Posted inଖେଳ

ଆଇପିଏଲ୍‌-୧୪: ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ମୁମ୍ବାଇ

ନୂଆଦିଲ୍ଲୀ,୨୯।୪(ପି.ଟି.): ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୪ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ। ସ୍ଥାନୀୟ ଅରୁଣ ଜେଟ୍‌ଲି ଷ୍ଟାଡିୟମରେ ଗୁରୁବାର ଅପରାହ୍ନରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଜିତି ମୁମ୍ବାଇ ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ରହିଛି। ମିଡ୍‌ଲ ଅର୍ଡରରେ ଥିବା ସମସ୍ୟାର ସମାଧାନ କରିବାକୁ ମୁମ୍ବାଇ ପ୍ରୟାସ କରିବ। ଅନ୍ୟପଟେ ଅସ୍ଥିର ପ୍ରଦର୍ଶନ କରୁଥିବା ରାଜସ୍ଥାନ ମଧ୍ୟ ବିଜୟୀ ହୋଇ ଟ୍ରାକ୍‌କୁ ଫେରିବାକୁ ଚେଷ୍ଟା କରିବ।
ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ କ୍ରମାଗତ ୨ଟି ମ୍ୟାଚ୍‌ରେ ପରାଜୟ ବରଣ କରିଛି। ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଠାରୁ ୨ ଉଇକେଟରେ ପରାସ୍ତ ହୋଇଥିଲା। ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ରେ ମୁମ୍ବାଇ କୋଲକାତା ନାଇଟ ରାଇଡର୍ସକୁ ୧୦ ଓ ସନରାଇଜର୍ସ ହାଇଦ୍ରାବାଦକୁ ୧୩ ରନରେ ପରାସ୍ତ କରିଥିଲା। କିନ୍ତୁ ଏହାପରେ ମୁମ୍ବାଇର ଲୟ ବିଗିଡି ଯାଇଥିଲା। ଦଳ ଚତୁର୍ଥ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬ ଉଇକେଟରେ ଓ ପଞ୍ଜାବ କିଙ୍ଗ୍ସଠାରୁ ୯ ଉଇକେଟରେ ହାରିଥିଲା। ୫ଟି ମ୍ୟାଚ୍‌ ଖେଳି ମୁମ୍ବାଇ ୨ ବିଜୟ ଓ ୩ ପରାଜୟ ସହ ୪ ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ରହିଛି।
ଅନ୍ୟପଟେ ସଞ୍ଜୁ ସାମ୍‌ସନଙ୍କ ରାଜସ୍ଥାନ ମଧ୍ୟ ୫ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ହାସଲ କରିବା ସହ ୩ଟି ପରାଜୟ ବରଣ କରି ୪ ପଏଣ୍ଟ ହାସଲ କରିଛି। ରାଜସ୍ଥାନ ପଏଣ୍ଟ ତାଲିକାର ସପ୍ତମ ସ୍ଥାନରେ ରହିଛି। ରାଜସ୍ଥାନ ଗତ ମ୍ୟାଚ୍‌ରେ ଅବଶ୍ୟ କୋଲକାତା ନାଇଟ ରାଇଡର୍ସକୁ ୬ ଉଇକେଟରେ ପରାସ୍ତ କରିଥିଲା। ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ପଞ୍ଜାବ କିଙ୍ଗ୍ସଠାରୁ ୪ ରନରେ ପରାସ୍ତ ହୋଇଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ରାଜସ୍ଥାନ ୩ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଥିଲା। କିନ୍ତୁ ତୃତୀୟ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସଠାରୁ ୪୫ ରନରେ ପରାସ୍ତ ହୋଇଥିଲା। ସେହିପରି ଚତୁର୍ଥ ମ୍ୟାଚ୍‌ରେ ବାଙ୍ଗାଲୋରଠାରୁ ୧୦ ଉଇକେଟରେ ହାରିଥିଲା।
ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ସ୍କୋର ହାସଲ କରିପାରିନାହାନ୍ତି ଓ ସେ ଏ ପର୍ଯ୍ୟନ୍ତ ୨୦୧ ରନ ସଂଗ୍ରହ କରିଛନ୍ତି। ଓପନିଂ ପାର୍ଟନର କ୍ୱିଣ୍ଟନ ଡି କକ୍‌ଙ୍କ ସହ ସେ ପୁଣି ଏକ ବଡ଼ ଭାଗୀଦାରି ସ୍ଥାପନ କରିବେ ବୋଲି ଆଶା କରାଯାଉଛି। ମୁମ୍ବାଇ ମିଡ୍‌ଲ ଅର୍ଡର ଏ ପର୍ଯ୍ୟନ୍ତ ଆଶାନୁରୂପ ପ୍ରଦର୍ଶନ କରିପାରି ନାହିଁ। ସୂର୍ଯ୍ୟକୁମାର ଯାଦବ (୧୫୪ ରନ), ଇଶାନ କିଷନ (୭୩ ରନ), ହାର୍ଦ୍ଦିକ ପାଣ୍ଡ୍ୟ (୩୬ ରନ), କୃନାଲ ପାଣ୍ଡ୍ୟା (୨୯ ରନ) ଓ କିରନ ପୋଲାର୍ଡ (୬୫ ରନ) ଆଶାନୁରୂପ ପ୍ରଦର୍ଶନ କରିନାହାନ୍ତି। ଏହି ମ୍ୟାଚ୍‌ରେ ରୋହିତଙ୍କ ସମେତ ପୂରା ମିଡ୍‌ଲ ଅର୍ଡର ଫର୍ମକୁ ଫେରିବ ବୋଲି ଆଶା କରାଯାଉଛି। ବୋଲିଂ ବିଭାଗରେ ଯଶପ୍ରୀତ ବୁମ୍‌ରା ଓ ଟ୍ରେଣ୍ଟ ବୋଲ୍ଟ ଡେଥ୍‌ ଓଭରରେ ଘାତକ ସାବ୍ୟସ୍ତ ହୋଇଛନ୍ତି। ଲେଗ୍‌ ସ୍ପିନର ରାହୁଲ ଚହର (୯ ଉଇକେଟ) ଓ କୃନାଲ (୩ ଉଇକେଟ) ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ପୋଲାର୍ଡ ପଞ୍ଚମ କିମ୍ବା ଷଷ୍ଠ ବୋଲର ଭାବେ ଖେଳୁଛନ୍ତି। ହାର୍ଦ୍ଦିକ ବ୍ୟାଟ୍ସମ୍ୟାନ ଭାବେ ଖେଳୁଛନ୍ତି। ଜୟନ୍ତ ଯାଦବଙ୍କ ବଦଳରେ ଆଡାମ ମିଲନେଙ୍କୁ ମୁମ୍ବାଇ ଖେଳାଇପାରେ।
ଅପରପକ୍ଷେ ରାଜସ୍ଥାନ ସମସ୍ୟା ଜାଲରେ ଛନ୍ଦିହୋଇ ପଡିଛି। ଜୋଫ୍ରା ଆର୍ଚର, ବେନ୍‌ ଷ୍ଟୋକ୍ସ, ଲିଆମ ଲିଭିଂଷ୍ଟୋନ ଓ ଆଣ୍ଡ୍ର୍ୟୁ ଟାଏଙ୍କ ଭଳି ବିଦେଶୀ ଖେଳାଳି ଦଳରୁ ବିଭିନ୍ନ କାରଣରୁ ବାଦ୍‌ ପଡିସାରିଛନ୍ତି। ଏ ପର୍ଯ୍ୟନ୍ତ ଦଳର ଓପନିଂ ଯୋଡି ସ୍ଥିର ହୋଇପାରିନାହିଁ। ମନନ ଭୋରା (୪୨ରନ) ଓ ଯଶସ୍ବୀ ଜୟସ୍ବାଲ (୨୨ରନ) ଓପନର ଭାବେ ଫେଲ୍‌ ମାରିଛନ୍ତି। ଜୋଶ ବଟଲର ମଧ୍ୟ ବଡ଼ ସ୍କୋର କରିବାର ଆବଶ୍ୟକତା ରହିଛି। ସାମ୍‌ସନ ୧୮୭ ରନ କରି ଦଳର ସର୍ବାଧିକ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ତେବେ ତାଙ୍କ ପ୍ରଦଶର୍ନରେ ସ୍ଥିରତା ରହୁନାହିଁ। ସେହିପରି ଶିବମ୍‌ ଦୁବେ, ଡେଭିଡ ମିଲର ଓ ରିୟାନ ପରାଗ ଟପ୍‌ ଅର୍ଡରକୁ ସହାୟତା କରିବାର ଆବଶ୍ୟକତା ରହିଛି। ଅଲରାଉଣ୍ଡର କ୍ରିସ୍‌ ମୋରିସ ୯ ଉଇକେଟ ନେବା ସହ ୪୮ ରନ ସଂଗ୍ରହ କରିଛନ୍ତି। ବାମହାତୀ ଦ୍ରୁତ ବୋଲର ଚେତନ ସାକାରିୟା ୭ ଉଇକେଟ ହାସଲ କରିଛନ୍ତି। ସେହିପରି ଅଭିଜ୍ଞ ଦ୍ରୁତ ବୋଲର ଜୟଦେବ ଉନାଡକଟ ଓ ମୁସ୍ତାଫିଜୁର ରହମାନ ୪ଟି ଲେଖାଏ ଉଇକେଟ ଅକ୍ତିଆର କରି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ମାରିସ୍‌ଙ୍କ ସମେତ ୩ ବାମହାତୀ ପେସର ଅସ୍ଥିର ପ୍ରଦର୍ଶନ କରିଛନ୍ତି। ଲେଗ୍‌ ସ୍ପିନର ରାହୁଲ ଟଓ୍ବୋଟିଆ ୫ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ଉଇକେଟ ହାସଲ କରିଛନ୍ତି। ଲେଗ୍‌ ସ୍ପିନର ଶ୍ରେୟାସ ଗୋପାଲ ୨ଟି ମ୍ୟାଚ୍‌ ଖେଳି ଉଇକେଟ ପାଇନାହାନ୍ତି। ଅପରାହ୍ନରେ ଏହି ମ୍ୟାଚ୍‌ ଖେଳାଯାଉଥିବାରୁ କାକର ସମସ୍ୟା ରହିବ ନାହିଁ। ମ୍ୟାଚ୍‌ ନିଶ୍ଚିତ ଭାବେ ରୋମାଞ୍ଚକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri