Posted inଖେଳ

ଆଶା ମଉଳିଲା: ରାଇନାଙ୍କ ନାଁ ହଟାଇଲା ସିଏସ୍‌କେ

ଚଳିତବର୍ଷ ମିଷ୍ଟର ଆଇପିଏଲଙ୍କୁ ମିସ୍‌ କରୁଛନ୍ତି ଦର୍ଶକ। ଆଇପିଏଲର କିଙ୍ଗ କୁହାଯାଉଥିବା ସୁରେଶ ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲ ଆରମ୍ଭ ପୂର୍ବରୁ ଭାରତ ଫେରିଥିଲେ। ରାଇନା ଫେରିବା ଦିନଠାରୁ ପୁଣି ସେ ଦଳକୁ ଫେରିବା ନେଇ ଏକ ଆଲୋଚନା ଚାଲିଥିଲା। ସେ ଯେକୌଣସି ସମୟରେ ଫେରି ପାରିବେ ବୋଲି ନିଜେ ସୁରେଶ ରାଇନା କହିଥିଲେ। ତେବେ ବର୍ତ୍ତମାନ ସେ ଦଳକୁ ଫେରିବା ଆଶା ମଉଳୁଛି। ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ର ୱେବସାଇଟରୁ ସୁରେଶ ରାଇନାଙ୍କ ନାମ ହଟାଇ ଦିଆଯାଇଛି। ୱେବସାଇଟରେ ସମସ୍ତ ଖେଳାଳିଙ୍କ ନାମ ଅଛି, କିନ୍ତୁ ରାଇନାଙ୍କ ନାମ ସେଠାରେ ନାହିଁ। ଏଥିରୁ ସ୍ପଷ୍ଟ ହୋଇଛି ଯେ ରାଇନା ଆଉ ଦଳକୁ ଫେରିବାର ସମ୍ଭାବନା ନାହିଁ। ଚେନ୍ନାଇର କ୍ରମାଗତ ଦ୍ୱିତୀୟ ପରାଜୟ ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ଦାବି କରିଥିଲେ। ଏହାପୂର୍ବରୁ, ରାଇନା ଟୁଇଟରରେ ସିଏସ୍‌କକୁ ଅନଫଲୋ କରିଦେଇଥିଲେ। ରାଇନା ଏକ ଟୁଇଟ କରିଛନ୍ତି ଯେଉଁଠାରେ ତାଙ୍କୁ ବୈଷ୍ଣୋ ଦେବୀଙ୍କଠାରେ ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ରାଇନା କଶ୍ମୀରରେ କ୍ରିକେଟ୍‌ ତାଲିମ ଦେଉଥିବାର ନଜର ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଗର୍ଭବତୀଙ୍କ ଅକାଳ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡି, ୩।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଗର୍ଭବତୀଙ୍କ ଗୁରୁବାର ଅପରାହ୍ନରେ ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାସ୍ତା…

ଯୁଦ୍ଧ ମଧ୍ୟରେ ହଠାତ୍‌ ୟୁ-ଟର୍ନ ନେଲେ ଟ୍ରମ୍ପ, କହିଲେ ଇରାନୀ ଲୋକମାନେ ବହୁତ ଶକ୍ତିଶାଳୀ, ମୁଁ ସେମାନଙ୍କୁ…

ଓ୍ବାଶିଂଟନ୍‌,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟ ଅପେକ୍ଷା ତାଙ୍କ ଅଜବ ବୟାନ ପାଇଁ ଅଧିକ ପ୍ରସିଦ୍ଧ। ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଟ୍ରମ୍ପ…

ଟ୍ରମ୍ପଙ୍କ ମିଛର ପର୍ଦ୍ଦାଫାସ କଲା ଆମେରିକୀୟ ରିପୋର୍ଟ: ଖୋଲିଗଲା ସବୁ ପୋଲ୍‌, ଏବେ ବି..

ନୂଆଦିଲ୍ଲୀ,୩।୪:ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ପ୍ରମୁଖ ଗୋଇନ୍ଦା ରିପୋର୍ଟ ଆମେରିକା ଏବଂ ଇସ୍ରାଏଲର ଦାବି ଉପରେ ପ୍ରଶ୍ନ ଉଠାଇଛି। ଆମେରିକୀୟ ଗୋଇନ୍ଦା ସୂତ୍ରରୁ ଜଣାପଡିଛି…

‘ଏବେ ଆରମ୍ଭ ତ ହୋଇ ନାହିଁ…’, ଇରାନର ସର୍ବବୃହତ ପୋଲ ଉପରେ ଆକ୍ରମଣ ପରେ ତେହରାନକୁ ପୁଣି କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୩।୪: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଏକ ସଂଘର୍ଷ ଚାଲିଛି। ଆମେରିକା ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଗତକାଲି ରାତିରେ, ଆମେରିକା ଇରାନର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ସାଧାରଣ ଲୋକଙ୍କ ଉପରେ ପଡିବ ବଡ଼ ପ୍ରଭାବ, ଲାଗୁ କଲେ…

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଔଷଧ ଉପରେ ୧୦୦% ଟାରିଫ୍‌ ଲାଗୁ କରିଛନ୍ତି। ଏହି ଔଷଧଗୁଡ଼ିକରେ…

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri