Posted inଜାତୀୟ

ଅଭିନେତ୍ରୀଙ୍କ ଚାଞ୍ଚଲ୍ୟକର ଅଭିଯୋଗ: ଯୁବ ନେତା ହୋଟେଲକୁ ଡାକି ଦେଲେ ନିର୍ଯାତନା

କୋଚି,୨୧।୮: ମାଲାୟାଲମ ଅଭିନେତ୍ରୀ ତଥା ପୂର୍ବତନ ସାମ୍ବାଦିକା ରିନି ଆନ୍ ଜର୍ଜ କେରଳର ଏକ ପ୍ରମୁଖ ରାଜନୈତିକ ଦଳର ଯୁବ ନେତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଉକ୍ତ ନେତା ତାଙ୍କୁ ହୋଟେଲକୁ ଡାକିବା ସହ ବାରମ୍ବାର ଅଶାଳୀନ ବାର୍ତ୍ତା ପଠାଇଛନ୍ତି। ରିନି ନେତାଙ୍କୁ ଦଳୀୟ ନେତୃବୃନ୍ଦଙ୍କୁ ଅଭିଯୋଗ କରିବାକୁ ଧମକ ଦେଇଥିଲେ, କିନ୍ତୁ ନେତା ତାହାକୁ ‘କେହି ଚିନ୍ତା କରେ ନାହିଁ’ ବୋଲି ଉପହାସ କରିଥିଲେ। ରିନି ନେତା କିମ୍ବା ତାଙ୍କ ଦଳର ନାମ ପ୍ରକାଶ କରି ନାହାଁନ୍ତି।

ରିନି କହିଛନ୍ତି, ସେ ଏହି ଘଟଣା ସମ୍ପର୍କରେ ଦଳୀୟ ନେତୃବୃନ୍ଦଙ୍କୁ ଅବଗତ କରାଇଥିଲେ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଏହି ନେତାଙ୍କ ଦ୍ବାରା ଅନେକ ରାଜନେତାଙ୍କ ପତ୍ନୀ ଓ ଝିଅମାନେ ମଧ୍ୟ ସମାନ ଉତ୍ପୀଡ଼ନର ଶିକାର ହୋଇଛନ୍ତି। ସେ ପ୍ରଶ୍ନ ଉଠାଇଛନ୍ତି, “ନିଜ ପରିବାରର ମହିଳାଙ୍କୁ ସୁରକ୍ଷା ଦେଇ ନ ପାରୁଥିବା ରାଜନେତାମାନେ କେଉଁ ମହିଳାଙ୍କୁ ସୁରକ୍ଷା ଦେବେ?”

ସୋସିଆଲ ମିଡିଆରେ ଅନେକ ମହିଳାଙ୍କ ସମାନ ଅଭିଜ୍ଞତା ଦେଖି ରିନି ଏହି ବିଷୟକୁ ସାଧାରଣରେ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, “ଅନେକ ମହିଳା ଏହା ବିଷୟରେ ମୁହଁ ଖୋଲୁ ନାହାଁନ୍ତି, ତେଣୁ ମୁଁ ସେମାନଙ୍କ ପାଇଁ କହୁଛି।”

ଯଦିଓ ରିନି ନେତାଙ୍କ ନାମ ପ୍ରକାଶ କରି ନାହାଁନ୍ତି, ଭାଜପା କଂଗ୍ରେସ ବିଧାୟକ ତଥା ଯୁବ କଂଗ୍ରେସ ରାଜ୍ୟ ସଭାପତି ରାହୁଲ ମାମକୁଟାଥିଲଙ୍କ ବିରୋଧରେ ପାଲାକ୍କଡ଼ରେ ବିକ୍ଷୋଭ ପ୍ରଦର୍ଶନ କରି ତାଙ୍କ ଇସ୍ତଫା ଦାବି କରିଛି। ଏହା ପରେ ଲେଖିକା ହନି ଭାସ୍କରନ ମଧ୍ୟ ରାହୁଲଙ୍କ ବିରୋଧରେ ସୋସିଆଲ ମିଡିଆରେ ଅଶାଳୀନ ବାର୍ତ୍ତା ପଠାଇଥିବା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ରାହୁଲ ତାଙ୍କୁ ବାରମ୍ବାର ବାର୍ତ୍ତା ପଠାଇଥିଲେ ଏବଂ ପରେ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ତାଙ୍କ ବିଷୟରେ ମିଥ୍ୟା କଥା ପ୍ରଚାର କରିଥିଲେ।

ବିରୋଧୀ ଦଳ ନେତା ଭି.ଡି. ସତୀଶନ ଏହି ଅଭିଯୋଗ ସମ୍ପର୍କରେ କହିଛନ୍ତି ଯେ, ଦଳକୁ ନିକଟରେ ଏକ ଅଭିଯୋଗ ମିଳିଛି ଏବଂ ଅଭିଯୁକ୍ତ ଯିଏ ହେଉ ନା କାହିଁକି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri