Posted inଖେଳ

ଆଇପିଏଲ୍‌-୧୪: ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ମୁମ୍ବାଇ

ନୂଆଦିଲ୍ଲୀ,୨୯।୪(ପି.ଟି.): ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୪ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ। ସ୍ଥାନୀୟ ଅରୁଣ ଜେଟ୍‌ଲି ଷ୍ଟାଡିୟମରେ ଗୁରୁବାର ଅପରାହ୍ନରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଜିତି ମୁମ୍ବାଇ ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ରହିଛି। ମିଡ୍‌ଲ ଅର୍ଡରରେ ଥିବା ସମସ୍ୟାର ସମାଧାନ କରିବାକୁ ମୁମ୍ବାଇ ପ୍ରୟାସ କରିବ। ଅନ୍ୟପଟେ ଅସ୍ଥିର ପ୍ରଦର୍ଶନ କରୁଥିବା ରାଜସ୍ଥାନ ମଧ୍ୟ ବିଜୟୀ ହୋଇ ଟ୍ରାକ୍‌କୁ ଫେରିବାକୁ ଚେଷ୍ଟା କରିବ।
ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ କ୍ରମାଗତ ୨ଟି ମ୍ୟାଚ୍‌ରେ ପରାଜୟ ବରଣ କରିଛି। ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଠାରୁ ୨ ଉଇକେଟରେ ପରାସ୍ତ ହୋଇଥିଲା। ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ରେ ମୁମ୍ବାଇ କୋଲକାତା ନାଇଟ ରାଇଡର୍ସକୁ ୧୦ ଓ ସନରାଇଜର୍ସ ହାଇଦ୍ରାବାଦକୁ ୧୩ ରନରେ ପରାସ୍ତ କରିଥିଲା। କିନ୍ତୁ ଏହାପରେ ମୁମ୍ବାଇର ଲୟ ବିଗିଡି ଯାଇଥିଲା। ଦଳ ଚତୁର୍ଥ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬ ଉଇକେଟରେ ଓ ପଞ୍ଜାବ କିଙ୍ଗ୍ସଠାରୁ ୯ ଉଇକେଟରେ ହାରିଥିଲା। ୫ଟି ମ୍ୟାଚ୍‌ ଖେଳି ମୁମ୍ବାଇ ୨ ବିଜୟ ଓ ୩ ପରାଜୟ ସହ ୪ ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ରହିଛି।
ଅନ୍ୟପଟେ ସଞ୍ଜୁ ସାମ୍‌ସନଙ୍କ ରାଜସ୍ଥାନ ମଧ୍ୟ ୫ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ହାସଲ କରିବା ସହ ୩ଟି ପରାଜୟ ବରଣ କରି ୪ ପଏଣ୍ଟ ହାସଲ କରିଛି। ରାଜସ୍ଥାନ ପଏଣ୍ଟ ତାଲିକାର ସପ୍ତମ ସ୍ଥାନରେ ରହିଛି। ରାଜସ୍ଥାନ ଗତ ମ୍ୟାଚ୍‌ରେ ଅବଶ୍ୟ କୋଲକାତା ନାଇଟ ରାଇଡର୍ସକୁ ୬ ଉଇକେଟରେ ପରାସ୍ତ କରିଥିଲା। ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ପଞ୍ଜାବ କିଙ୍ଗ୍ସଠାରୁ ୪ ରନରେ ପରାସ୍ତ ହୋଇଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ରାଜସ୍ଥାନ ୩ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଥିଲା। କିନ୍ତୁ ତୃତୀୟ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସଠାରୁ ୪୫ ରନରେ ପରାସ୍ତ ହୋଇଥିଲା। ସେହିପରି ଚତୁର୍ଥ ମ୍ୟାଚ୍‌ରେ ବାଙ୍ଗାଲୋରଠାରୁ ୧୦ ଉଇକେଟରେ ହାରିଥିଲା।
ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ସ୍କୋର ହାସଲ କରିପାରିନାହାନ୍ତି ଓ ସେ ଏ ପର୍ଯ୍ୟନ୍ତ ୨୦୧ ରନ ସଂଗ୍ରହ କରିଛନ୍ତି। ଓପନିଂ ପାର୍ଟନର କ୍ୱିଣ୍ଟନ ଡି କକ୍‌ଙ୍କ ସହ ସେ ପୁଣି ଏକ ବଡ଼ ଭାଗୀଦାରି ସ୍ଥାପନ କରିବେ ବୋଲି ଆଶା କରାଯାଉଛି। ମୁମ୍ବାଇ ମିଡ୍‌ଲ ଅର୍ଡର ଏ ପର୍ଯ୍ୟନ୍ତ ଆଶାନୁରୂପ ପ୍ରଦର୍ଶନ କରିପାରି ନାହିଁ। ସୂର୍ଯ୍ୟକୁମାର ଯାଦବ (୧୫୪ ରନ), ଇଶାନ କିଷନ (୭୩ ରନ), ହାର୍ଦ୍ଦିକ ପାଣ୍ଡ୍ୟ (୩୬ ରନ), କୃନାଲ ପାଣ୍ଡ୍ୟା (୨୯ ରନ) ଓ କିରନ ପୋଲାର୍ଡ (୬୫ ରନ) ଆଶାନୁରୂପ ପ୍ରଦର୍ଶନ କରିନାହାନ୍ତି। ଏହି ମ୍ୟାଚ୍‌ରେ ରୋହିତଙ୍କ ସମେତ ପୂରା ମିଡ୍‌ଲ ଅର୍ଡର ଫର୍ମକୁ ଫେରିବ ବୋଲି ଆଶା କରାଯାଉଛି। ବୋଲିଂ ବିଭାଗରେ ଯଶପ୍ରୀତ ବୁମ୍‌ରା ଓ ଟ୍ରେଣ୍ଟ ବୋଲ୍ଟ ଡେଥ୍‌ ଓଭରରେ ଘାତକ ସାବ୍ୟସ୍ତ ହୋଇଛନ୍ତି। ଲେଗ୍‌ ସ୍ପିନର ରାହୁଲ ଚହର (୯ ଉଇକେଟ) ଓ କୃନାଲ (୩ ଉଇକେଟ) ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ପୋଲାର୍ଡ ପଞ୍ଚମ କିମ୍ବା ଷଷ୍ଠ ବୋଲର ଭାବେ ଖେଳୁଛନ୍ତି। ହାର୍ଦ୍ଦିକ ବ୍ୟାଟ୍ସମ୍ୟାନ ଭାବେ ଖେଳୁଛନ୍ତି। ଜୟନ୍ତ ଯାଦବଙ୍କ ବଦଳରେ ଆଡାମ ମିଲନେଙ୍କୁ ମୁମ୍ବାଇ ଖେଳାଇପାରେ।
ଅପରପକ୍ଷେ ରାଜସ୍ଥାନ ସମସ୍ୟା ଜାଲରେ ଛନ୍ଦିହୋଇ ପଡିଛି। ଜୋଫ୍ରା ଆର୍ଚର, ବେନ୍‌ ଷ୍ଟୋକ୍ସ, ଲିଆମ ଲିଭିଂଷ୍ଟୋନ ଓ ଆଣ୍ଡ୍ର୍ୟୁ ଟାଏଙ୍କ ଭଳି ବିଦେଶୀ ଖେଳାଳି ଦଳରୁ ବିଭିନ୍ନ କାରଣରୁ ବାଦ୍‌ ପଡିସାରିଛନ୍ତି। ଏ ପର୍ଯ୍ୟନ୍ତ ଦଳର ଓପନିଂ ଯୋଡି ସ୍ଥିର ହୋଇପାରିନାହିଁ। ମନନ ଭୋରା (୪୨ରନ) ଓ ଯଶସ୍ବୀ ଜୟସ୍ବାଲ (୨୨ରନ) ଓପନର ଭାବେ ଫେଲ୍‌ ମାରିଛନ୍ତି। ଜୋଶ ବଟଲର ମଧ୍ୟ ବଡ଼ ସ୍କୋର କରିବାର ଆବଶ୍ୟକତା ରହିଛି। ସାମ୍‌ସନ ୧୮୭ ରନ କରି ଦଳର ସର୍ବାଧିକ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ତେବେ ତାଙ୍କ ପ୍ରଦଶର୍ନରେ ସ୍ଥିରତା ରହୁନାହିଁ। ସେହିପରି ଶିବମ୍‌ ଦୁବେ, ଡେଭିଡ ମିଲର ଓ ରିୟାନ ପରାଗ ଟପ୍‌ ଅର୍ଡରକୁ ସହାୟତା କରିବାର ଆବଶ୍ୟକତା ରହିଛି। ଅଲରାଉଣ୍ଡର କ୍ରିସ୍‌ ମୋରିସ ୯ ଉଇକେଟ ନେବା ସହ ୪୮ ରନ ସଂଗ୍ରହ କରିଛନ୍ତି। ବାମହାତୀ ଦ୍ରୁତ ବୋଲର ଚେତନ ସାକାରିୟା ୭ ଉଇକେଟ ହାସଲ କରିଛନ୍ତି। ସେହିପରି ଅଭିଜ୍ଞ ଦ୍ରୁତ ବୋଲର ଜୟଦେବ ଉନାଡକଟ ଓ ମୁସ୍ତାଫିଜୁର ରହମାନ ୪ଟି ଲେଖାଏ ଉଇକେଟ ଅକ୍ତିଆର କରି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ମାରିସ୍‌ଙ୍କ ସମେତ ୩ ବାମହାତୀ ପେସର ଅସ୍ଥିର ପ୍ରଦର୍ଶନ କରିଛନ୍ତି। ଲେଗ୍‌ ସ୍ପିନର ରାହୁଲ ଟଓ୍ବୋଟିଆ ୫ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ଉଇକେଟ ହାସଲ କରିଛନ୍ତି। ଲେଗ୍‌ ସ୍ପିନର ଶ୍ରେୟାସ ଗୋପାଲ ୨ଟି ମ୍ୟାଚ୍‌ ଖେଳି ଉଇକେଟ ପାଇନାହାନ୍ତି। ଅପରାହ୍ନରେ ଏହି ମ୍ୟାଚ୍‌ ଖେଳାଯାଉଥିବାରୁ କାକର ସମସ୍ୟା ରହିବ ନାହିଁ। ମ୍ୟାଚ୍‌ ନିଶ୍ଚିତ ଭାବେ ରୋମାଞ୍ଚକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ହେବନି IPL 2026ର ଉଦଘାଟନୀ ଉତ୍ସବ, ଏହି କାରଣରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୩: IPL ୨୦୨୬ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି BCCI । ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଗତ ବର୍ଷ ବେଙ୍ଗାଲୁରୁରେ RCBର ବିଜୟ…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri