ଆଇପିଏଲ୍‌- ୧୪: ବିଜୟଧାରା ବଜାୟ ଲକ୍ଷ୍ୟରେ ବାଙ୍ଗାଲୋର

ମୁମ୍ବାଇ,୨୨।୪(ପି.ଟି.): ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦମ୍‌ଦାର ଆରମ୍ଭ କରିଛି। ପ୍ରଥମ ୩ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ବାଙ୍ଗାଲୋର ପରବର୍ତ୍ତୀ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଜିତି ବାଙ୍ଗାଲୋର ତା’ର ବିଜୟଧାରା ବଜାୟ ରଖିବାକୁ ଚେଷ୍ଟା କରିବ।
ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ବାଙ୍ଗାଲୋର ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଅଭିଯାନ ଆରମ୍ଭ କରିଥିଲା। ଏହାପରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନକୁ ଉଠିଛି। ଅନ୍ୟପଟେ ରାଜସ୍ଥାନ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟୀ ହୋଇଥିବା ବେଳେ ବାକି ୨ଟି ପରାଜୟ ବରଣ କରିଛି। ଗତ ମ୍ୟାଚ୍‌ରେ ରାଜସ୍ଥାନ ଚେନ୍ନାଇ ସୁପର କିଙ୍ଗ୍ସଠାରୁ ୪୫ ରନରେ ପରାସ୍ତ ହୋଇଛି। ରାଜସ୍ଥାନ ଦ୍ୱିତୀୟ ମୁକାବିଲାରେ ଦିଲ୍ଲୀକୁ ୩ ଉଇକେଟରେ ହରାଇଥିବା ବେଳେ ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସଠାରୁ ୪ ରନରେ ପରାସ୍ତ ହୋଇଥିଲା। ପଏଣ୍ଟ ତାଲିକାରେ ରାଜସ୍ଥାନ ଷଷ୍ଠ ସ୍ଥାନରେ ରହିଛି। ସଞ୍ଜୁ ସାମ୍‌ସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ଏହି ମ୍ୟାଚ୍‌ ଜିତି ଦ୍ୱିତୀୟ ବିଜୟ ହାସଲ ଲକ୍ଷ୍ୟରେ ରହିଛି।
ରାଜସ୍ଥାନର ବ୍ୟାଟିଂ ବିଭାଗ ମିଳିତ ଭାବେ ପ୍ରଦର୍ଶନ କରିବାରେ ବିଫଳ ହୋଇଛି। ପଞ୍ଜାବ ବିପକ୍ଷରେ ସାମ୍‌ସନ ଜବରଦସ୍ତ ବ୍ୟାଟିଂ କରି ଶତକ ହାସଲ କରିଥିଲେ ମଧ୍ୟ ମାତ୍ର ୪ ରନରେ ଦଳ ପରାସ୍ତ ହୋଇଥିଲା। ସେହିପରି ଡେଭିଡ୍‌ ମିଲର ଓ କ୍ରିସ୍‌ ମୋରିସ୍‌ ବ୍ୟାଟିଂରେ ଦମ୍‌ ଦେଖାଇ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିଲେ। ସେହିପରି ଚେନ୍ନାଇ ବିପକ୍ଷରେ ଜୋସ ବଟଲର ଭଲ ଖେଳିଥିଲେ ମଧ୍ୟ ଅନ୍ୟମାନେ ବିଫଳ ହୋଇଥିଲେ। ରାଜସ୍ଥାନର ବୋଲିଂ ବିଭାଗ ଜୋଫ୍ରା ଆର୍ଚରଙ୍କ ଅନୁପସ୍ଥିତି ଯୋଗୁ ପ୍ରଭାବିତ ହୋଇଛି। କ୍ରିସ୍‌ ମୋରିସ୍‌ ଓ ମୁସ୍ତାଫିଜୁର ବୋଲିଂରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।
