Posted inଖେଳ

କେଉଁ ଫ୍ରାଞ୍ଚାଇଜ କାହାକୁ ରଖିଲା

ନୂଆଦିଲ୍ଲୀ,୩୦।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ସମସ୍ତ ୮ ଫ୍ରାଞ୍ଚାଇଜ ସେମାନଙ୍କ ରିଟେନ ଖେଳାଳିଙ୍କ ତାଲିକା ବିସିସିଆଇ ନିକଟରେ ଦାଖଲ କରିଛନ୍ତି। କ୍ରିକବଜରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିରାଟ କୋହଲି, ଗ୍ଲେନ ମ୍ୟାକ୍ସଓ୍ବେଲ ଓ ମହମ୍ମଦ ସିରାଜଙ୍କୁ ରିଟେନ କରିଛି। ସେହିଭଳି ରୋହିତ ଶର୍ମା, ଯଶପ୍ରୀତ ବୁମରା, ସୂର୍ଯ୍ୟକୁମାର ଯାଦବ ଓ କିରନ ପୋଲାର୍ଡଙ୍କୁ ଦଳରେ ରଖିଛି ୫ ଥର ଆଇପିଏଲ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ। ରାଜସ୍ଥାନ ରୟାଲ୍ସ ଦଳରେ ସଞ୍ଜୁ ସାମସନ, ଜୋସ ବଟଲର, ଯଶସ୍ବୀ ଜୈଶ୍ୱାଲଙ୍କୁ ବଜାୟ ରଖିଛି। ମୟଙ୍କ ଅଗ୍ରଓ୍ବାଲ, ଅର୍ଶଦୀପ ସିଂଙ୍କୁ ଦଳରେ ରଖିଛି ପଞ୍ଜାବ କିଙ୍ଗ୍ସ। ଅନ୍ୟପକ୍ଷରେ କେନ ଓ୍ବିଲିୟମସନଙ୍କ ସହ ଅବଦୁଲ ସାମଦ ଓ ଉମରାମ ମଲିକଙ୍କ ଭଳି ଅନ୍‌କ୍ୟାପଡ୍‌ ଖେଳାଳିଙ୍କୁ ବଜାୟ ରଖିଛି ସନରାଇଜର୍ସ ହାଇଦ୍ରାବାଦ।

ଗତ ସଂସ୍କରଣର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତା’ର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମେତ ରବୀନ୍ଦ୍ର ଜାଡେଜା, ରୁତୁରାଜ ଗାଏକ୍ୱାଡ ଓ ମୋଇନ ଅଲିଙ୍କୁ ଦଳରେ ରଖିଛି। ସେହିଭଳି ଦିଲ୍ଲୀ କ୍ୟାପିଟାଲ୍ସ ରିଷଭ ପନ୍ତ, ପୃଥ୍ବୀ ଶ’, ଅନରିଚ ନର୍ଟଜେ ଓ ଅକ୍ଷର ପଟେଲଙ୍କୁ ରଖିଥିବା ବେଳେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ସୁନୀଲ ନାରିନ, ଆନ୍ଧ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ ଓ ଭେଙ୍କଟେଶ ଆୟାରଙ୍କୁ ଦଳରେ ସ୍ଥାନ ଦେଇଛି।

ତେବେ କେଉଁ ଫ୍ରାଞ୍ଚାଇଜ କାହାକୁ ଦଳରେ ରଖିଛନ୍ତି ସେ ନେଇ ବିସିସିଆଇ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇନାହିଁ। ପ୍ରସାରଣକାରୀ ଚ୍ୟାନେଲ ପକ୍ଷରୁ ଏକ ସ୍ବତନ୍ତ୍ର ପ୍ରୋଗ୍ରାମ ମାଧ୍ୟମରେ ଏ ନେଇ ଘୋଷଣା କରାଯିବ। ବିସିସିଆଇ ପକ୍ଷରୁ ପ୍ରତ୍ୟେକ ଫ୍ରାଞ୍ଚାଇଜଙ୍କୁ ରିଟେନ ଖେଳାଳିଙ୍କ ତାଲିକା ନଭେମ୍ବର ୩୦ (ମଙ୍ଗଳବାର) ସନ୍ଧ୍ୟା ୫ଟା ସୁଦ୍ଧା ଦାଖଲ କରିବାକୁ କୁହାଯାଇଥିଲା। ଯାହାଫଳରେ ପ୍ରସାରଣକାରୀ ଚ୍ୟାନେଲକୁ ସ୍ବତନ୍ତ୍ର ପ୍ରୋଗ୍ରାମ ଶୁଟିଂ କରିବାକୁ ସମୟ ମିଳିବ। ଏହାର ପ୍ରସାରଣ ରାତି ୯ଟା ୩୦ରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri