ନଦୀପଠାରୁ ଗଛକଟା ଘଟଣାର ତଦନ୍ତ

ପାଣିକୋଇଲି,୧୧ା୧୨(ଡି.ଏନ.ଏ.): ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଞ୍ଚାୟତର ବରପଦା ମୌଜାରୁ ରାତିଅଧିଆ ଶତାଧିକ ଗଛ କଟାଯିବା ନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି। ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝି ଓ ଥାନାଧିକାରୀ ଚିନ୍ମୟୀ ବେହେରା ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ଗଛ କଟା ଓ ନିର୍ମାଣାଧୀନ ରାସ୍ତା କାର୍ଯ୍ୟର ତଦନ୍ତ କରିଥିଲେ। ଗଛ ଲଗାଯାଇଥିବା ପ୍ଲଟର ସତତ୍ୟା ଉପରେ ମାପ କରାଯାଇ ଯାଞ୍ଚ କରାଯାଇଥିଲା। ଘଟଣାସ୍ଥଳରେ ଅଭିଯୋଗକାରୀ ଗୋଷ୍ଠୀ ଓ ରାସ୍ତା ନିର୍ମାଣକାରୀ ଗୋଷ୍ଠୀର ଶତାଧିକ ଲୋକ ରୁଣ୍ଡ ହୋଇଥିଲେ।
ଆଇନ ଶୃଙ୍ଖଳା ପରିସ୍ଥିତ ସୃଷ୍ଟି ହେବାକୁ ଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ତେବେ ତଦନ୍ତ ପରେ ପୋଲିସ ଓ ରାଜସ୍ବ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଫେରିଆସିଥିଲେ, ଯାହାକୁ ନେଇ ସାଧାରଣରେ ଉତ୍ତେଜନା ଓ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଗଛ କଟା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନ ନେଇ ବିଳମ୍ବତା ତଦନ୍ତକୁ ଅନେକ ଗ୍ରହଣ କରିପାରି ନ ଥିଲେ। ଏନେଇ ତହସିଲଦାର ଓ ପୋଲିସକୁ ଘଟଣା ସର୍ମ୍ପକରେ ପଚାରିବାରୁ ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି। ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ବାଲି ଖାଦାନକୁ ରାସ୍ତା ନିର୍ମାଣ ପାଇଁ ଫଳନ୍ତି ଗଛ ସହ ତାର ବାଡ଼ାକୁ ନଷ୍ଟ କରାଯାଇଥିବା ଲିଙ୍ଗେଶ୍ୱର ଉନ୍ନୟନ କମିଟି ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

‘ଇତିହାସ ହୋଇଯିବ କଂଗ୍ରେସ…ଯେମିତି ଔରଙ୍ଗଜେବ’, ମୋଦିଙ୍କୁ କବର ଦେବା ବୟାନକୁ ନେଇ ଭାଜପା କହିଲା…

ନୂଆଦିଲ୍ଲୀ,୧୫।୧୨: ରାଜଧାନୀ ଦିଲ୍ଲୀରେ ରବିବାର ‘ଭୋଟ ଚୋର, ଗଦ୍ଦି ଛିଡ଼’ ରାଲିରେ କଂଗ୍ରେସ ଭାଜପା ଉପରେ ଆକ୍ରମଣକୁ ତୀବ୍ର କରିଥିଲା, ଶାସକ ଦଳ ନେହେରୁ ପରିବାରକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri