Categories: ବାଣିଜ୍ୟ

ଆଇଓବି ସ୍ଥାନାନ୍ତରିତ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୯।୧୧:ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ (ଆଇଓବି) ର ସ୍ଥାନାନ୍ତରିତ ଶାଖା ନିକଟରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ବରିଷ୍ଠ କ୍ଷେତ୍ରୀୟ ପ୍ରବନ୍ଧକ ମନିଷ କୁମାର ଏବଂ ଶାଖା ପ୍ରବନ୍ଧକ ରଜତ କୁମାର ମହାପାତ୍ରଙ୍କ ସମେତ ବ୍ୟାଙ୍କର ଅନ୍ୟ କର୍ମଚାରୀ ଓ ଗ୍ରାହକମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ଆଓବିର ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ଅନ୍ତର୍ଗତ ବ୍ୟାଙ୍କର ଚର୍ଚ୍ଚରୋଡ୍‌ ଶାଖା ନିକଟରେ ବ୍ରହ୍ମପୁର ପୁରୁଣା ବସ୍‌ଷ୍ଟାଣ୍ଡ୍‌ ନିକଟସ୍ଥ ଟେଲିଫୋନ୍‌ ଭବନ ପରିସରକୁ ସ୍ଥାନାନ୍ତରିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ସ୍ଥାନାନ୍ତରିତ ଶାଖାର ଆନୁଷ୍ଠାନିକ ଉଦଘାଟନୀ ମଧ୍ୟ ହୋଇଯାଇଛି। ଅପରପକ୍ଷରେ ବ୍ୟାଙ୍କର ଚର୍ଚ୍ଚ ରୋଡ୍‌ ଶାଖାର ଗ୍ରାହକମାନେ ସ୍ଥାନାନ୍ତରିତ ହୋଇଥିବା ନୂତନ ଶାଖାରୁ ସମସ୍ତ ପ୍ରକାରର ବ୍ୟାଙ୍କିଙ୍ଗ୍‌ ସେବା ପାଇପାରିବେ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

Share