Categories: ବାଣିଜ୍ୟ

ବଜାର ଅଭିବୃଦ୍ଧିରେ ସାମିଲ ହେଉଛନ୍ତି ନିବେଶକ

ନୂଆଦିଲ୍ଲୀ,୩୦।୧: ଦେଶର ପ୍ରମୁଖ ମ୍ୟୁଚୁଆଲ ଫଣ୍ଡ ସଂସ୍ଥା ‘ଡିଏସ୍‌ପି ଇନ୍‌ଭେଷ୍ଟମେଣ୍ଟ ମ୍ୟାନେଜର୍ସ’ ବର୍ତ୍ତମାନର ବଜାର ବ୍ୟବସ୍ଥା ଓ ନିବେଶ ଉପରେ ଦୁଇଟି ମୁଖ୍ୟ ସଙ୍କଟକାରକ ଯଥା ସୁଧ ଏବଂ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରୁଛି। ଏପରିକି ବର୍ତ୍ତମାନର ସମ୍ଭାବ୍ୟ ସ୍ବଳ୍ପକାଳୀନ ଆହ୍ବାନ ସତ୍ତ୍ୱେ ଭାରତର କାହାଣୀ ଏକ ବାସ୍ତବତାରେ ପରିଣତ ହୋଇଛି ବୋଲି ଡିଏସ୍‌ପି ପକ୍ଷରୁ ଆକଳନ କରାଯାଇଛି।

ସେହିଭଳି କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ଅଭିବୃଦ୍ଧି ଉପରେ ମୁଦ୍ରାସ୍ଫୀତିକୁ ପ୍ରାଥମିକତା ଦେଉଥିବାବେଳେ ମୁଦ୍ରାସ୍ଫୀତି ଚାପ ହ୍ରାସ ହୋଇପାରେ ବୋଲି ସଙ୍କେତ ମଧ୍ୟ ମିଳିଛି, ହେଲେ ବଜାର ଯଥେଷ୍ଟ ଅଭିବୃଦ୍ଧିର ମନ୍ଥରତା ସମ୍ଭାବନାକୁ ବିଚାର କରୁନାହିଁ। ଏପରିକି ଏହା ନିକଟ ଭବିଷ୍ୟତରେ ଆହୁରି ନିମ୍ନଗାମୀ ସଂଶୋଧନ ଆଡ଼କୁ ନେଇପାରେ ବୋଲି ଆଶଙ୍କା କରାଯାଉଛି। ଏ ସମ୍ପର୍କରେ ଡିଏସପି ଇନଭେଷ୍ଟମେଣ୍ଟ ମ୍ୟାନେଜର୍ସ ପ୍ରାଇଭେଟ ଲିମିଟେଡର ମୁଖ୍ୟ ବିନୀତ ସାମ୍ବ୍ରେ କହିଛନ୍ତି, ଭାରତୀୟ ନିବେଶକମାନେ ଭାରତୀୟ ଅର୍ଥନୀତି ଏବଂ ବଜାରର ଅଭିବୃଦ୍ଧିରେ ଭାଗ ନେବାକୁ ପସନ୍ଦ କରୁଥିବା ଦେଖିବା ଉତ୍ସାହଜନକ ଅଟେ।

ବିଶେଷ କରି ଏହି ନିବେଶକମାନଙ୍କୁ ଆମର ସରଳ ଏବଂ ସୁସଙ୍ଗତ ସୁପାରିସ ଯେ ଏକ ସନ୍ତୁଳିତ ଆଭିମୁଖ୍ୟ ଅବଲମ୍ବନ କରନ୍ତୁ। ଏପରିକି ଅସମ୍ଭବକୁ ସମ୍ଭବ କରି ଦେଖାଇବାର ଚେଷ୍ଟା’ ଏବଂ ‘ପ୍ରିନ୍ସିପାଲ ଫାଷ୍ଟ’ ଉପରେ ଯେପରି ଆମେ ପୂର୍ବ ବାର୍ଷିକ ଟିପ୍ପଣୀରେ ଜୋର ଦେଇଛୁ, ମୂଲ୍ୟାଙ୍କନ ଅଧିକ ହୋଇଥିବାବେଳେ ଇକ୍ୱିଟି ସମ୍ପତ୍ତି ବର୍ଗରୁ ବାହାରି ଯିବା ବିବେକସମ୍ମତ ନୁହେଁ।

 

Share