Posted inଖେଳ

ଆଇପିଏଲର ୧୧ ତମ ମ୍ୟାଚ୍‌: ଆରଆର ବନାମ ଡିସି…

ଗୁଆହାଟୀ,୮।୪ : ଆଇପିଏଲ ସିରିଜ ୧୬ର ୧୧ ତମ ମ୍ୟାଚ ଶନିବାର ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ମଧ୍ୟରେ ଗୁଆହାଟୀର ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ଅପରାହ୍ନ ସାଢ଼େ ୩ଟା ଖେଳାଯିବ। ରାଜସ୍ଥାନ ଏବଂ ଦିଲ୍ଲୀର ଦଳ ପ୍ରଥମ ଥର ପାଇଁ ଗୁଆହାଟୀ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ। ସାମଗ୍ରିକ ରେକର୍ଡ ବିଷୟରେ କହିବାକୁ ଗଲେ ଉଭୟ ଦଳ ୨୬ ଥର ମୁହାଁମୁହିଁ ହୋଇଛନ୍ତି। ଉଭୟ ରାଜସ୍ଥାନ ଏବଂ ଦିଲ୍ଲୀ ୧୩-୧୩ ମ୍ୟାଚ ଜିତିଛନ୍ତି। ଉଭୟଙ୍କ ମଧ୍ୟରେ ଶେଷ ପାଞ୍ଚଟି ମ୍ୟାଚରେ ଦିଲ୍ଲୀ ତିନୋଟି ଏବଂ ରାଜସ୍ଥାନ ଦୁଇଟି ମ୍ୟାଚ ଜିତିଛି।
ଗତ ଦୁଇଟି ମ୍ୟାଚରେ ଦିଲ୍ଲୀ ବ୍ୟାଟ୍ସମ୍ୟାନ୍ଙଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ସ୍ଥିତି ଦଳ ପରିଚାଳନା ପାଇଁ ଚିନ୍ତାର ବିଷୟ ପାଲଟିଛି। ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ ଏବଂ ଆକ୍ରମଣକାରୀ ବ୍ୟାଟ୍ସମ୍ୟାନ ସରଫରାଜ ଖାନ ଅଧିକ କିଛି କରିପାରିନାହାଁନ୍ତି ଏବଂ ମାର୍କ ଉଡ ଏବଂ ଅଲଜାରି ଜୋସେଫଙ୍କ ଭଳି ଗୁଣାତ୍ମକ ଦ୍ରୁତ ବୋଲର ମଧ୍ୟ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ରାଜସ୍ଥାନ ବିପକ୍ଷ ମ୍ୟାଚରେ ତାଙ୍କୁ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ, କେଏମ ଆସିଫ ଏବଂ ଜେସନ ହୋଲଡରଙ୍କ ପେସ ଆକ୍ରମଣର ସାମ୍ନା କରିବାକୁ ପଡିବ। ତେବେ ଦିଲ୍ଲୀ ବ୍ୟାଟ୍ସମ୍ୟାନଙ୍କ ପାଇଁ ରବିଚନ୍ଦ୍ରନ ଅଶ୍ୱିନ ଏବଂ ୟୁଜବେନ୍ଦ୍ର ଚହଲଙ୍କ ସ୍ପିନ ଯୋଡି ବିପକ୍ଷରେ ଖେଳିବା ସହଜ ହେବ ନାହିଁ।

ଦିଲ୍ଲୀ ପାଇଁ ଏହା ଏକ ଆରାମଦାୟକ ବିଷୟ ଯେ ରାଜସ୍ଥାନର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ଜୋସ ବଟଲର୍ଙ୍କୁ ଏହି ମ୍ୟାଚ ଖେଳିବା କଷ୍ଟକର। ଗତ ମ୍ୟାଚରେ କ୍ୟାଚ ନେବାବେଳେ ସେ ଆହତ ହୋଇଥିଲେ। ତାଙ୍କ ବାମ ହାତର ଆଙ୍ଗୁଠିରେ ଆଘାତ ଲାଗିଛି। ଏହି ଆଘାତ ଯୋଗୁଁ ତାଙ୍କ ଫିଲ୍ଡିଂ ଏବଂ ବ୍ୟାଟିଂ କଷ୍ଟସାଧ୍ୟ ହୋଇଛି। ଯଦି ବଟଲର୍‌ ଖେଳନ୍ତି ନାହିଁ, ତେବେ ଜୋ ରୁଟ ତାଙ୍କ ସ୍ଥାନରେ ଏକ ସୁଯୋଗ ପାଇପାରନ୍ତି ।

ରାଜସ୍ଥାନ ରୟାଲ ସମ୍ଭାବ୍ୟ ପ୍ଳେଇଙ୍ଗ ୧୧ରେ ଯଶସ୍ବୀ ଜୈସୱାଲ, ଜୋସ ବଟଲର, ସଞ୍ଜୁ ସାମସନ (ଅଧିନାୟକ/ଓ୍ବିକେଟ କିପର), ଦେବଦତ୍ତ ପାଦିକ୍କାଲ / ଧ୍ରୁଭ ଜୁରେଲ, ରିୟାନ ପାରାଗ, ଶିମ୍ରନ ହେଟମିୟର, ଜେସନ ହୋଲ୍ଡର, ରବିଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, କେଏମ ଆସିଫ, ୟୁଜଭେନ୍ଦ୍ର ଚହଲ ପ୍ରମୁଖ ରହିଛନ୍ତି।

ସେହିପରି ଦିଲ୍ଲୀ କ୍ୟାପିଟଲ ପ୍ଲେଇଙ୍ଗ ୧୧ରେ ପୃଥ୍ବୀ ଶ, ଡେଭିଡ ୱାର୍ନର (ଅଧିନାୟକ), ରେଲି ରୁଷୋ, ରୋଭମାନ ପାୱେଲ, ଅକ୍ଷର ପଟେଲ, ସରଫରାଜ ଖାନ / ୟଶ ଢୁଲ, ଅଭିଷେକ ପୋରେଲ (ଓ୍ବିକେଟ କିପର), ଅମାନ ହାକିମ ଖାନ, କୁଲଦୀପ ଯାଦବ, ଅନ୍ରିଚ ନର୍ଟେ, ମୁକେଶ କୁମାର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri