Posted inଖେଳ

IPL ୨୦୨୬ ନିଲାମ ପୂର୍ବରୁ ପ୍ରଥମ ଟ୍ରେଡ୍‌ ଡିଲ୍‌: ଲକ୍ଷ୍ନୌରୁ ଏହି ଟିମ୍‌କୁ ଗଲେ ଶାର୍ଦ୍ଦୁଳ ଠାକୁର

ନୂଆଦିଲ୍ଲୀ,୧୩।୧୧: ଆଇପିଏଲ ୨୦୨୬ ମେଗା ଆକ୍ସନ ପୂର୍ବରୁ ବେଶ ଚର୍ଚ୍ଚାରେ ଟ୍ରେଡ ୱିଣ୍ଡୋ। ଗତ କିଛି ଦିନରେ ଟ୍ରେଡ ଡିଲ୍‌କୁ ନେଇ ଅନେକ ଖବର ଆସଥିଲା। ଏସବୁ ମଧ୍ୟରେ ୧୯ମ ସିଜନ୍‌ର ପ୍ରଥମ ଟ୍ରେଡ ଡିଲ୍‌ ଘୋଷଣା କରାଯାଇଛି। ଲକ୍ଷ୍ନୌ ସୁପର୍‌ ଜାୟଣ୍ଟ୍ସ (ଏଲ୍‌ଏସ୍‌ଜି) ଏବଂ ମୁମ୍ବାଇ ଇଣ୍ଡିୟାନ୍ସ (ଏମ୍‌ଆଇ) ମଧ୍ୟରେ ଏକ ରୋଚକ ଡିଲ୍‌ ହୋଇଛି। ଭାରତର ଅନୁଭବୀ ଅଲ୍‌-ରାଉଣ୍ଡର ଶାର୍ଦ୍ଦୁଳ ଠାକୁର ଏବେ ମୁମ୍ବାଇ ଇଣ୍ଡିୟାନ୍ସର ଖେଳାଳି ପାଲଟିଛନ୍ତି। ସେ ପୂର୍ବ ସିଜନ୍‌ରେ ଲକ୍ଷ୍ନୌ ପକ୍ଷରୁ ଖେଳିଥିଲେ।
ମୁମ୍ବାଇ ଇଣ୍ଡିୟାନ୍ସ ଶାର୍ଦ୍ଦୁଳ ଠାକୁରଙ୍କୁ କ୍ୟାଶ୍‌ ଡିଲ ମାଧ୍ୟମରେ କିଣିଛି। ଅର୍ଥାତ ଦୁଇଟି ଟିମ ମଧ୍ୟରେ ଖେଳାଳିଙ୍କର ଅଦଳବଦଳ ହୋଇନାହିଁ, ବରଂ ମୁମ୍ବାଇ ଲକ୍ଷ୍ନୌ ସୁପର୍‌ ଜାୟଣ୍ଟ୍ସଙ୍କୁ ଟଙ୍କା ଦେଇ କିଣିଛି। ଏଥିଲାଗି ଫ୍ରାଞ୍ଚାଇଜ ୨ କୋଟି ଟଙ୍କା ଖର୍ଚ୍ଚ କରିଛି। ଲକ୍ଷ୍ନୌ ମଧ୍ୟ ଗତ ବର୍ଷ ଶାର୍ଦ୍ଦୁଳ ଠାକୁରଙ୍କୁ ରିପ୍ଲେସମେଣ୍ଟ ଖେଳାଳି ଭାବରେ ୨ କୋଟି ଟଙ୍କାରେ ଚୟନ କରିଥିଲା।
ଆଇପିଏଲ୍‌ ପକ୍ଷରୁ ପ୍ରେସ ରିଲିଜ କରି କୁହାଯାଇଛି, ଦୁଇଟି ଫ୍ରାଞ୍ଚାଇଜ ମଧ୍ୟରେ ହୋଇଥିବା ଚୁକ୍ତି ପରେ, ଲକ୍ଷ୍ନୌ ଅଲ-ରାଉଣ୍ଡର ଶାର୍ଦ୍ଦୁଳ ଠାକୁର ମୁମ୍ବାଇ ଇଣ୍ଡିୟାନ୍ସ ପକ୍ଷରୁ ଖେଳିବାକୁ ପୂର୍ଣ୍ଣ ରୂପେ ପ୍ରସ୍ତୁତ। ମୁମ୍ବାଇର ଏହି ଅଲ-ରାଉଣ୍ଡରକୁ ଲିଗ୍ର ୧୮ମ ସିଜନ ପାଇଁ ଲକ୍ଷ୍ନୌ ଟିମ୍‌ ରିପ୍ଲେସମେଣ୍ଟ ଭାବରେ ୨ କୋଟି ଟଙ୍କାରେ ଚୟନ କରିଥିଲେ, ଯେଉଁଥିରେ ସେ ୧୦ଟି ମ୍ୟାଚ୍‌ ଖେଳିଥିଲେ। ଏହି ଅଲ-ରାଉଣ୍ଡରକୁ ମୁମ୍ବାଇ ଇଣ୍ଡିୟାନ୍ସ ଏବେ ୨ କୋଟି ଟଙ୍କାରେ ଟ୍ରେଡ କରିଛି।

ଶାର୍ଦ୍ଦୁଳ ଠାକୁର ଆଇପିଏଲ୍‌ରେ ଏବେ ପର୍ଯ୍ୟନ୍ତ ୧୦୫ଟି ମ୍ୟାଚ ଖେଳିଛନ୍ତି। ଏହି ଅବଧିରେ ସେ ୯.୪୦ର ଇକୋନୋମି ରେଟ୍‌ରେ ରନ ଦେଇ ୧୦୭ ଉଇକେଟ ନେଇଛନ୍ତି। ଏହି ଟ୍ରେଡ ପରେ ମୁମ୍ବାଇ ଇଣ୍ଡିୟାନ୍ସର ପେସ ଆକ୍ରମଣ ଆହୁରି ମଜବୁତ ହୋଇଛି, ଯାହା ସେମାନଙ୍କୁ ୨୦୨୬ ସିଜନ୍‌ରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱୀ କରିବ। ଶାର୍ଦ୍ଦୁଳଙ୍କ ଅନୁଭବ ଏବଂ ଚାପରେ ପ୍ରଦର୍ଶନ ମୁମ୍ବାଇ ପାଇଁ ବଡ଼ ସମ୍ପଦ ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri