Categories: ଫୁରସତ

୪ କି.ଗ୍ରା.ର ନିମନ୍ତ୍ରଣ ପତ୍ର

ବାହାଘରେ ନିମନ୍ତ୍ରଣ ପତ୍ର ସମସ୍ତେ ଛପାନ୍ତି। ନିଜ ପସନ୍ଦ ଓ ସକ୍ଷମ ମୁତାବକ ଭିନ୍ନ ଭିନ୍ନ ପ୍ରକାରର କାର୍ଡ ଛପାଯାଏ। ହେଲେ କେବେ ୪ କି.ଗ୍ରା. ଓଜନର ନିମନ୍ତ୍ରଣ ପତ୍ର ସମ୍ପର୍କରେ ଶୁଣିଛନ୍ତି? ଗୁଜରାଟର ବ୍ୟବସାୟୀ ମୁଲେଶ ଭାଇ ନିଜ ପୁଅ ବିବାହରେ ୪ କି.ଗ୍ରା. ନିମନ୍ତ୍ରଣ ପତ୍ର ଛପାଇ ଚର୍ଚ୍ଚାକୁ ଆସିଛନ୍ତି। ଏହି କାର୍ଡ ଦେଖିବାକୁ ବହୁତ ସୁନ୍ଦର। ହାଲ୍କା ଗୋଲାପୀ ରଙ୍ଗର ଏହି ନିମନ୍ତ୍ରଣ ପତ୍ର ଦେଖିବାକୁ ଏକ ବକ୍ସ ପରି। ଏହାକୁ ଖୋଲିଲେ ଭିତରେ ରେଶମୀ କପଡ଼ାରେ ଚାରୋଟି ଛୋଟ ଛୋଟ ବାକ୍ସ ଦେଖିବାକୁ ମିଳିବ। ସେହି ଛୋଟ ବାକ୍ସରେ ଡ୍ରାଏ ଫ୍ରୁଟ୍‌ ଯେମିତି କି କାଜୁ, କିସ୍‌ମିସ୍‌, ବାଦାମ ଓ ଚକୋଲେଟ୍‌ ରଖାଯାଇଥାଏ। ଏହା ତଳେ ୭ ପୃଷ୍ଠା ସମ୍ବଳିତ ତିନି ଦିନର ବିବାହ କାର୍ଯ୍ୟକ୍ରମ ଥିବା ସୂଚୀ ରହିଛି। ଉକ୍ତ ନିମନ୍ତ୍ରଣ ପତ୍ରର ଠିକ୍‌ ଓଜନ ୪ କି.ଗ୍ରା. ୨୮୦ ଗ୍ରାମ୍‌ ଅଟେ। କାର୍ଡର ମୂଲ୍ୟ ୭ ହଜାର ଟଙ୍କା। ଆଉ ବିବାହ ରାଜସ୍ଥାନର ଯୋଧପୁରରେ ହେଉଛି। ମୁଲେଶ ଭାଇଙ୍କର ଭଗବାନ ଶ୍ରୀ କୃଷ୍ଣଙ୍କ ଉପରେ ବହୁତ ଆସ୍ଥା ରହିଛି। ତେଣୁ କାର୍ଡରେ ଶ୍ରୀକୃଷ୍ଣଙ୍କର ଛବି ଦେଖିବାକୁ ମିଳେ।

Share