Posted inଜାତୀୟ

ଉତ୍ତେଜନା କମାଇପାରିବ ଆନ୍ତଃଜାତି ବିବାହ

ନୂଆଦିଲ୍ଲୀ, ୧୩।୨(ଆଇଏଏନ୍‌ଏସ୍‌): ଭିନ୍ନ ଜାତିରେ ବିବାହ ସମାଜରୁ ଜାତିପ୍ରଥା ଜନିତ ପ୍ରତିବନ୍ଧକ ଦୂର କରିବାର ଏକ ଉପାୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜୀବନସାଥୀ ଚୟନ କରୁଥିବା ପୁଅଝିଅ ଶ୍ରେଣୀ ସମ୍ମାନ (କ୍ଲାସ୍‌ ଅନର) କିମ୍ବା ଗୋଷ୍ଠୀ ବିଚାର (ଗ୍ରୁପ୍‌ ଥିଙ୍କିଙ୍ଗ)ର ଅବଧାରଣାର ଅଧୀନ ହୋଇପାରିବେ ନାହିଁ ବୋଲି ଜଷ୍ଟିସ୍‌ ସଞ୍ଜୟ କିଷନ କୌଲ ଏବଂ ହୃଷୀକେଶ ରାୟଙ୍କ ଖଣ୍ଡପୀଠ ମତ ଦେଇଛନ୍ତି। ଶିକ୍ଷିତ ଯୁବକ ଯୁବତୀ ସେମାନଙ୍କ ଜୀବନସାଥୀ ଚୟନ କରିବା ଫଳରେ ସମାଜର ପୂର୍ବ ନୀତି ନିୟମଠାରୁ ଦୂରେଇ ଯାଉଛନ୍ତି, ଯେଉଁଠି ଜାତି ପ୍ରଥା ଓ ସମ୍ପ୍ରଦାୟ ବିବାହରେ ମୁଖ୍ୟ ଭୂମିକା ନେଉଥିଲା। ଜୀବନସାଥୀ ଚୟନ ଏକ ପ୍ରଗତିଶୀଳ ଦୃଷ୍ଟିକୋଣ ଯାହା ଆନ୍ତଃଜାତି ବିବାହ ମାଧ୍ୟମରେ ସମାଜରେ ଜାତି ଓ ସାମ୍ପ୍ରଦାୟିକ ଉତ୍ତେଜନା ହ୍ରାସ କରିପାରିବ ବୋଲି ଖଣ୍ଡପୀଠ କହିଛନ୍ତି। ପ୍ରାପ୍ତବୟସ୍କ ପୁଅଝିଅ ପରସ୍ପରକୁ ବିବାହ ପାଇଁ ରାଜି ହେଲେ ପରିବାର, ସମ୍ପ୍ରଦାୟ କିମ୍ବା ବଂଶର ଅନୁମତି ଆବଶ୍ୟକତା ନାହିଁ। ପୂର୍ବରୁ ଅଦାଲତ ଅନେକ ଥର ଏଭଳି ରାୟ ଦେଇଛନ୍ତି। ବିବାହର ଅନ୍ତରଙ୍ଗତା ଗୋପନୀୟତାର ମୂଳ ଜୋନ୍‌ ମଧ୍ୟରେ ଅବସ୍ଥିତ, ଯାହା ପବିତ୍ର ଏବଂ ବିଶ୍ୱାସର ପ୍ରସଙ୍ଗ। ନିଜ ଇଚ୍ଛାରେ ବିବାହ କରିବା ଅଧିକାର ସମ୍ବିଧାନର ଅନୁଚ୍ଛେଦ ୨୧ରେ ସନ୍ନିବେଶିତ ହୋଇଥିବା ସର୍ବୋଚ୍ଚ ଅଦାଲତ କହିଛନ୍ତି।
କର୍ନାଟକର ଜଣେ ଯୁବତୀ ଘରେ ନ ଜଣାଇ ନିଜ ପସନ୍ଦର ପୁଅକୁ ବିବାହ କରିଥିଲେ। ଝିଅ ନିଖୋଜ ଥିବା ନେଇ ବାପା ଥାନାରେ ଏତଲା ଦେଇଥିଲେ। ଝିଅ ଥାନାରେ ଆସି ବୟାନ ନ ଦେଲେ ତାଙ୍କ ସ୍ବାମୀଙ୍କ ବିରୋଧରେ ଅପହରଣ ମାମଲା ରୁଜୁ ହେବ ବୋଲି ପୋଲିସ କହିବାରୁ ସେମାନେ ସୁପ୍ରିମକୋର୍ଟ ଯାଇଥିଲେ। ପୋଲିସ ଅଫିସରଙ୍କ ଧମକପୂର୍ଣ୍ଣ କାର୍ଯ୍ୟକୁ ସର୍ବୋଚ୍ଚ ଅଦାଲତ ସମାଲୋଚନା କରିଛନ୍ତି। ଝିଅଙ୍କ ବାପା ଦାଏର କରିଥିବା ଏତଲାକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଆନ୍ତଃଜାତି ବିବାହକୁ ନେଇ ସୃଷ୍ଟ ସମ୍ବେଦନଶୀଳ ମାମଲାଗୁଡ଼ିକର ପରିଚାଳନା ପାଇଁ ପୋଲିସ ଅଧିକାରୀମାନଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବା ଆବଶ୍ୟକ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି। ଏଥିପାଇଁ ପୋଲିସ କର୍ତ୍ତୃପକ୍ଷ ଆଗାମୀ ୮ ସପ୍ତାହ ମଧ୍ୟରେ ଗାଇଡ୍‌ଲାଇନ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବ୍ୟବସ୍ଥା କରିବାକୁ ଅଦାଲତ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri