଧ୍ୟମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri