Posted inଖେଳ

କେଉଁ ଫ୍ରାଞ୍ଚାଇଜ କାହାକୁ ରଖିଲା

ନୂଆଦିଲ୍ଲୀ,୩୦।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ସମସ୍ତ ୮ ଫ୍ରାଞ୍ଚାଇଜ ସେମାନଙ୍କ ରିଟେନ ଖେଳାଳିଙ୍କ ତାଲିକା ବିସିସିଆଇ ନିକଟରେ ଦାଖଲ କରିଛନ୍ତି। କ୍ରିକବଜରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିରାଟ କୋହଲି, ଗ୍ଲେନ ମ୍ୟାକ୍ସଓ୍ବେଲ ଓ ମହମ୍ମଦ ସିରାଜଙ୍କୁ ରିଟେନ କରିଛି। ସେହିଭଳି ରୋହିତ ଶର୍ମା, ଯଶପ୍ରୀତ ବୁମରା, ସୂର୍ଯ୍ୟକୁମାର ଯାଦବ ଓ କିରନ ପୋଲାର୍ଡଙ୍କୁ ଦଳରେ ରଖିଛି ୫ ଥର ଆଇପିଏଲ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ। ରାଜସ୍ଥାନ ରୟାଲ୍ସ ଦଳରେ ସଞ୍ଜୁ ସାମସନ, ଜୋସ ବଟଲର, ଯଶସ୍ବୀ ଜୈଶ୍ୱାଲଙ୍କୁ ବଜାୟ ରଖିଛି। ମୟଙ୍କ ଅଗ୍ରଓ୍ବାଲ, ଅର୍ଶଦୀପ ସିଂଙ୍କୁ ଦଳରେ ରଖିଛି ପଞ୍ଜାବ କିଙ୍ଗ୍ସ। ଅନ୍ୟପକ୍ଷରେ କେନ ଓ୍ବିଲିୟମସନଙ୍କ ସହ ଅବଦୁଲ ସାମଦ ଓ ଉମରାମ ମଲିକଙ୍କ ଭଳି ଅନ୍‌କ୍ୟାପଡ୍‌ ଖେଳାଳିଙ୍କୁ ବଜାୟ ରଖିଛି ସନରାଇଜର୍ସ ହାଇଦ୍ରାବାଦ।

ଗତ ସଂସ୍କରଣର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତା’ର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମେତ ରବୀନ୍ଦ୍ର ଜାଡେଜା, ରୁତୁରାଜ ଗାଏକ୍ୱାଡ ଓ ମୋଇନ ଅଲିଙ୍କୁ ଦଳରେ ରଖିଛି। ସେହିଭଳି ଦିଲ୍ଲୀ କ୍ୟାପିଟାଲ୍ସ ରିଷଭ ପନ୍ତ, ପୃଥ୍ବୀ ଶ’, ଅନରିଚ ନର୍ଟଜେ ଓ ଅକ୍ଷର ପଟେଲଙ୍କୁ ରଖିଥିବା ବେଳେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ସୁନୀଲ ନାରିନ, ଆନ୍ଧ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ ଓ ଭେଙ୍କଟେଶ ଆୟାରଙ୍କୁ ଦଳରେ ସ୍ଥାନ ଦେଇଛି।

ତେବେ କେଉଁ ଫ୍ରାଞ୍ଚାଇଜ କାହାକୁ ଦଳରେ ରଖିଛନ୍ତି ସେ ନେଇ ବିସିସିଆଇ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇନାହିଁ। ପ୍ରସାରଣକାରୀ ଚ୍ୟାନେଲ ପକ୍ଷରୁ ଏକ ସ୍ବତନ୍ତ୍ର ପ୍ରୋଗ୍ରାମ ମାଧ୍ୟମରେ ଏ ନେଇ ଘୋଷଣା କରାଯିବ। ବିସିସିଆଇ ପକ୍ଷରୁ ପ୍ରତ୍ୟେକ ଫ୍ରାଞ୍ଚାଇଜଙ୍କୁ ରିଟେନ ଖେଳାଳିଙ୍କ ତାଲିକା ନଭେମ୍ବର ୩୦ (ମଙ୍ଗଳବାର) ସନ୍ଧ୍ୟା ୫ଟା ସୁଦ୍ଧା ଦାଖଲ କରିବାକୁ କୁହାଯାଇଥିଲା। ଯାହାଫଳରେ ପ୍ରସାରଣକାରୀ ଚ୍ୟାନେଲକୁ ସ୍ବତନ୍ତ୍ର ପ୍ରୋଗ୍ରାମ ଶୁଟିଂ କରିବାକୁ ସମୟ ମିଳିବ। ଏହାର ପ୍ରସାରଣ ରାତି ୯ଟା ୩୦ରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri