Categories: ଖେଳ

ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହେଟା କରୋନା ପଜିଟିଭ

ନୂଆଦିଲ୍ଲୀ,୫।୧୧(ପି.ଟି.): ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ସାଧାରଣ ସମ୍ପାଦକ ରାଜୀବ ମେହେଟା କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିଛି। ଗତ ସପ୍ତାହରେ ଜ୍ୱର ଅନୁଭବ କରିବାରୁ ସେ ଟେଷ୍ଟ କରାଇଥିଲେ। ଏବେ ସେ ଦିଲ୍ଲୀସ୍ଥିତ ନିଜ ବାସଭବନରେ ସେଲ୍ଫ ଆେଇସୋଲେଶନରେ ରହିଛନ୍ତି ବୋଲି ମେହେଟା କହିଛନ୍ତି। ରବିବାର ପଜିଟିଭ ବୋଲି ଜାଣିବାକୁ ପାଇଥିଲି। ହୋମ୍‌ ଆଇସୋଲେଶନରେ ରହିବାକୁ ମାତେ ପରାମର୍ଶ ଦିଆଯାଇଛି। ସେ ଭଳି ବଡ଼ ସମସ୍ୟା କିଛି ନାହିଁ। ଏବେ ସମ୍ପୂର୍ଣ୍ଣ ଠିକ୍‌ ଅଛି ଓ ଖୁବ୍‌ଶୀଘ୍ର ଆରୋଗ୍ୟ ଲାଭ କରିବି ବୋଲି ମେହେଟା କହିଛନ୍ତି।

Share