ନୂଆଦିଲ୍ଲୀ,୩୦।୮: ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (IOCL) ତା’ର ପାଇପଲାଇନ ଡିଭିଜନରେ ବିଭିନ୍ନ ରାଜ୍ୟରେ ୫୩୭ଟି ଆପ୍ରେଣ୍ଟିସ ପଦବି ପାଇଁ ଆବେଦନ ଆହ୍ବାନ କରୁଛି। ଏହି ନିଯୁକ୍ତି ଅଭିଯାନରେ ଟେକ୍ନିକାଲ ଓ ନନ-ଟେକ୍ନିକାଲ ଟ୍ରେଡରେ ସୁଯୋଗ ରହିଛି। ଆବେଦନ ପ୍ରକ୍ରିୟା ଅଗଷ୍ଟ ୨୯ରୁ ଆରମ୍ଭ ହୋଇଛି ଏବଂ ସେପ୍ଟେମ୍ବର ୧୮ରେ ଶେଷ ହେବ। ତେବେ ଆବେଦନକାରୀ IOCLର ଆଧିକାରୀକ ଓ୍ବେବସାଇଟ୍ iocl.comକୁ ଯାଇ ଅନଲାଇନ ଆବେଦନ କରିପାରିବେ।
Official Notification: https://iocl.com/admin/img/Apprenticeships/Files/50076b4a83e145dd84ff5be6b3bad9dd.pdf
ପଦବୀ ନେଇ ସୂଚନା:
ଏହି ଖାଲି ପଦବୀଗୁଡ଼ିକ ପାଞ୍ଚଟି ଅଞ୍ଚଳରେ ଉପଲବ୍ଧ, ଯେଉଁଠାରେ ପୂର୍ବାଞ୍ଚଳ (ପଶ୍ଚିମବଙ୍ଗ, ବିହାର, ଆସାମ ଆଦି)ରେ ସର୍ବାଧିକ ୧୫୬ଟି ସିଟ ରହିଛି। ପଶ୍ଚିମାଞ୍ଚଳ (ଗୁଜରାଟ, ମହାରାଷ୍ଟ୍ର, ରାଜସ୍ଥାନ ଆଦି)ରେ ୧୫୨ଟି, ଉତ୍ତରାଞ୍ଚଳ (ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ ଆଦି)ରେ ୯୭ଟି, ଦକ୍ଷିଣ-ପୂର୍ବାଞ୍ଚଳ (ଓଡ଼ିଶା, ଛତିଶଗଡ଼ ଆଦି)ରେ ୮୫ଟି ଏବଂ ଦକ୍ଷିଣାଞ୍ଚଳ (ତାମିଲନାଡୁ, କର୍ଣ୍ଣାଟକ ଆଦି)ରେ ୪୭ଟି ସିଟ ରହିଛି।
ଟ୍ରେଡରେ ସୁଯୋଗ:
ଟେକ୍ନିସିଆନ ଆପ୍ରେଣ୍ଟିସ (ମେକାନିକାଲ, ଇଲେକ୍ଟ୍ରିକାଲ, ଟେଲିକମ୍ୟୁନିକେସନ ଓ ଇନଷ୍ଟ୍ରୁମେଣ୍ଟେସନ), ଟ୍ରେଡ ଆପ୍ରେଣ୍ଟିସ (ଆସିଷ୍ଟାଷ୍ଟ ରିସୋର୍ସ ଆସିଷ୍ଟାଣ୍ଟ, ଆକାଉଣ୍ଟାଣ୍ଟ) ଏବଂ ଡାଟା ଏଣ୍ଟ୍ରି ଅପରେଟର ଭଳି ବିଭିନ୍ନ ଟ୍ରେଡ୍ରେ ସୁଯୋଗ ରହିଛି। ଶିକ୍ଷାଗତ ଯୋଗ୍ୟତା ମଧ୍ୟରେ ଟେକ୍ନିସିଆନ ପାଇଁ ଫୁଲଟାଇମ ଡିପ୍ଲୋମା ଇନ ଇଞ୍ଜିନିୟରିଂ, ଟ୍ରେଡ ଆପ୍ରେଣ୍ଟିସ ପାଇଁ ସ୍ନାତକ ଡିଗ୍ରୀ ଏବଂ ଡାଟା ଏଣ୍ଟ୍ରି ଅପରେଟର ପାଇଁ ନ୍ୟୂନତମ ୧୨ଶ ପାସ ଆବଶ୍ୟକ।
ବୟସ ସୀମା:
ଆବେଦନକାରୀଙ୍କ ବୟସ ୩୧ ଅଗଷ୍ଟ ୨୦୨୫ ସୁଦ୍ଧା ୧୮ ରୁ ୨୪ ବର୍ଷ ମଧ୍ୟରେ ହେବା ଆବଶ୍ୟକ, ତେବେ SC/ST, OBC ଏବଂ PwBD ପ୍ରାର୍ଥୀଙ୍କ ପାଇଁ ସରକାରୀ ନିୟମାନୁସାରେ ବୟସ ରିହାତି ପ୍ରଦାନ କରାଯିବ।
ଚୟନ ପ୍ରକ୍ରିୟା
ପ୍ରାର୍ଥୀଙ୍କ ଚୟନ ସେମାଙ୍କ ଯୋଗ୍ୟତା ପରୀକ୍ଷାରେ ପ୍ରାପ୍ତ ଶତକଡ଼ା ଅଙ୍କ ଆଧାରରେ ମେରିଟ ଲିଷ୍ଟ ପ୍ରସ୍ତୁତ କରି କରାଯିବ। ଆପ୍ରେଣ୍ଟିସଶିପ ତାଲିମର ଅବଧି ୧୨ ମାସ ହେବ।
ଆବେଦନ ପ୍ରକ୍ରିୟା:
ପ୍ରଥମେ IOCLର ଆଧିକାରୀକ ଓ୍ବେବ୍ସାଇଟ୍କୁ ଯାଆନ୍ତୁ।
ହୋମ ପେଜରେ ଥିବା Careers ସେକ୍ସନକୁ ଯାଇ Apprentice Recuitment ଲିଙ୍କ ଉପରେ କ୍ଲିକ କରନ୍ତୁ।
ରେଜିଷ୍ଟେଶନ ପରେ ଆକାଉଣ୍ଟକୁ ଲଗଇନ୍ କରନ୍ତୁ।
ଏବେ ଆବେଦନ ଫର୍ମ ପୂରଣ କରନ୍ତୁ। ସମସ୍ତ ଆବଶ୍ୟକ ଦସ୍ତାବିଜ ଅପଲୋଡ କରନ୍ତୁ। ଫର୍ମକୁ ସବମିଟ୍ କରନ୍ତୁ।
ଷ୍ଟାଇପେଣ୍ଡ: ଚୟନ ପ୍ରାର୍ଥୀମାନେ ମାସିକ ଷ୍ଟାଇପେଣ୍ଡ ୧୯୬୧/୧୯୭୩ ଏବଂ ଆପ୍ରେଣ୍ଟିସ୍ ନିୟମ ୧୯୯୨/୨୦୧୯ ଅନୁସାରେ ପାଇବେ। ଏହାର ନିର୍ଦ୍ଧାରଣ କର୍ପୋରେଶନର ଗାଇଡଲାଇନ୍ସ ଅନୁସାରେ କରାଯିବ।

