ପ୍ରିଣ୍ଟିଂ କାର୍ଯ୍ୟରେ ଠିକା ସଂସ୍ଥାକୁ ଅନୁକମ୍ପା ଅଭିଯୋଗ ଘଟଣା: ପହଞ୍ଚିଲାନି ତଦନ୍ତ ରିପୋର୍ଟ

ଅନୁଗୋଳ ଅଫିସ,୨୩ା୧୨: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର କେତେଜଣ ଅଧିକାରୀ ଟିକେଟ୍‌, ଫର୍ମ, ବ୍ୟାନର ଆଦି ପ୍ରିଣ୍ଟିଂ କାର୍ଯ୍ୟ ପ୍ରଦାନରେ ଏକ ଠିକା ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହୋଇଥିଲା। ଏ ନେଇ ଗତ ୧୩ ତାରିଖରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲାପାଳଙ୍କ ପକ୍ଷରୁ ଜିଲା ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ୯ ଦିନ ବିତିଯାଇଥିଲେ ମଧ୍ୟ ଏଯାଏ ତଦନ୍ତ ରିପୋର୍ଟ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ନ ଥିବା ସୂଚନା ମିଳିଛି।
ପ୍ରକାଶ ଯେ, ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବହାର ହେଉଥିବା ଟିକେଟ୍‌, ଫର୍ମ, ବ୍ୟାନର, ହୋର୍ଡିଂ, ଫ୍ଲେକ୍ସ ଆଦି ପ୍ରିଣ୍ଟିଂ କାର୍ଯ୍ୟ ନିମନ୍ତେ ୨୦୨୦ ସେପ୍ଟେମ୍ବରରେ ଶେଷ ଥର ପାଇଁ ଟେଣ୍ଡର ହୋଇଥିଲା। ଏହାର ବୈଧତା ୨୦୨୧ ଯାଏ ଥିଲା। କିନ୍ତୁ କରୋନା ସମୟ ଥିବାରୁ ଜିଲା ପ୍ରଶାସନଠାରୁ ଅନୁମତି ନିଆଯାଇ ଉକ୍ତ ଅବଧିକୁ ୪ରୁ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ହେଲେ ଉକ୍ତ ସମୟ ଶେଷ ହୋଇଯାଇଥିଲେ ମଧ୍ୟ ନୂତନ ଟେଣ୍ଡର କରାଯାଇ ନାହିଁ। ତଥାପି ଏକ ନିର୍ଦ୍ଦିଷ୍ଟ ଠିକା ସଂସ୍ଥାକୁ ପ୍ରିଣ୍ଟିଂ କାର୍ଯ୍ୟ ଦିଆଯାଉଥିବା ସମ୍ପର୍କରେ ଅଭିଯୋଗ ହୋଇଥିଲା। ଏ ନେଇ ଖବର ପ୍ରକାଶ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ନୂତନ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଥିଲା। କିନ୍ତୁ ଉକ୍ତ ଟେଣ୍ଡର ଯେପରି ଉକ୍ତ ଠିକାସଂସ୍ଥାକୁ ସୁହାଇବ, ସେହିଭଳି କାର୍ଯ୍ୟ ପୁଣି ଆରମ୍ଭ କରାଯାଇଥିବା ନେଇ ଆଲୋଚନା ଜୋର୍‌ ଧରିଥିଲା। ଏପରିକି ଉକ୍ତ ଠିକା ସଂସ୍ଥା କର୍ତ୍ତୃପକ୍ଷକୁ ଫୋନ୍‌ ମାଧ୍ୟମରେ କେତେଜଣ ଅଧିକାରୀ ଡକାଇ ଟେଣ୍ଡର ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଥିବା ଚର୍ଚ୍ଚା ହୋଇଥିଲା। ତେବେ ଘଟଣା ସମ୍ପର୍କରେ ଠିକା ସଂସ୍ଥା କର୍ତ୍ତୃପକ୍ଷ କହିଛନ୍ତି, ବ୍ୟାନର କାର୍ଯ୍ୟ ଅନ୍ୟ ଜଣେ ଠିକାଦାର ପାଇଥିଲେ। କିନ୍ତୁ ସେ କାର୍ଯ୍ୟ ନ କରିବାରୁ ମେଡିକାଲ କର୍ତ୍ତୃପକ୍ଷ ତାହାକୁ ତାଙ୍କ ସଂସ୍ଥାକୁ ପ୍ରଦାନ କରିଥିଲେ। ଏ ନେଇ ସିଡିଏମ୍‌ଓ ଡାକ୍ତର ତ୍ରିଲୋଚନ ପ୍ରଧାନ କହିଛନ୍ତି, ଏଡିଏମ୍‌ଓ (ମେଡିକାଲ)ଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଃରେ ପାକିସ୍ତାନ! ନସୀମ ଶାହଙ୍କୁ ଏକ କଠୋର ଦଣ୍ଡ ଦେବାକୁ ପ୍ରସ୍ତୁତ ଦେଶ

ଇସଲାମାବାଦ,୨୯।୩: ପାକିସ୍ତାନରେ, କେବେବି କ’ଣ ଘଟିବ ତାହା କେହି ପୂର୍ବାନୁମାନ କରିପାରିବେ ନାହିଁ। ଦେଶଟି ଅଜବ ନିଷ୍ପତ୍ତି ନେବା ଏବଂ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବାରେ ଲିପ୍ତ ହେବା…

ଶ୍ରୀରାମନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା: ଗିରଫ ଦାବି କଲା ବିଜେଡି

ବଲାଙ୍ଗୀର,୨୯ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ…

ବର୍ଷଯାକ ଆଉ ରହିବନି ରିଚାର୍ଜ ଟେନଶନ! ଆସିଲା ସ୍ପେଶାଲ ପ୍ଲାନ, ସବୁ ଫ୍ରି…

ଆଜିର ଡିଜିଟାଲ୍ ଯୁଗରେ, ସ୍ମାର୍ଟଫୋନ୍ ଏକ ଆବଶ୍ୟକତା ପାଲଟିଛି, କିନ୍ତୁ ମାସିକ ରିଚାର୍ଜ ମଧ୍ୟ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି। ଅଧିକାଂଶ ସ୍ମାର୍ଟଫୋନ୍ ବ୍ୟବହାରକାରୀ ୨୮ଦିନର…

ଏଣ୍ଟ୍ରାନ୍ସ ଦେବାକୁ ଯାଇଥିଲେ ଛାତ୍ରୀ, ବଜ୍ରପାତରେ ଗଲା ଜୀବନ, ସହାୟତା ଦାବି କରି…

ଦିଗପହଣ୍ଡି,୨୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ମେଧାବୀ ଛାତ୍ରୀ ରେଶ୍ମା ଭୋଳ (୨୧) ଶୁକ୍ରବାର ଅପରାହ୍ନରେ ବ୍ରଜପାତରେ ମୃତ୍ୟୁବରଣ…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏପ୍ରିଲରୁ ବଦଳିଯିବ ଡିଜିଟାଲ ପେମେଣ୍ଟ ନିୟମ, କଣ ସବୁ ବଦଳିବ ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୩: ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଏପ୍ରିଲ ମାସ। ଆସନ୍ତାମାସ ୧ ତାରିଖରୁ, ଡିଜିଟାଲ କାରବାରର ପଦ୍ଧତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ।…

ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri