Categories: ବାଣିଜ୍ୟ

୨୦ ହଜାର ଟଙ୍କାରୁ ବି କମରେ ମିଳୁଛି ଆଇଫୋନ ୧୪: ଜାଣନ୍ତୁ କେମିତି ଉଠାଇପାରିଲେ ଅଫର୍‌ ଲାଭ

ଇ-କମର୍ସ ୱେବସାଇଟ ଫ୍ଲିପକାର୍ଟରେ ଦଶହରା ସେଲ୍‌ ଆରମ୍ଭ ହୋଇଛି। ଏହି ସେଲ୍‌ ୨୨ ଅକ୍ଟୋବରରୁ ଆରମ୍ଭ ହୋଇ ୨୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ସେଲ୍‌ରେ ବିଭିନ୍ନ ଜିନିଷ ଉପରେ ରିହାତି ଦିଆଯାଉଛି। ଏହାପୂର୍ବରୁ ଫ୍ଲିପ୍‌କାର୍ଟରେ ବିଗ ବିଲିୟନ ଡେ ସେଲ୍‌ କରାଯାଇଥିଲା, ଯେଉଁଥିରେ ସ୍ମାର୍ଟଫୋନରେ ବିପୁଳ ରିହାତି ଦିଆଯାଇଥିଲା। ଦଶହରା ସେଲ୍‌ରେ ମୋବାଇଲ ଫୋନରେ ମଧ୍ୟ ବହୁତ ଭଲ ଅଫର ଦିଆଯାଉଛି। ଆପଣ ୨୦,୦୦୦ ରୁ କମ ମୂଲ୍ୟରେ ଆଇଫୋନ ୧୪ କିଣି ପାରିବେ। କିପରି ଜାଣ?
ଆଇଫୋନ ୧୪ ଫ୍ଲିପକାର୍ଟରେ ୫୬,୯୯୯ ଟଙ୍କାରେ ବିକ୍ରି ହେଉଛି, ଯାହା ସରକାରୀ ଷ୍ଟୋର୍‌ ମୂଲ୍ୟଠାରୁ ୧୨,୯୦୧ ଟଙ୍କା କମ ଅଟେ। ଏହା ବ୍ୟତୀତ ଯଦି ଆପଣ ଏସବିଆଇ, ଆରବିଏଲ ବ୍ୟାଙ୍କ ଏବଂ କୋଟାକ ବ୍ୟାଙ୍କର କ୍ରେଡିଟ କାର୍ଡ ମାଧ୍ୟମରେ ସ୍ମାର୍ଟଫୋନ କିଣନ୍ତି, ତେବେ ଆପଣଙ୍କୁ ୭୫୦ ଟଙ୍କା ଅଲଗା ରିହାତି ମିଳିବ। ରିହାତି ପରେ ମୋବାଇଲ ଫୋନର ମୂଲ୍ୟ ୫୬,୨୪୯ ଟଙ୍କା ହେବ। ତଥାପି ଅଫର୍‌ ଏଠାରେ ଶେଷ ହୋଇ ନାହିଁ। ଆଇଫୋନ ୧୪ରେ ଟ୍ରେଡ-ଇନ ଅଫର୍‌ ମଧ୍ୟ ଦିଆଯାଉଛି, ଯେଉଁଠାରୁ ଆପଣ ଆପଣଙ୍କର ପୁରୁଣା ସ୍ମାର୍ଟଫୋନ ବିନିମୟ କରି ୩୯,୧୫୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ।
ପୁରୁଣା ସ୍ମାର୍ଟଫୋନ ଭଲ ଅବସ୍ଥାରେ ଥିଲେ ଆପଣ ଏକ୍ସଚେଞ୍ଜ ଅଫରର ସମ୍ପୂର୍ଣ୍ଣ ଲାଭ ପାଇବ। ସମସ୍ତ ରିହାତି ପାଇବା ପରେ ଆପଣ କେବଳ ୧୭,୦୯୯ ଟଙ୍କା ପାଇଁ ଆଇଫୋନ ୧୪ କିଣିବାକୁ ସକ୍ଷମ ହେବେ।
ଆପଣ ଏହି ମୋବାଇଲ ଫୋନକୁ ୧୨୮ ଜିବି, ୨୫୬ ଜିବି ଏବଂ ୫୧୨ ଜିବି ଭାରିଆଣ୍ଟରେ ଏବଂ ମିଡନାଇଟ, ବାଇଗଣୀ, ଷ୍ଟାର ଲାଇଟ, ପ୍ରଡକ୍ଟ ରେଡ, ବ୍ଲୁ ଏବଂ ହଳଦିଆ ରଙ୍ଗରେ କିଣି ପାରିବେ। ଏଥିରେ ଆପଲ ଏ୧୫ ବାୟୋନିକ ଚିପସେଟ ଏବଂ ଦୁଇଟି ୧୨ + ୧୨ଏମ୍‌ପି କ୍ୟାମେରା ଅଛି।

 

Share