ଚାକିରି ପାଇଁ ନିବେଶ

ସଭ୍ୟ ସମାଜରେ ପୋଲିସ ଆପରାଧିକ ନ୍ୟାୟ ବ୍ୟବସ୍ଥାର ମେରୁଦଣ୍ଡ ବୋଲି କୁହାଯାଇଥାଏ। ପ୍ରାରମ୍ଭିକ ପର୍ଯ୍ୟାୟରେ ଆଇନଶୃଙ୍ଖଳା ବଜାୟ ରଖିବା, ଅପରାଧ ଠାବ କରି ତାହାକୁ ଦୂର କରିବା ଏବଂ ଜନସାଧାରଣଙ୍କ ଜୀବନ ଓ ଧନର ସୁରକ୍ଷା କରିବା ହେଉଛି ପୋଲିସର ଦାୟିତ୍ୱ। ହେଲେ ଆଜି ଓଡ଼ିଶା ସମେତ ସବୁ ରାଜ୍ୟର ପୋଲିସ ଯେମିତି ବଡ଼ବଡ଼ିଆଙ୍କ ଜଗୁଆଳି ସାଜିଛନ୍ତି। ସେମାନେ ଭିଆଇପିଙ୍କ ସୁରକ୍ଷାରେ ରହୁଥିବା ଅଧିକାଂଶ ବେଳେ ଦେଖିବାକୁ ମିଳୁଛି। ଅପରାଧକୁ ନିୟନ୍ତ୍ରଣ କରିବା ଅପେକ୍ଷା ‘ଭିଆଇପି ମୁଭ୍‌ମେଣ୍ଟ’ ପାଇଁ ଟ୍ରାଫିକ୍‌ ଜଗିବାକୁ ବଡ଼ କାମ ବୋଲି ପୋଲିସ ଧରି ନେଉଛି। ପୋଲିସ ଷ୍ଟେଶନରେ ଥାନା ବଡ଼ ବାବୁ କାହାନ୍ତି ପ୍ରଶ୍ନ କଲେ, ଉତ୍ତର ମିଳିବ ସାର୍‌ ମନ୍ତ୍ରୀଙ୍କ ସୁରକ୍ଷାରେ ବ୍ୟସ୍ତ। ଲାଗିଲାଣି ଯେମିତି ପୋଲିସ ବଡିଗାର୍ଡ ୟୁନିଟ୍‌ ହୋଇଯାଇଛି। ଅପରାଧ ତା’ ବାଟରେ ଦୌଡ଼ୁଛି। ସମସ୍ୟା ଅଣାୟତ୍ତ ହୋଇଗଲାଣି ବୋଲି କଟକ ଭଳି ଘଟଣା ପ୍ରମାଣ କରିଦେଉଛି। ସହର ଡିସିପି ଓ ତାଙ୍କ ସହ ୨୫ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହେବା ଖବର ସ୍ଥାନୀୟ ଗୁଣ୍ଡା ଓ ଅସାମାଜିକ ବ୍ୟକ୍ତିଙ୍କ ମନୋବଳ ବଢ଼ାଇବା ସୁନିଶ୍ଚିତ। ଯେତେବେଳେ ପୋଲିସ ନିଜକୁ ସୁରକ୍ଷା ଦେବାରେ ଅକ୍ଷମ ହୋଇପଡ଼େ ସେତେବେଳେ ସଭ୍ୟ ସମାଜରେ ମୂଳଦୁଆ ଭୁଶୁଡ଼ି ପଡ଼ିଲା ଭଳି ହୃଦ୍‌ବୋଧ ହେବା ସ୍ବାଭାବିକ।
ଏଥିସହିତ ଅନ୍ୟ ଏକ ଦିଗକୁ ବି ଦେଖାଯାଉ। ବିଗତ କିଛି ବର୍ଷ ହେଲା ବାରମ୍ବାର ପ୍ରବେଶିକା ଓ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ହେବା କିମ୍ବା ଅଶାୟୀଙ୍କୁ ଗଳାବାଟ ଦେଇ ଯୋଗ୍ୟ କରାଇବା ଭଳି ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏଭଳି କାର୍ଯ୍ୟକଳାପକୁ ପୋଲିସ ଠିକ୍‌ ଭାବେ ତଦନ୍ତ କରି ନିୟନ୍ତ୍ରଣ କରିପାରୁନାହିଁ। ଓଡ଼ିଶା ନ୍ୟାୟିକ ସେବା (ଓଜେଏସ୍‌), ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି), ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ଓ ଅମିନ ପରୀକ୍ଷାକୁ ବାତିଲ କରାଯିବା ଏସବୁର ଦୃଷ୍ଟାନ୍ତ। ନିକଟରେ ଓଡ଼ିଶା ପୋଲିସର ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଜାଲିଆତି ରାଜ୍ୟବ୍ୟାପୀ ଚହଳ ପକାଇବା ତା’ର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ଦ୍ୱାରା ହେବାକୁ ଥିବା ଏହି ପରୀକ୍ଷାକୁ ଶେଷରେ ବାତିଲ କରିବାକୁ ପଡ଼ିଛି । ଘଟଣାକୁ ଦେଖିଲେ ଏହି ପରୀକ୍ଷାର ପରିଚାଳନା ଦାୟିତ୍ୱ ନେଇଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଇଟିଆଇ ଲିମିଟେଡ୍‌ ତାହାକୁ ସିଲିକନ ଟେକଲାବ୍‌ ପ୍ରାଇଭେଟ ଲିମିଟେଡ୍‌କୁ ଦେଇଥିଲା। ସିଲିକନ୍‌ ପୁଣି ପଞ୍ଚ୍‌ସଫ୍ଟ ଟେକ୍‌ନୋଲୋଜିସ୍‌ ପ୍ରାଇଭେଟ ଲିମିଟେଡ୍‌କୁ କାମ ଦେଇଥିଲା। ଅର୍ଥାତ୍‌ ୩ ସେଣାରେ ପରୀକ୍ଷା କରାଇବା ଦ୍ୱାରା ପ୍ରତ୍ୟେକ ସଂସ୍ଥା ନିଜ ଲାଭ ରଖି ପରବର୍ତ୍ତୀ ସଂସ୍ଥାକୁ କାମ ହସ୍ତାନ୍ତର କରିଛି। ଏଥିରୁ ବୁଝିବାକୁ ହେବ ଯେ କରଦାତାଙ୍କ ଅର୍ଥକୁ କେତେ ପରିମାଣରେ ନଷ୍ଟ କରାଯାଉଛି। ଏହାବ୍ୟତୀତ ଏହିସବୁ ପରୀକ୍ଷାରେ କେଉଁଠାରୁ ବଦ୍‌ମାସି ଆରମ୍ଭ ହେଲା ତାହା ଲୁଚିଯିବା ସହଜ ହୋଇଥାଏ ଯେତେବେଳେ ବିଭିନ୍ନ ପରସ୍ତରେ କାମ କରାଯାଇଥାଏ। ଦେଖିବାକୁ ଗଲେ ସେହିସବୁ ସଂସ୍ଥା ଲିଖିତ ପରୀକ୍ଷା କରିବା ପରେ ଶାରୀରିକ ଓ ମୌଖିକ ପରୀକ୍ଷା ଓପିଆର୍‌ବି କରିଥାଆନ୍ତା। ତେବେ ଘରୋଇ ସଂସ୍ଥା ପଞ୍ଚ୍‌ସଫ୍ଟର ମାଲିକ ଶଙ୍କର ପୃଷ୍ଟିଙ୍କ ଯୋଜନା ଅନୁଯାୟୀ ପରୀକ୍ଷା ପୂର୍ବରୁ ୧୧୪ ଜଣ ଆଶାୟୀଙ୍କୁ ହାଇଦ୍ରାବାଦ ଅଭିମୁଖେ ନିଆଯାଉଥିଲା। ଏ ବିଷୟ ଜଣାପଡ଼ିବା ପରେ ପୋଲିସ ସେମାନଙ୍କୁ ଗିରଫ କରି ଏସ୍‌ଆଇ ପରୀକ୍ଷାକୁ ବାତିଲ କରାଯାଇଛି। ଏଥିରେ ଜଣେ ପୂର୍ବତନ ଜେଲ୍‌ ଡିଆଇଜିଙ୍କ ପିଲା ରହିଥିବା ଖବର ପଦାକୁ ଆସିଛି। ଖୋଳତାଡ଼ ହେବା ପରେ ହୁଏତ ଅନ୍ୟ କେତେକଙ୍କ ନାମ ପଦାକୁ ଆସିପାରେ। ଜଣାପଡ଼ିଛି ଯେ, ଗୋଟେ ପଦବୀ ପାଇବା ପାଇଁ ଆଶାୟୀମାନେ ୨୫ ଲକ୍ଷ ଟଙ୍କା ଦେବା ଲାଗି ପ୍ରସ୍ତୁତ ହୋଇଥିଲେ। ପରୀକ୍ଷା ପୂର୍ବରୁ ୧୦ ଲକ୍ଷ ଦିଆଯାଇଥିଲା, ଚାକିରି ପାଇଥିଲେ ୧୫ ଲକ୍ଷ ଦେଇଥାଆନ୍ତେ ବୋଲି କଥା ସରିଥିଲା। ଇତିମଧ୍ୟରେ ଏହି ଜାଲିଆତିର ତଦନ୍ତ ଦାୟିତ୍ୱ କ୍ରାଇମ୍‌ବ୍ରାଞ୍ଚ ନେଇଥିବା କେବଳ ଧର୍ମକୁ ଆଖିଠାର ଭଳି।