ଅପରପକ୍ଷରେ ହ୍ୟାଟ୍ରିକ ବିଜୟ ସହ ବାଙ୍ଗାଲୋରର ଆତ୍ମବିଶ୍ୱାସ ଆକାଶଛୁଆଁ ରହିଛି। କୋହଲିଙ୍କ ସମେତ ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଓ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଗତ ସଂସ୍କରଣରେ ଭଲ ପ୍ରଦର୍ଶନ କରିଥିବା ଯୁବ ଓପନର ଦେବଦତ୍ତ ପଡିକାଲ ଓ ରଜତ ପଟିଦାର ଆଶାନୁରୂପ ଖେଳିପାରିନାହାନ୍ତି। ଆଗକୁ ଏମାନେ ତ୍ରୁଟି ସୁଧାରିବେ ବୋଲି ଆଶା କରାଯାଉଛି। ବୋଲିଂରେ ହର୍ଶଲ ପଟେଲ ଓ ମହମ୍ମଦ ସାମି ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ଏହି ମ୍ୟାଚ୍‌ରେ ରାଜସ୍ଥାନ ବିପକ୍ଷରେ ବାଙ୍ଗାଲୋର ଫେଭରାଇଟ୍‌ ମନେହେଉଛି।
ଆରସିବି ଦଳ:
ବିରାଟ କୋହଲି (ଅଧିନାୟକ), ଏବି ଡିଭିଲର୍ସ, ଦେବଦତ୍ତ ପଡିକାଲ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ, କେନ୍‌ ରିଚାର୍ଡସନ, ଓ୍ବାଶିଂଟନ ସୁନ୍ଦର, ପବନ ଦେଶପାଣ୍ଡେ, ଫିନ ଆଲେନ, ଶାହାବାଜ ଅହମଦ, ନବଦୀପ ସଇନି, ଆଡାମ ଜାମ୍ପା, କାଏଲ ଜେମିଶନ, ଗ୍ଲେନ ମ୍ୟାକ୍ସଓ୍ବେଲ, ରଜଦ ପଟିଦାର, ସଚିନ ବେବି, ମହମ୍ମଦ ଆଝାରୁଦ୍ଦିନ, ଡାନିଏଲ କ୍ରିଷ୍ଟିଆନ, କେ.ଏସ. ଭାରତ, ସୂୟାଶ ପ୍ରଭୁଦେଶାଇ, ଡାନିଏଲ ସାମ୍ସ ଓ ହର୍ଶଲ ପଟେଲ।
ରାଜସ୍ଥାନ ରୟାଲ୍ସ ଦଳ:
ସଞ୍ଜୁ ସାମ୍‌ସନ (ଅଧିନାୟକ/ ଉଇକେଟକିପର), ଜୋଶ ବଟଲର (ଉଇକେଟକିପର), ବେନ୍‌ ଷ୍ଟୋକ୍ସ, ଯଶସ୍ବୀ ଜୟସ୍ବାଲ, ମନନ ଭୋରା, ଅନୁଜ ରାଓ୍ବତ, ରିୟାନ ପରାଗ, ଡେଭିଡ୍‌ ମିଲର, ରାହୁଲ ଟଓ୍ବୋଟିଆ, ମହିପାଲ ଲୋମରର, ଶ୍ରେୟାସ ଗୋପାଲ, ମୟଙ୍କ ମାର୍କଣ୍ଡେ, ଜୋଫ୍ରା ଆର୍ଚର, ଆଣ୍ଡ୍ୟୁ ଟାଏ, ଜୟଦେବ ଉନାଡକଟ, କାର୍ତ୍ତିକ ତ୍ୟାଗୀ, ଶିବମ ଦୁବେ, କ୍ରିସ୍‌ ମୋରିସ, ମୁସ୍ତାଫିଜୁର ରହମାନ, ଚେତନ ସାକାରିୟା, କେଜି କାରିଆପ୍ପା, ଲିଆମ ଲିଭିଂଷ୍ଟୋନ୍‌, କୁଲଦୀପ ଯାଦବ ଓ ଆକାଶ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

IPL 2026: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ପ୍ରଥମ ମ୍ୟାଚ୍‌, କେଉଁଠି ଏବଂ କିପରି ଲାଇଭ ଦେଖିବେ ଜାଣନ୍ତୁ…

ବେଙ୍ଗାଲୁରୁର,୨୭।୩: IPL 2026 ସିଜିନର ପ୍ରଥମ ମ୍ୟାଚ୍‌ ଦୁଇଟି ଶକ୍ତିଶାଳୀ ଦଳ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। RCB ଘରୋଇ ପଡ଼ିଆରେ ବିଜୟ ସହିତ…

ଅନ୍ତର୍ଜାତୀୟ ଡେବ୍ୟୁ କରିପାରିବେ ବୈଭବ ସୂର୍ଯ୍ୟବଂଶୀ, ଆଉ ବାଧକ ସାଜିବନି ICC ନିୟମ

ନୂଆଦିଲ୍ଲୀ,୨୭।୩: ହରାରେ ସ୍ପୋଟର୍‌ସ କ୍ଲବରେ ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ରୌଦ୍ର ରୂପ ଦେଖାଇଥିଲେ। ଇଂଲଣ୍ଡ ବିପକ୍ଷରେ ଫାଇନାଲ…

ବେଙ୍ଗାଲୁରୁକୁ ବଡ଼ ଝଟକା, ଏହି ଖେଳାଳିଙ୍କୁ ମିଳିଲା ନାହିଁ ନୋ ଅବଜେକ୍ସନ ସାର୍ଟିଫିକେଟ

ନୂଆଦିଲ୍ଲୀ,୨୭ା୩: ଶ୍ରୀଲଙ୍କାର ପେସର ନୁଓ୍ୱାନ ଥୁସାରା ଆଗାମୀ ଆଇପିଏଲ୍‌ ମିସ କରିବେ। ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି)ର ନୂଆ କଡ଼ା ଫିଟ୍‌ନେସ ପଲିସୀ ଅନୁଯାୟୀ, ତାଙ୍କୁ ନୋ ଅବଜେକ୍ସନ…

ରିଙ୍କୁଙ୍କୁ ମିଳିଲା ସରକାରୀ ଚାକିରି, ଏତେ ପାଇବେ ଦରମା, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କୁ ସରକାରୀ ଚାକିରି ମିଳିଛି। ରିଙ୍କୁଙ୍କ ପାଇଁ ଏକାସାଙ୍ଗରେ ଦୁଇଟି ବଡ଼ ଖବର ଆସିଛି। କାରଣ ସେ ନିକଟରେ କୋଲକାତା ନାଇଟ…

ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ ବୋର୍ଡ, PSLକୁ ନେଇ ନେଲା ଏମିତି ନିଷ୍ପତ୍ତି ସାରା ବିଶ୍ୱ ଚକିତ

ଇସଲାମାବାଦ,୨୭।୩: ପାକିସ୍ତାନ ସୁପର ଲିଗ (PSL)ର ଚଳିତ ସିଜିନରେ କିଛି ଭିନ୍ନ ଘଟଣା ଘଟିଛି। PSL 2026 ଶୁକ୍ରବାରଠାରୁ ଆରମ୍ଭ ହୋଇଛି, ଏବଂ ଏହି ଲିଗ ଏହାର…

୧୦ ଲକ୍ଷ ଟଙ୍କିଆ ଚେକ୍‌ ବାଣ୍ଟିଲେ ହାର୍ଦ୍ଦିକ ପାଣ୍ଡ୍ୟା: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କେବଳ ତାଙ୍କ ଖେଳ ପାଇଁ ନୁହେଁ ବରଂ ତାଙ୍କ ବିଳାଶପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ଜଣାଶୁଣା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri