୨୫୮ ବିଦ୍ୟାଳୟରେ ‘ଷ୍ଟେମ୍‌’ ଶିକ୍ଷାର ଶୁଭାରମ୍ଭ

ଭୁବନେଶ୍ୱର, ୯।୬(ବ୍ୟୁରୋ):ରାଜ୍ୟରେ ୩୦ ଜିଲାର ୨୫୮ଟି ବିଦ୍ୟାଳୟରେ ଆଇବିଏମ୍‌ ପକ୍ଷରୁ ‘ଷ୍ଟେମ୍‌’ (ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ) ଶିକ୍ଷା ଆରମ୍ଭ କରାଯାଇଛି। ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ଛାତ୍ରୀମାନେ ଡିଜିଟାଲ୍‌ ସାକ୍ଷରତା ଅର୍ଜନ କରିବା ସହିତ ଜୀବନକୌଶଳ ତଥା ଭବିଷ୍ୟତ ଲକ୍ଷ୍ୟ ନିର୍ଦ୍ଧାରଣ କରିପାରିବେ। ଏହି ବିଦ୍ୟାଳୟଗୁଡ଼ିକ ଏକବିଂଶ ଶତାବ୍ଦୀର ଉପଯୋଗୀ ଦକ୍ଷତା ପ୍ରଶିକ୍ଷଣ କ୍ଷେତ୍ରରେ ଅନ୍ୟ ବିଦ୍ୟାଳୟ ପାଇଁ ରୋଲ୍‌ ମଡେଲ୍‌ ହେବେ। ଏଥିପାଇଁ ‘ଆଇବିଏମ୍‌’ ଏବଂ ଏହାର ସହଯୋଗୀ ‘କ୍ବେଷ୍ଟ ଆଲିଆନ୍ସ’ ସମେତ ଅନ୍ୟମାନେ ମାଷ୍ଟର ଟ୍ରେନରମାନଙ୍କୁ ପ୍ରସ୍ତୁତ କରିବେ। ଫଳରେ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ସହ ଜାତୀୟ ଶିକ୍ଷାନୀତି ଅନୁସୃତ ରାଜ୍ୟ ପାଠ୍ୟକ୍ରମ ସହିତ ସମତୁଲ ଭାବେ ଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି ପାଇବ। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଓସେପାର ରାଜ୍ୟ ପ୍ରକଳ୍ପ ସଂଯୋଜକ ଭୂପେନ୍ଦ୍ର ସିଂ ପୁନିଆ, ଆଇବିଏମ୍‌ ଭାରତ ଓ ଦକ୍ଷିଣ ଏସିଆର ସିଏସ୍‌ଆର୍‌ ମୁଖ୍ୟ ମନୋଜ ବାଲଚନ୍ଦ୍ରନ୍‌ ପ୍ରମୁଖ ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକ୍ରମକୁ ଏକ ହଜାର ଉଚ୍ଚ ବିଦ୍ୟାଳୟକୁ ସମ୍ପ୍ରସାରଣ କରାଯିବା ଉପରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସାହୁ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ରାଜ୍ୟରେ ଶିକ୍ଷା ପ୍ରଦର୍ଶନ ଗ୍ରେଡିଂ ସୂଚକାଙ୍କରେ ଅଭିବୃଦ୍ଧି ଘଟିଥିବା ଦର୍ଶାଇ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ, ୨୦୧୮-୧୯ ଶିକ୍ଷାବର୍ଷରେ ଉପରୋକ୍ତ ସୂଚକାଙ୍କରେ ଓଡ଼ିଶାର ସ୍କୋର ୭୪୯ ଥିବାବେଳେ ୨୦୧୯-୨୦ ଶିକ୍ଷାବର୍ଷରେ ୮୩୮କୁ ବୃଦ୍ଧି ପାଇଛି ଓ ରାଜ୍ୟର ମାନ୍ୟତାକୁ ସମୃଦ୍ଧ କରିଛି। ଅନ୍ୟପକ୍ଷରେ ଆଇବିଏମ୍‌ ଷ୍ଟେମ୍‌ ଶୁଭାରମ୍ଭ କାର୍ଯ୍ୟକ୍ରମ ପରେ ୪ଦିନିଆ ତାଲିମ ଶିବିର ଆୟୋଜନ କରାଯାଇଛି। ଭର୍ଚୁଆଲ ମାଧ୍ୟମରେ ହେବାକୁ ଥିବା ଏହି ତାଲିମ ଶିବିରରେ ସମସ୍ତ ଜିଲାର ୫୧୬ ଜଣ ଶିକ୍ଷକ, ୨୫୮ ଜଣ ପ୍ରଧାନଶିକ୍ଷକ ଏବଂ ଜିଲା ଶିକ୍ଷା ଅଧିକାରୀମାନେ ଅଂଶଗ୍ରହଣ କରିବେ। ସେମାନଙ୍କୁ ଆବଶ୍ୟକୀୟ ଦକ୍ଷତା ଓ ଏକବିଂଶ ଶତାବ୍ଦୀର ଶିକ୍ଷଣ ପାରଦର୍ଶିତା ଉପରେ ତାଲିମ ଦିଆଯିବ। ଶିକ୍ଷକମାନେ ଭର୍ଚୁଆଲ ମୋଡ୍‌ରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ପ୍ରଦାନ ନେଇ ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ଅବଗତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri