ଭୁବନେଶ୍ୱର,୭।୮(ଅନୁରାଧା ମହାରଣା): କେନ୍ଦ୍ର ବଜେଟ ୨୦୨୪-୨୫ ଘୋଷଣା ପରେ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ଅଧୀନରେ ଏକ ଇଣ୍ଟର୍ନଶିପ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ (ଏମ୍ସିଏ) ଶିଳ୍ପସଂସ୍ଥା ସହ ଆଲୋଚନା କରୁଛି। ଏହି ଖବର ସରକାରୀ ସୂତ୍ରରୁ ଆସିଛି। ଏପର୍ଯ୍ୟନ୍ତ ମନ୍ତ୍ରଣାଳୟ ୨୦ଟି କମ୍ପାନୀ ସହ ଆଲୋଚନା କରିଛି ଏବଂ ଆଲୋଚନା ପାଇଁ ଶ୍ରେଷ୍ଠ ୫୦୦ କମ୍ପାନୀ ତାଲିକାରୁ ଅଧିକ କମ୍ପାନୀ ଆମନ୍ତ୍ରଣ କରିବାକୁ ପ୍ରସ୍ତୁତ ହେଉଛି। ଆଲୋଚନା ଶେଷହେବା ପରେ ମନ୍ତ୍ରଣାଳୟ ଦ୍ୱାରା ଏହି ଯୋଜନାର ବିସ୍ତୃତ ଗଠନ ପ୍ରସ୍ତୁତ ହେବ ବୋଲି ଅଧିକାରୀ କହିଛନ୍ତି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ନିକଟରେ କେନ୍ଦ୍ର ବଜେଟରେ ଘୋଷଣା କରିଛନ୍ତି, ଶ୍ରେଷ୍ଠ ୫୦୦ କମ୍ପାନୀରେ ଯୁବକମାନଙ୍କୁ ଇଣ୍ଟର୍ନଶିପ ଯୋଗାଇବା ପାଇଁ କେନ୍ଦ୍ର ସରକାର ଏକ ଯୋଜନା ଆରମ୍ଭ କରିବେ। ଶିଳ୍ପ ଦକ୍ଷତା ତାଲିମ ପାଇଁ ସମ୍ବଳ ସଂଗ୍ରହ କରିବାକୁ ଏମ୍ସିଏ ଏହି କମ୍ପାନୀଗୁଡିକ ସହ ସହଯୋଗ କରିବ। ଏହି ଯୋଜନା ଅଧୀନରେ ଇଣ୍ଟର୍ନମାନଙ୍କୁ ପ୍ରତିମାସରେ ପ୍ରାୟ ୫୦୦୦ ଟଙ୍କା ଏବଂ ଏକକାଳୀନ ସହାୟତା ପ୍ରାୟ ୬,୦୦୦ ଟଙ୍କା ମିଳିବ। ଏହି ଇଣ୍ଟର୍ନମାନଙ୍କୁ ତାଲିମ ଦେବାର ଖର୍ଚ୍ଚ କମ୍ପାନୀଗୁଡିକ ସେମାନଙ୍କର ସିଏସ୍ଆର୍ ମାଧ୍ୟମରେ ବହନ କରିବେ। ଶ୍ରେଷ୍ଠ ୫୦୦ କମ୍ପାନୀର ଭ୍ୟାଲୁ ଚେନ୍ ମାଧ୍ୟମରେ ଇଣ୍ଟର୍ନଶିପ ପ୍ରଦାନ କରାଯିବ।
ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ…
ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…
ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…
କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…
ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …
ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…
ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…
ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….
ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…
ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ
ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…
ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ
ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…
ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା
ଓ୍ବାଶିଂଟନ୍,୮।୪: ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…
Archives

