ସୁରକ୍ଷା ବଦଳରେ ବିପଦକୁ ଆମନ୍ତ୍ରଣ

ପଟ୍ଟାମୁଣ୍ଡାଇ, ୨୯ା୫ (ସ୍ବ.ପ୍ର.): ବାତ୍ୟା ଓ ବନ୍ୟା ସମୟରେ ବାସହୀନ, ତଳିଆ ଅଞ୍ଚଳର କ୍ଷତିଗ୍ରସ୍ତଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ନିମନ୍ତେ ସରକାର ଅର୍ଥ ବ୍ୟୟ କରି ପଞ୍ଚାୟତଗୁଡ଼ିକରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିଛନ୍ତି। ହେଲେ ରକ୍ଷଣାବେକ୍ଷଣ ଅଭାବ ଓ ନିମ୍ନମାନର କାମ ଯୋଗୁ ନିର୍ମାଣ ହୋଇଥିବା ଆଶ୍ରୟସ୍ଥଳ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ସୁରକ୍ଷା ପାଇଁ ହୋଇଥିବା ଆଶ୍ରୟସ୍ଥଳ ଏବେ ଅସୁରକ୍ଷିତ ଅବସ୍ଥାରେ ପଡ଼ିରହି ବିପଦକୁ ଆମନ୍ତ୍ରଣ କରୁଛି। ଏଭଳି ଏକ ଜରାଜୀର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଣ୍ଟା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସରରେ। ତେଣୁ ଏହି ବାତ୍ୟା ଆଶ୍ରୟସ୍ଥଳର ଏଭଳି ଅବସ୍ଥା ଦେଖି ଗ୍ରାମବାସୀଙ୍କ ଅସନ୍ତୋଷ ମଧ୍ୟ ତେଜିବାରେ ଲାଗିଛି।
ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଗ୍ରାମାଞ୍ଚଳ ଲୋକମାନଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶାସନ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ସ୍ଥାନରେ ୧୯୯୯ ମହାବାତ୍ୟା ପରେ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଥିଲା। ସେହିଭଳି ଖଡ଼ଇଣ୍ଟା ଗଁା ସ୍କୁଲ ପରିସରରେ ମଧ୍ୟ ଏକ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ହୋଇଥିଲା। ଏବେ ସେହି ବାତ୍ୟା ଆଶ୍ରୟସ୍ଥଳ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ୨ ମହଲା ବିଶିଷ୍ଟ ଗୃହଟିରୁ ସିମେଣ୍ଟ ଖଣ୍ଡ ଖସୁଥିବା ବେଳେ ଝରକା କବାଟ ଭାଙ୍ଗି ଯାଇଛି। ବିପତ୍ତି ସମୟରେ ଏଠାରେ ଲୋକମାନେ ଆଶ୍ରୟ ନେବା ଆଉ ସମ୍ଭବପର ନୁହେଁ। ଏହି କୋଠାର ତଳ ମହଲା ଅର୍ଥାତ୍‌ ଗୋରୁଙ୍କ ପାଇଁ ଉଦ୍ଦିଷ୍ଟ ଗୁହାଳଟିରେ କେହି ବସାଉଠା କରିବାକୁ ସାହସ କରୁନାହାନ୍ତି। ଏହାର ପାଖରେ ଖଡ଼ଇଣ୍ଟା ପ୍ରାଥମିକ ବିଦ୍ୟାଳୟ ରହିଛି। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲା ପାଠ ପଢ଼ୁଛନ୍ତି। ପିଲାମାନେ ସେଠାରେ ଖେଳକୁଦ ମଧ୍ୟ କରୁଛନ୍ତି। କିନ୍ତୁ ଏହି କୋଠାଟି ବିପଦସଙ୍କୁଳ ବୋଲି କୌଣସି ସୂଚନା ଫଳକ ଲଗାଯାଇନାହିଁ। ତେବେ କେତେବେଳେ ଯେ ଦୁର୍ଘଟଣା ଘଟିବ ତାହା କହିହେବ ନାହିଁ। ତେଣୁ ଉକ୍ତ କୋଠାଟିକୁ ମରାମତି କିମ୍ବା ତୁରନ୍ତ ଭାଙ୍ଗି ଦେବା ପାଇଁ ପୂର୍ବତନ ସରପଞ୍ଚ ବେଲାଳସେନ ପରିଡା, ଅଶୋକ ମହାନ୍ତି, ଅଜୟ ନାୟକ, ସୁଶାନ୍ତ ସାମଲ ଓ ପ୍ରଭାକର ସେଠୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ସେହିପରି ବ୍ଲକର ଅନ୍ୟ ୩୦ଟି ପଞ୍ଚାୟତରେ ଅଧିକାଂଶ ବାତ୍ୟା ଆଶ୍ରୟସ୍ଥଳ ରାଜ୍ୟ ବାହାରର ସାଂସଦ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଆର୍ଥତ୍କ ସହାୟତାରେ ନିର୍ମାଣ କରାଯାଇଥିଲା। ପ୍ରତିବର୍ଷ ନିୟମିତ ତଦାରଖ ଓ ପରିଚାଳନା ଅଭାବରୁ ବାତ୍ୟା ଆଶ୍ରୟସ୍ଥଳ ପାଇଁ ଉଦ୍ଦିଷ୍ଟ ସରଞ୍ଜାମ କେଉଁଠି ଅଚଳ ତ କେଉଁଠାରେ ଖରାପ ହୋଇ କାର୍ଯ୍ୟରେ ଲାଗୁନାହିଁ। ଏହାର ରକ୍ଷଣାବେକ୍ଷଣ ପାଇଁ କୌଣସି ବିଭାଗ ମୁଣ୍ଡ ଖେଳାଉ ନାହାନ୍ତି। କେବଳ ଲୋକଦେଖାଣିଆ ଭାବେ ବିପର୍ଯ୍ୟୟ ମୁକାବିଲା ନାମରେ ବିପନ୍ନଙ୍କୁ ଉଦ୍ଧାର ଓ ଥଇଥାନ ପାଇଁ ମକ୍‌ଡ୍ରିଲ କରାଯାଉଛି। ବହୁ ଆଶ୍ରୟସ୍ଥଳ ଅନ୍ୟଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଅସୁରକ୍ଷିତ ହୋଇପଡ଼ିଛି। ବାତ୍ୟା ଓ ବନ୍ୟା ଆସିଲେ ବିଶେଷକରି ରାଜସ୍ବ ଓ ପଞ୍ଚାୟତିରାଜ ବିଭାଗ ଏଗୁଡ଼ିକର କେବଳ ବ୍ୟବହାର ପାଇଁ ତତ୍ପରତା ଦେଖାଇଥାନ୍ତି। ଅନ୍ୟ ସମୟରେ ଏହି ଆଶ୍ରୟସ୍ଥଳର ଦୁରବସ୍ଥା ସମ୍ପର୍କରେ ସମୀକ୍ଷା କରିବାକୁ କୌଣସି ବିଭାଗ ପାଖରେ ସମୟ ନ ଥାଏ। ଏ ସମ୍ପର୍କରେ ପଟ୍ଟାମୁଣ୍ଡଇ ବିଡିଓ ଶୁଭ୍ରାଂଶୁ ସାହୁଙ୍କୁ ପଚାରିବାରେ ଖୁବ୍‌ଶୀଘ୍ର ଏହି ବାତ୍ୟା ଆଶ୍ରୟସ୍ଥଳର ସ୍ଥିତି ଅନୁଧ୍ୟାନ କରିବା ସହ ତା’ର ମରାମତି ବା ନବୀକରଣ ପାଇଁ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ତେବେ ଏହି ବାତ୍ୟା ଆଶ୍ରୟସ୍ଥଳର ଅବସ୍ଥା ଏତେ ଖରାପ ହୋଇଛି ଯେ ତାହା ମରାମତି ନୁହେଁ ବରଂ ତାକୁ ଭାଙ୍ଗି ସମ୍ପୂର୍ଣ୍ଣ ନୂଆ ଭାବେ ନିର୍ମାଣ କରାଯିବା ଆବଶ୍ୟକ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri