ଛାତ୍ରୀଙ୍କୁ ଅସଦାଚରଣ ଘଟଣାର ତଦନ୍ତ

ବ୍ରହ୍ମପୁର ଅଫିସ,୧୯।୧୧: ବ୍ରହ୍ମପୁର ସହରର ବହୁ ପୁରାତନ ଏକ ସରକାରୀ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଭିଡିଓ ଭାଇରାଲ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ଶୁକ୍ରବାର ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡ଼.ଲକ୍ଷ୍ମୀକାନ୍ତ ତ୍ରିପାଠୀ ଉକ୍ତ ମହାବିଦ୍ୟାଳୟକୁ ଯାଇ ଘଟଣାର ତଦନ୍ତ ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷା, ଆଣ୍ଟି ରାଗିଂ ସେଲ, ଶୃଙ୍ଖଳା କମିଟି, ବିଦ୍ୟାର୍ଥୀଙ୍କ ସହ ପୃଥକ ଭାବେ କଥା ହୋଇତଥ୍ୟ ସଂଗ୍ରହ କରିଥିଲେ। ମହାବିଦ୍ୟାଳୟର ଅଭାବ ଥିବା ଅନୁସାଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ। ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ରାଗିଂ ଭଳି ମାନସିକତା ରଖୁଥିବା ଛାତ୍ରୀଛାତ୍ରଙ୍କୁ ଉଚିତ ଶିକ୍ଷା ବୋଲି ସେ କହିଥିଲେ। ଏଥିସହ ଆଗାମୀ ଦିନରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପ୍ରତି ଦୃଷ୍ଟିରେ ରଖି ମହାବିଦ୍ୟାଳୟରେ ଆଣ୍ଟିରାଗିଂ ସେଲ ଓ ଶୃଙ୍ଖଳା କମିଟିକୁ ନିର୍ଦ୍ଦେଶ ଦେଇଥିଲେ। କ୍ୟାମ୍ପସ ପରିସର ମୁଖ୍ୟ ସ୍ଥାନଗୁଡିକରେ ଓ ଛାତ୍ରୀଛାତ୍ରଙ୍କ ଭିଡ଼ ଜମୁଥିବା ସ୍ଥାନକୁ ସିସିଟିଭି ନଜର ରଖିବା ନିମନ୍ତେ କହିଥିଲେ। କ୍ଲାସ ସମୟରେ ଛାତ୍ରୀଛାତ୍ର ଶ୍ରେଣୀରେ ଉପସ୍ଥିତ ରହିବେ। କ୍ୟାମ୍ପସ ପରିସରରେ କେହି ଅଯଥା ଭିଡ଼ ଜମାଇବେନି। ଆଣ୍ଟି ରାଗିଂ ସେଲ, ଶୃଙ୍ଖଳା କମିଟି ଓ ମହାବିଦ୍ୟାଳୟର ଅଧ୍ୟକ୍ଷା, ଅଧ୍ୟାପିକା ଅଧ୍ୟାପକଙ୍କ ସମେତ ପ୍ରତ୍ୟେକ ଅଣ ଶିକ୍ଷକ କର୍ମଚାରୀ କ୍ୟାମ୍ପସ ପରିସରରେ ଛାତ୍ରୀଛାତ୍ରଙ୍କ ଆଚରଣ ଓ ବ୍ୟବହାର ଉପରେ ନଜର ରଖିବେ। ମହାବିଦ୍ୟାଳୟରେ ସୁରକ୍ଷା କର୍ମୀ ନିୟୋଜିତ କରିବାକୁ ମଧ୍ୟ ଅଞ୍ଚଳିକ ନିର୍ଦ୍ଦେଶକ କହଛନ୍ତି।
ଛାତ୍ରୀଙ୍କୁ ଅସଦାଚରଣ ଭିଡ଼ିଓ ଭାଇରାଲ ଘଟଣା ପରେ ବ୍ରହ୍ମପୁର ଏସ୍‌ପି ଡ଼.ସର୍ବଣା ବିବେକ ଏମଙ୍କ ନିର୍ଦ୍ଦେଶରେ ବଡ଼ବଜାର ଥାନା ପୋଲିସ ନିଜଆଡ଼ୁ ତଦନ୍ତ ଆରମ୍ଭ କରିଥିଲା। ଏଥିରେ ସମ୍ପୃକ୍ତ ଉକ୍ତ କଲେଜର ୫ ଛାତ୍ରଙ୍କୁ ପୋଲିସ ବୁଧବାର ଧରିଥିଲା। ସେଥିମଧ୍ୟରୁ ୩ ସାବାଳକ ଛାତ୍ରଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ନାବାଳକ ଛାତ୍ରଙ୍କୁ ପୋଲିସ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର କରିଥିଲା। ପରେ ନାବାଳକଦ୍ୱୟଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ଗୁରୁବାର ଅପରହ୍ନରେ ଏସପି, ବଡ଼ବଜାର ଥାନା ଅଧିକାରୀ ଓ ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କୁ ନେଇ ଘଟଣାର ଛାନ୍‌ଭିନ ହୋଇଥିଲା॥ ପରେ ଭାଇରାଲ ଭିଡ଼ିଓକୁ ଆଧାର କରି ଏଥିରେ ସମ୍ପୃକ୍ତ ଥିବା ୧୨ଜଣ ବିଦ୍ୟାର୍ଥୀଙ୍କୁ ମହାବିଦ୍ୟାଳୟରୁ ବିତାଡିତ କରାଯାଇଥିଲା। ସୂଚନାଯୋଗ୍ୟ, ମୁଖ୍ୟ ଅଭିଯୁକ୍ତ ଅଭିଷେକ ନାହାକ ଜଣେ ଯୁକ୍ତ୨ ବିଜ୍ଞାନ ଛାତ୍ରୀଙ୍କୁ ତାଙ୍କର ଅନ୍ୟ ସହଯୋଗୀଙ୍କ ସହିତ କଲେଜ ପରିସରରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଅଭିଷେକ ଏକ ପିଭିସି ପାଇପ୍‌ ଧରି ଛାତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଅନ୍ୟଜଣେ ଛାତ୍ର ଅସଦାଚରଣ କରୁଥିବା ଦୃଶ୍ୟର ଭିଡିଓ ରେକର୍ଡିଂ କରିବାକୁ କହୁଥିଲେ। ସେ ଛାତ୍ରୀଙ୍କ ହାତ ଓ ମୁଣ୍ଡକୁ ଜବରଦସ୍ତି ଟାଣି ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଦୃଶ୍ୟ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri