Posted inଖେଳ

ଆଇପିଏଲ ୨୦୨୪ ପାଇଁ ପଞ୍ଜାବ କିଙ୍ଗ୍ସର ପ୍ରସ୍ତୁତି ଆରମ୍ଭ, ଦଳକୁ ନେଇ ଏଭଳି କହିଲେ ଶିଖର ଧାୱନ

ନୂଆଦିଲ୍ଲୀ,୩୦।୧: ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶିଖର ଧାୱନ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଧାୱନଙ୍କ ସହ ପଞ୍ଜାବର ଅନ୍ୟ ଖେଳାଳିମାନେ ମଧ୍ୟ ଅଭ୍ୟାସ ଆରମ୍ଭ କରିଛନ୍ତି। କିନ୍ତୁ ଅଧିକାଂଶ ଖେଳାଳି ବର୍ତ୍ତମାନ ଅନ୍ୟ ଦଳ ପାଇଁ ଖେଳୁଛନ୍ତି। ଏଥର ପଞ୍ଜାବ ନିଲାମରେ ଅନେକ ଭଲ ଖେଳାଳିଙ୍କ ଉପରେ ବାଜି ଲଗାଇଛି। ଏହି ନାମଗୁଡିକ ମଧ୍ୟରୁ ଗୋଟିଏ ହେଉଛି ହର୍ଷଲ ପଟେଲଙ୍କ ନାମ। ନିକଟରେ ପଞ୍ଜାବ କଙ୍ଗ୍ସ ଏକ ଭିଡିଓ ଶେୟାର କରିଛି। ଏଥିରେ ଧାୱନ ଦଳ ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ, ଏଥର ଦଳରେ ବହୁତ ସନ୍ତୁଳନ ରହିଛି।

ପ୍ରକୃତରେ ପଞ୍ଜାବ କିଙ୍ଗ୍ସ ଏକ୍ସରେ ଏକ ଭିଡିଓ ଶେୟାର କରିଛି। ଏଥିରେ ଧାୱନ କହିଛନ୍ତି ଏଥର ଆମ ଦଳ ବହୁତ ସନ୍ତୁଳିତ ଅଛି। ଆମର ହର୍ଷଲ ପଟେଲ ଅଛନ୍ତି। ତାଙ୍କର ବହୁତ ଅଭିଜ୍ଞତା ଅଛି । ଏଥିସହିତ ଆମର କ୍ରିସ ୱାକସ ମଧ୍‌ୟ ଅଛନ୍ତି। ସେ ଜଣେ ଉତ୍କୃଷ୍ଟ ଅଲରାଉଣ୍ଡର । ଆମ ଦଳର ସମ୍ପୂର୍ଣ୍ଣ ଧ୍ୟାନ ପ୍ରକ୍ରିୟା ଉପରେ ରହିଥାଏ । ଆମେ ପ୍ରତ୍ୟେକ ମ୍ୟାଚରେ ୧୦୦ ପ୍ରତିଶତ ଦେଇଥାଉ। ଏଥର ଆମେ ଅଧିକ ପ୍ରସ୍ତୁତି ସହିତ ମଇଦାନକୁ ପ୍ରବେଶ କରିବୁ ।

ପଞ୍ଜାବ ଆଇପିଏଲ ୨୦୨୪ ନିଲାମରେ ହର୍ଷଲଙ୍କୁ କିଣିଛି। ତାଙ୍କର ମୂଳ ମୂଲ୍ୟ ଥିଲା ୨ କୋଟି ଟଙ୍କା। ହେଲେ ପଞ୍ଜାବ ତାଙ୍କୁ ୧୧.୭୫ କୋଟି ଟଙ୍କା ଦେଇ କିଣିଛି। ଯଦି ଆମେ ହର୍ଷଲଙ୍କ ଆଇପିଏଲ ରେକର୍ଡକୁ ଦେଖିବା, ତେବେ ସେ ୯୨ ଟି ମ୍ୟାଚରେ ୧୧୧ ଉଇକେଟ୍‌ ନେଇଛନ୍ତି। ଟିମ ଇଣ୍ଡିଆ ପାଇଁ ହର୍ଷଲ ୨୫ ଟି -୨୦ ମ୍ୟାଚ ଖେଳିଛନ୍ତି। ଏହି ସମୟ ମଧ୍ୟରେ ୨୯ଟି ଉଇକେଟ୍‌ ନେଇଛନ୍ତି। ସେ ମୋଟ ୧୭୮ ଟି -୨୦ ମ୍ୟାଚରେ ୨୦୯ ଉଇକେଟ୍‌ ନେଇଛନ୍ତି। ଏହି ସମୟରେ ସେ ୧୦୦ ଇନିଂସରେ ବ୍ୟାଟିଂ କରୁଥିବାବେଳେ ୧୨୩୫ ର୍‌ନ ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri