ନୂଆଦିଲ୍ଲୀ,୨୪।୧: ଗତ କିଛି ସପ୍ତାହ ହେବ ଘରୋଇ ପୁଞ୍ଜିବଜାରର କାରବାର ନିବେଶକଙ୍କୁ ନିରାଶ କରୁଛି। ଫଳରେ ନିବେଶକ ଲକ୍ଷାଧିକ ଟଙ୍କାର କ୍ଷତି ସହୁଛନ୍ତି। ଏପରିକି ଚଳିତ ସପ୍ତାହର ପ୍ରଥମ ଦିନର ବଜାର କାରବାରରେ ଏକ ବଡ ଧରଣର ହ୍ରାସ ଘଟିଛି। ଫଳରେ ନିବେଶକ ଦିନକ ମଧ୍ୟରେ ପ୍ରାୟ ୮.୫ ଲକ୍ଷ କୋଟିର ନିବେଶ ହରାଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହର ଶେଷ କାର୍ଯ୍ୟ ଦିବସ ସୁଦ୍ଧା ପୁଞ୍ଜିବଜାରରେ ସଞ୍ଚୟ ପୁଞ୍ଜି ରାଶିରୁ ୮,୫୦, ୮୨୦.୮୧ ଲକ୍ଷ କୋଟି ହ୍ରାସ ହୋଇ ୩,୬୫,୯୭,୯୧୫.୯୭ ଲକ୍ଷ କୋଟିରେ ରହିଛି। ସେହିଭଳି ମଙ୍ଗଳବାର ଶେୟାର ବଜାର କାରବାରରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୧୦୫୩ .୧୦ ପଏଣ୍ଟ ବା ୧.୪୭% ହ୍ରାସ ଘଟିଥିଲାବେଳେ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ନିଫି୍ଟ-୫୦ରେ ୩୩୩.୦୦ ପଏଣ୍ଟ ବା ୧.୫୪% ଖସିଛି।
ଅପରପକ୍ଷରେ ନିଫ୍ଟ ମିଡ୍କ୍ୟାପ୍ ୧୪୯୩.୨୦ ପଏଣ୍ଟ ହ୍ରାସ ଘଟି ୪୬,୫୬୯.୬୦ ଅଙ୍କରେ ରହିଥିଲାବେଳେ ନିଫ୍ଟି ସ୍ମଲକ୍ୟାପ ୨୧୫.୨୫ ପଏଣ୍ଟ ଖସି ୭୦୩୪.୧୦ ଅଙ୍କରେ ରହିଛି।
ଏପରିକି ନିଫ୍ଟି ବ୍ୟାଙ୍କ ୧୦୪୩.୧୫ ପଏଣ୍ଟ ହ୍ରାସ ହୋଇ ୪୫,୦୧୫.୦୫ ଅଙ୍କରେ ପହଞ୍ଚତ୍ଛି। ସେହିପରି କ୍ରମାଗତ ଭାବେ ଏଚ୍ଡିଏଫ୍ସି ବ୍ୟାଙ୍କର ନିବେଶ ହ୍ରାସ ସହ ରିଲାଏନ୍ସ ଇଣ୍ଡଷ୍ଟ୍ରି ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ) ଭଳି ନିବେଶକ ସଂସ୍ଥାର ନିବେଶ ବଡ ଧରଣରେ ହ୍ରାସ ଘଟିବାରୁ ବଜାରରେ ଏକ ପ୍ରକାର ମାନ୍ଦାବସ୍ଥା ସୃଷ୍ଟି ହୋଇଥିଲାବେଳେ ବିଏସ୍ଇ ଓ ଏନ୍ଏସ୍ଇ ପଞ୍ଜୀକୃତ ନିବେଶକ କମ୍ପାନୀଗୁଡିକର ବଡ ଧରଣ ହ୍ରାସ ହୋଇଥିବାବେଳେ ଇଣ୍ଡସ୍ଇଣ୍ଡ ବ୍ୟାଙ୍କ, ଏସ୍ବିଆଇ, ଏଚ୍ୟୁଏଲ୍, ଏଚ୍ଡିଏଫ୍ସି ଏବଂ ବଜାଜ ଫାଇନାନ୍ସ ଭଳି ନିବେଶକ ବଡ ଧରଣର କ୍ଷତି ସହିଛନ୍ତି।
ହେଉଥିଲେ ଚାଲାଣ: ଟ୍ରେନ୍ରୁ ୧୬୩ ନାବାଳକ ଉଦ୍ଧାର
ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍ନି ଜିଲାରେ ଏକ ଏକ୍ସପ୍ରେସ୍ ଟ୍ରେନ୍ରୁ ରେଲ୍ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…
ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ
ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…
କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା
ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…
ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ
ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…
ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ
ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…
ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ
ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…
ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ
ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…
ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର
ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…
Archives

