ଇଣ୍ଟର୍ନଶିପ୍

କର୍ମକ୍ଷେତ୍ରରେ ସଫଳତା ହାସଲ କରିବାର ଚାବିକାଠି ହେଉଛି କାର୍ଯ୍ୟଦକ୍ଷତା। ଏହା ଯାହା ପାଖରେ ଯେତେ ଅଧିକ, କର୍ମକ୍ଷେତ୍ରରେ ତା’ର ସ୍ଥିତି ସେତେ ମଜଭୁତ୍‌ ଏବଂ ସଫଳତାର ମାର୍ଗ ସେତେ ସରଳ। ତେବେ ବର୍ତ୍ତମାନ
ଏହାକୁ ହାସଲ
କରିବାର ସବୁଠୁ ବେଷ୍ଟ
ମାଧ୍ୟମ ପାଲଟିଛି ଇଣ୍ଟର୍ନଶିପ୍‌ …

ଯେକୌଣସି କ୍ଷେତ୍ରରେ ଆଗକୁ ବଢିବାକୁ ହେଲେ ସର୍ବପ୍ରଥମେ ଉକ୍ତ ଫିଲ୍ଡରେ ଭରପୂର ଜ୍ଞାନ ସହ କାର୍ଯ୍ୟଦକ୍ଷତା ରହିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। କାରଣ ମୂଳଦୁଆ ମଜଭୁତ ହେଲେ ସଫଳତା ହାସଲ କରିବା ସହଜ ହୋଇଥାଏ। ଆଉ ଏଥିପାଇଁ ଜବ୍‌ କରିବା ପୂର୍ବରୁ ନିଜ ଫିଲ୍ଡରେ ଅଧିକ ଜ୍ଞାନ ଆହରଣ କରିବା ସହ କାର୍ଯ୍ୟଦକ୍ଷତା ବୃଦ୍ଧିଲାଗି ବର୍ତ୍ତମାନ ଅଧିକାଂଶ ଯୁବପିଢି ଇଣ୍ଟର୍ନଶିପ୍‌ କରୁଥିବା ଦେଖିବାକୁ ମିଳୁଛି…

ମିଳୁଛି ଶିଖିବାର ସୁଯୋଗ: ପାଠପଢ଼ା ଏବଂ କର୍ମକ୍ଷେତ୍ରରେ କାମ କରିବା ଭିତରେ ଅନେକ ପାର୍ଥକ୍ୟ ରହିଥାଏ। ତେଣୁ କ୍ୟାରିୟର ଭଲ ଥିଲେ ବା ଅଧିକ ନମ୍ବର ରଖିଲେ ଜଣେ ଭଲ ଚାକିରି ପାଇବା ତା’ ଭାବିବା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ। କାରଣ ଆଜିର ପ୍ରତିଯୋଗିତାମୂଳକ ଯୁଗରେ ଅନେକ କ୍ଷେତ୍ରରେ ଆଗକୁ ବଢିବାରେ ଥିଓରି ଅପେକ୍ଷା ପ୍ରାକ୍ଟିକାଲ୍‌ ଜ୍ଞାନ ବେଶି ସହଯୋଗ କରିଥାଏ। ଏଥିପାଇଁ ବିଭିନ୍ନ କ୍ଷେତ୍ରରେ ଇଣ୍ଟର୍ନଶିପ୍‌ କରିବା ଦ୍ୱାରା ଅଭିଜ୍ଞତା ବଢୁଥିବାରୁ ଅନେକ ଯୁବପିଢି ବେଶ୍‌ ଉପକୃତ ହେଉଛନ୍ତି। ଏହା ସେମାନଙ୍କୁ ଚାକିରି କରିବା ପୂର୍ବରୁ ଭଲ ଭାବେ କାମ ଶିଖିବା ଏବଂ ନୂଆ ନୂଆ ଜ୍ଞାନ ଆହରଣ କରିବାର ସୁଯୋଗ ଦେଉଛି।
ବୃଦ୍ଧି ହୁଏ କାର୍ଯ୍ୟଦକ୍ଷତା: କର୍ମକ୍ଷେତ୍ରରେ ସର୍ବଦା ଜଣେ ଦକ୍ଷ କର୍ମଚାରୀଙ୍କୁ ହିଁ ପ୍ରାଥମିକତା ଦିଆଯାଇଥାଏ। ତେଣୁ ଇଣ୍ଟର୍ନଶିପ୍‌ କରିବା ଦ୍ୱାରା କାର୍ଯ୍ୟଶୈଳୀଠାରୁ ଆରମ୍ଭ କରି ଆଗକୁ କ’ଣ କଲେ ନିଜ ଫିଲ୍ଡରେ ଅଧିକ ସଫଳ ହୋଇପାରିବେ ସେ ନେଇ ଶିଖିବାର ସୁଯୋଗ ମିଳିଥାଏ। ଅଧିକରୁ ଅଧିକ ଶିଖିବା ଦ୍ୱାରା କାର୍ଯ୍ୟଦକ୍ଷତା ବୃଦ୍ଧି ହୋଇଥାଏ। ଫଳରେ ନୂଆ ଜବ୍‌ କରିବା ବେଳେ କାମ ଶିଖିବା ଲାଗି ଅନ୍ୟ ଉପରେ ନିର୍ଭର କରିବା, ଉପରିସ୍ଥ କର୍ମଚାରୀଙ୍କଠାରୁ ଗାଳି ଶୁଣିବା ଅବା ସହକର୍ମୀମାନଙ୍କ ନିକଟରେ ଅପଦସ୍ଥ ହେବା ଭଳି ସମସ୍ୟା ଉପୁଜି ନ ଥାଏ।
ଜବ୍‌ ମିଳିବା ହୁଏ ସହଜ: ଅନେକ ସମୟରେ ଇଣ୍ଟର୍ନଶିପ୍‌ରେ ଭଲ ଭାବେ ଶିଖୁଥିବା ଏବଂ ନିଜ କାର୍ଯ୍ୟଦକ୍ଷତା ପ୍ରମାଣିତ କରୁଥିବା ଟ୍ରେନି ଏମ୍ପ୍ଲୋଇମାନଙ୍କୁ ପ୍ରଥମେ ଜବ୍‌ ମିଳିଥାଏ। ନା କେବଳ ଅନ୍ୟଠାରେ ବରଂ ଇଣ୍ଟର୍ନଶିପ୍‌ କରୁଥିବା ସଂସ୍ଥାକୁ ମଧ୍ୟ କାର୍ଯ୍ୟ ପସନ୍ଦ ଆସିଲେ ସେହିଠାରେ ହିଁ ଜବ୍‌ ମିଳିବାର ସମ୍ଭାବନା ଅଧିକ ଥାଏ। ତେଣୁ ଇଣ୍ଟର୍ନଶିପ୍‌ ଲାଗି ନିର୍ଦ୍ଧାରିତ କମ୍‌ ସମୟ ସୀମା ମଧ୍ୟରେ ନିଜର ବେଷ୍ଟ ଦେବା ହିଁ ଜଣେ ଦକ୍ଷ କର୍ମଚାରୀର ପରିଚୟ।
ଦିଏ ରୋଜଗାରର ସୁଯୋଗ: ଅନେକ ସଂସ୍ଥା ଇଣ୍ଟର୍ନଶିପ୍‌ ଯୋଗାଇ ଦେବା ସମୟରେ ଟ୍ରେନି ଏମ୍ପ୍ଲୋଇମାନଙ୍କୁ ଷ୍ଟାଇପେଣ୍ଡ ଦେଇଥାନ୍ତି; ଯଦ୍ଦ୍ବାରା କାମ ଶିଖିବା ସହ ରୋଜଗାରର ମଧ୍ୟ ସୁଯୋଗ ମିଳିଥାଏ। କିଛି ସଂସ୍ଥାରେ ଇଣ୍ଟର୍ନଶିପ୍‌ ପିରିଅଡ୍‌ ସରିବା ପରେ ଷ୍ଟାଇପେଣ୍ଡ ଦେଇଥାନ୍ତି ତ ଆଉ କିଛି ସଂସ୍ଥା ଏହାକୁ ପ୍ରତିମାସରେ ଦେଇଥାନ୍ତି। ବର୍ତ୍ତମାନ ଅନେକ ମଲ୍ଟିନ୍ୟାଶନାଲ୍‌ ସଂସ୍ଥା ଦକ୍ଷ କର୍ମଚାରୀଙ୍କୁ ଚୟନ କରି ଜବ୍‌ ଦେବା ଲାଗି ଅନ୍‌ଲାଇନ୍‌ରେ ଇଣ୍ଟର୍ନଶିପ୍‌ ଯୋଗାଇ ଦେଉଛନ୍ତି ଏବଂ ମାସକୁ ୨୦ ହଜାରରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଷ୍ଟାଇପେଣ୍ଡ ମଧ୍ୟ ଦେଉଥିବା ଦେଖିବାକୁ ମିଳୁଛି। ବିଶେଷ କରି ବିଭିନ୍ନ ଇ-କମର୍ସ କମ୍ପାନୀଗୁଡିକ ଏଭଳି ସୁବିଧା ଯୋଗାଇ ଦେଉଛନ୍ତି। ତେଣୁ ଜବ୍‌ ଆଶାୟୀ ପ୍ରାର୍ଥୀ ଏଭଳି ସଂସ୍ଥାରେ ଇଣ୍ଟର୍ନଶିପ୍‌ କରି କାର୍ଯ୍ୟ ଶିଖିବା ସହ ରୋଜଗାର କରିବାର ବି ସୁଯୋଗ ପାଇପାରିବେ।
ମିଳେ ରେଫରେନ୍ସ ସୁବିଧା: ପ୍ରତ୍ୟେକ ସଂସ୍ଥା ଅଧିକ କାମ ଜାଣିଥିବା ଏବଂ ବିଶ୍ୱସ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଚାହାନ୍ତି। ଏମିତିରେ ସେମାନେ ନିଯୁକ୍ତି ଦେବା ସମୟରେ ଅନ୍ୟ ବରିଷ୍ଠ କର୍ମଚାରୀମାନଙ୍କ ରେଫରେନ୍ସକୁ ପ୍ରାଥମିକତା ଦିଅନ୍ତି। ତେଣୁ ଯେଉଁମାନେ ଇଣ୍ଟର୍ନଶିପ୍‌ କରନ୍ତି ସେମାନଙ୍କର ଲୋକ ସମ୍ପର୍କ ବୃଦ୍ଧି ହେବା ସହ ପରବର୍ତ୍ତୀ ସମୟରେ ଜବ୍‌ ଖୋଜିବା ବେଳେ ପ୍ରଫେଶନାଲ୍‌ ରେଫରେନ୍ସ ଲାଗି ବେଶ୍‌ ସାହାଯ୍ୟ କରିଥାଏ।

 

ବିଶ୍ୱଜିତ୍‌ ଦାଶ( ଇଞ୍ଜିନିୟର, ସୁନ୍ଦରଗ୍ରାମ, କଟକ)- ଯେକୌଣସି ଫିଲ୍ଡରେ ଜବ୍‌ କରିବା ପୂର୍ବରୁ ଉକ୍ତ କାମକୁ ଭଲ ଭାବେ ବୁଝିବା ଏବଂ ଶିଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା କାମ କରିବା ସହଜ ହେବା ସହ ଶୀଘ୍ର ଗ୍ରୋଥ୍‌ କରି ହାୟର ପୋଷ୍ଟକୁ ଯିବାର ମାର୍ଗ ମଧ୍ୟ ସରଳ ହୋଇଯାଇଥାଏ। ନିଜ କଥା କହିବି, ବି.ଟେକ୍‌ ପଢା ପରେ ସିଧାସଳଖ ଜବ୍‌ ପାଇଁ ଆପ୍ଲାଏ ନ କରି ପ୍ରଥମେ ହାଇଦ୍ରାବାଦ ଯାଇ କାମ ଶିଖିବା ଲାଗି ଇଣ୍ଟର୍ନଶିପ୍‌ କଲି। ଏହା ନା କେବଳ ମୋର ସ୍କିଲ୍‌ ଏବଂ ଟେକ୍ନିକାଲ ନଲେଜ ବୃଦ୍ଧି କରିବାରେ ସାହାଯ୍ୟ କଲା ବରଂ ଇଣ୍ଟର୍ନଶିପ୍‌ ପିରିଅଡ୍‌ରେ ହିଁ କ୍ୟାମ୍ପସ୍‌ ସିଲେକ୍ସନରେ ବାଙ୍ଗାଲୋରଠାରେ ଥିବା ଏକ ମଲ୍ଟିନ୍ୟାଶନାଲ୍‌ କମ୍ପାନୀରେ ଜବ୍‌ କରିବାର ସୁଯୋଗ ମଧ୍ୟ ମିଳିଲା।

ପ୍ରଦୀପ କୁମାର ସ୍ବାଇଁ(ଏମ୍‌ଜେଏମ୍‌ସି ୨ୟ ବର୍ଷ, ଉତ୍କଳ ବିଶ୍ୱ ବିଦ୍ୟାଳୟ, ଭୁବନେଶ୍ୱର)- ପାଠ୍ୟକ୍ରମରେ ଥିବା ସୀମିତ ବିଷୟଗୁଡିକୁ ଭଲ ଭାବେ ବୁଝିଯିବା ହିଁ ