
ନୂଆଦିଲ୍ଲୀ,୧୯।୪: ଏଭଳି କିଛି ସ୍କିମ୍ ଅଛି ଯାହା ଆପଣଙ୍କୁ ଲକ୍ଷପତି କରାଇବାରେ ସହାୟକ କରିଥାଏ। ଯାହା ଆପଣଙ୍କ ନିବେଶ କରିବା ତରିକାକୁ ବଦଳାଇ ଦେଇପାରେ । ଏହି ପଲିସିରେ ମାତ୍ର ୨୦୦ ଟଙ୍କା ନିବେଶ କରି ୨୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଚ୍ୟୁରିଟି ଟଙ୍କା ପାଇ ପାରିବେ ।
LIC Scheme: କେନ୍ଦ୍ର ସରକାରଙ୍କ ଦ୍ୱାରା ସମର୍ଥିତ ଭାରତୀୟ ବୀମା ନିଗମର ନିବେଶ କରିବା ଦ୍ୱାରା ଅନେକ ପ୍ରକାର ବେନିଫିଟ ପାଇପାରିବେ । ଏହା ଏକ ମାର୍କେଟ ଅନ୍ଲିଙ୍କଡ ପଲିସି ଅଟେ । ଯାହାଦ୍ୱାରା ଆପଣଙ୍କୁ ପଲିସି ସୁରକ୍ଷା ସହ ମାଚ୍ୟୁରିଟି ଗାରେଣ୍ଟି ମିଳିଥାଏ । Lic Jeevan Pragati ପଲିସିଧାରକଙ୍କ ୫ ବର୍ଷ ପର୍ଯ୍ୟନ୍ତ ଜୀବନ ବୀମା କଭର ରହିଥାଏ । ପରିଣତ ବୟସ ପାଇଁ ନିବେଶ ବା ପେନ୍ସନ ସ୍କିମ ଚାହୁଁଥିଲେ ଏହି ପଲିସିକୁ ସର୍ବୋତ୍ତମ ବୋଲି କୁହାଯାଇଛି । ଯଦି ଆପଣ ପ୍ରତିଦିନ ୨୦୦ ଟଙ୍କା ସଞ୍ଚୟ କରିବା ସହ ଏହାକୁ ନିବେଶ କରନ୍ତି ତେବେ ମାସ ଶେଷରେ ୬୦୦୦ ଟଙ୍କା ସେଭିଂ କରିବେ । ଏହି କ୍ରମରେ ବାର୍ଷିକ ୭୨୦୦୦ ସଞ୍ଚୟ କରିପାରିବେ ।
ଏଭଳି ୨୦ ବର୍ଷ ଧରି ନିବେଶ କଲେ ଆପଣଙ୍କ ସଞ୍ଚୟ ୧୪୪୦୦୦କୁ ବୃଦ୍ଧି ପାଇବ । କିନ୍ତୁ ଆପଣଙ୍କ ବାସ୍ତବ ସଞ୍ଚୟ ସେହି ସମୟରେ ୨୮ ଲକ୍ଷ ଟଙ୍କା ରହିବ । ୩୦ ବର୍ଷ ବୟସରେ ଆପଣ ଏହି ପ୍ଲାନ ନେଲେ, ଆପଣ ପ୍ରତି ବର୍ଷ ଏକ ମୋଟା ଅଙ୍କର ସଞ୍ଚୟ କରିପାରିବେ । ଯାହାଫଳରେ ଆପଣ ଶୀଘ୍ର ରିଟାୟର୍ଡ ପ୍ଲାନ ମଧ୍ୟ ନେଇ ପାରିବେ ।
LIC Scheme: ୨୦ ବର୍ଷ ନିବେଶ କରିବା ପରେ ଆପଣଙ୍କୁ ପେନଶନ ଆକାରରେ ମାସିକ ୧୫ ହଜାର ଟଙ୍କାରୁ ଅଧିକ ଟଙ୍କା ମିଳି ପାରିବ । ମାର୍କେଟ ଅନ୍ଲିଙ୍କଡ ପଲିସି ହୋଇଥିବାରୁ ଏଥିରୁ ଏକ ସୁନିଶ୍ଚିତ ମାଚ୍ୟୁରିଟି ଟଙ୍କା ଆପଣଙ୍କୁ ମିଳିଥାଏ ।