ବାସ୍ତବରେ ଯେଉଁ ପ୍ରାର୍ଥୀମାନେ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ କରି ପୋଲିସ ଚାକିରିରେ ଭର୍ତ୍ତି ହେବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ କେତେ ଦୃଷ୍ଟି ପଡ଼ିବ ତାହା ଚିନ୍ତାର ବିଷୟ। ଏଥିସହିତ ନିରୀହଙ୍କୁ ନ୍ୟାୟ ଯୋଗାଇବା ପାଇଁ ଏହିଭଳି ପୋଲିସ ଅଫିସରଙ୍କର ଦାୟିତ୍ୱ ପଡ଼ିଲେ ସେମାନେ କେତେ ନିଷ୍ଠାରେ କାମ କରିବେ ତାହା ସମୟ କହୁଛି। ହୁଏତ ସେଥିପାଇଁ ଆଜି ମଧ୍ୟ ଭଦ୍ର ନାଗରିକମାନେ ଥାନାକୁ ଯିବାକୁ ଭୟ କରୁଛନ୍ତି। ଏହି ମାନସିକତା ଅନ୍ୟ ଗଣତାନ୍ତ୍ରିକ ଦେଶଗୁଡ଼ିକରେ ଦେଖିବାକୁ ମିଳେନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରକେ ସାଧାରଣ ଲୋକ ଶାନ୍ତିରେ ପ୍ରଶ୍ୱାସ ନେଇପାରନ୍ତି। କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଭାରତରେ ସେହିଭଳି ପରିସ୍ଥିତି ଦେଖିବାକୁ ମିଳେ ନାହିଁ। ପୂର୍ବରୁ ଚିନ୍ତା କରାଯାଉଥିଲା ମହିଳାମାନଙ୍କୁ ଆୟତ୍ତ କରିବା ପାଇଁ ମହିଳା ପୋଲିସ ମୁତୟନ ହେବା ଉଚିତ। ପରବର୍ତ୍ତୀ ସମୟରେ ଏବଂ ବିଶେଷକରି ସୋସିଆଲ ମିଡିଆରେ ପୋଲିସର ଅସଦ୍‌ ବ୍ୟବହାର ଦେଶବାସୀ ଦେଖିବାକୁ ପାଉଛନ୍ତି। ଏଥିରୁ ବୁଝିବାକୁ ହେବ ଯେ ମହିଳା ହୁଅନ୍ତୁ ବା ପୁରୁଷ, ପୋଲିସ ବଳର କ୍ଷମତାକୁ ଅପବ୍ୟବହାର କରିବା ପାଇଁ ସବୁ କର୍ମଚାରୀ ନ ହେଲେ ମଧ୍ୟ ଅଧିକାଂଶ ପ୍ରବଳ ମାତ୍ରାରେ ଇଚ୍ଛୁକ ରହୁଛନ୍ତି। ସେଥିପାଇଁ ୨୫ ଲକ୍ଷ ବିନିଯୋଗ କରି ଚାକିରି ପାଇବା ପରେ ସେହି ପୋଲିସ କର୍ମଚାରୀର ଲୋଭ ଅସରନ୍ତି ହୋଇଯାଉଛି। ଏହା ଏକ ସାମାଜିକ ରୋଗ, ଯାହାର ନିରାକରଣ ରାତାରାତି ହୋଇପାରିବ ନାହିଁ। କାରଣ ଉଚ୍ଚପଦସ୍ଥ ଅଫିସର ମଧ୍ୟ କୌଣସି ଭାବେ ଜନତା ସପକ୍ଷବାଦୀ ଚରିତ୍ର ପ୍ରଦର୍ଶନ କରିବାକୁ ଚେଷ୍ଟା କରୁନାହାନ୍ତି। ସେଥିପାଇଁକି ସକାରାତ୍ମକ ଅନୁକରଣ କରିବା ସୁଯୋଗ ଉପୁଜୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?