Posted inଖେଳ

IPL 2025 Playoffs Schedule: ଆଇପିଏଲ୍‌ ପ୍ଲେ-ଅଫ୍‌ରେ କିଏ କାହାକୁ ଭେଟିବ: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଲକ୍ଷ୍ନୌ, ୨୭।୫:ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌) ୨୦୨୫ର ମଙ୍ଗଳବାର ଅନୁଷ୍ଠିତ ଶେଷ ଲିଗ୍‌ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ୬ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ପରାସ୍ତ କରିଛି। ଅଧିନାୟକ ରିଷଭ ପନ୍ତଙ୍କ ଶତକ ସହାୟତାରେ ଲକ୍ଷ୍ନୌ ୨୦ ଓଭରରେ ୩ ଉଇକେଟ ହରାଇ ୨୨୭ ରନ କରିଥିଲା। ପନ୍ତ ୬୧ ବଲ୍‌ରୁ ୧୧ ଚୌକା ଓ ୮ ଛକା ସହାୟତାରେ ୧୧୮ରନରେ ଅପରାଜିତ ରହିଥିଲେ। ଜବାବରେ ଆରସିବି ୧୮.୪ ଓଭରରେ ୪ ଉଇକେଟ ହରାଇ ୨୩୦ ରନ ସଂଗ୍ରହ କରି ନେଇଥିଲା। ବିରାଟ କୋହଲିଙ୍କ ଦ୍ରୁତ ଅର୍ଦ୍ଧଶତକ (୩୦ ବଲ୍‌ରୁ ୫୪ ରନ, ୧୦ ଚୌକା) ପରେ କାମଚଳା ଅଧିନାୟକ ଜୀତେଶ ଶର୍ମାଙ୍କ ବିସ୍ଫୋରକ ୮୫* (୩୩ ବଲ୍‌, ୮ ଚୌକା, ୬ ଛକା) ଓ ମୟଙ୍କ ଅଗ୍ରଓ୍ବାଲଙ୍କ ୪୧ (୨୩ ବଲ) ରନ ବଳରେ ଆରସିବି ଉତ୍କଣ୍ଠିତ ବିଜୟ ହାସଲ କରିଥିଲା। ଏହି ମ୍ୟାଚ ଫଳାଫଳ ସହ ଆଇପିଏଲ୍‌ର ପ୍ଲେ-ଅଫ୍‌ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଯାଇଛି। ଆସନ୍ତା ୨୯ ତାରିଖରେ ପଞ୍ଜାବ କିଙ୍ଗ୍ସ ସହ ଆରସିବି କ୍ୱାଲିଫାୟର-୧ ଖେଳିବ। ୩୦ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଏଲିମିନେଟର ଅନୁଷ୍ଠିତ ହେବ।
ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଆରସିବିର କାମଚଳା ଅଧିନାୟକ ଜୀତେଶ ଶର୍ମା। ଲକ୍ଷ୍ନୌ ସ୍କୋର ୨୫ ଥିବାବେଳେ ୩ୟ ଓଭରର ୪ର୍ଥ ବଲ୍‌ରେ ମାଥ୍ୟୁ ବ୍ରିଜ୍‌କେଙ୍କୁ ଆଉଟ କରିଥିଲେ ଥୁଶରା। ମାତ୍ର ଏଥିରୁ ଆରସିବି ବିଶେଷ ଫାଇଦା ଉଠାଇପାରି ନ ଥିଲା। ଓପନର ମିଚେଲ ମାର୍ଶଙ୍କ ସହ ଅଧିନାୟକ ରିଷଭ ପନ୍ତ ଯୋଗଦେଇ ଦ୍ରୁତ ହାରରେ ରନ ସଂଗ୍ରହ ସହ ଇନିଂସକୁ ଆଗେଇ ନେଇଥିଲେ। ପନ୍ତ ଏଠାରେ ମାତ୍ର ୫୪ ବଲ୍‌ରୁ ୧୦ ଚୌକା ଓ ୬ ଛକା ସହାୟତାରେ ଶତକ ପୂରଣ କରିଥିଲେ। ଚଳିତ ସିଜନରେ ଏହାଥିଲା ତାଙ୍କର ପ୍ରଥମ ଓ ଆଇପିଏଲ୍‌ରେ ଦ୍ୱିତୀୟ ଶତକ। ଆରସିବି ପକ୍ଷରୁ ନୂଆନ ଥୁଶରା, ଭୁବନେଶ୍ୱର କୁମାର ଓ ରୋମାରିଓ ଶେଫର୍ଡ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ଆଇପିଏଲ୍‌ ପ୍ଲେ-ଅଫ୍‌ କାର୍ଯ୍ୟସୂଚୀ
ମେ ୨୯: କ୍ୱାଲିଫାୟର-୧
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବନାମ ପଞ୍ଜାବ କିଙ୍ଗ୍ସ
ସ୍ଥାନ: ମୁଲାନପୁର, ଚଣ୍ଡିଗଡ଼
ମେ ୩୦: ଏଲିମିନେଟର
ଗୁଜରାଟ ଟାଇଟନ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ
ସ୍ଥାନ: ମୁଲାନପୁର, ଚଣ୍ଡିଗଡ଼
ଜୁନ୍‌-୧: କ୍ୱାଲିଫାୟର-୨
ସ୍ଥାନ: ଅହମଦାବାଦ
ଜୁନ ୩: ଫାଇନାଲ
ସ୍ଥାନ: ଅହମଦାବାଦ
(ସମସ୍ତ ମ୍ୟାଚ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ)


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri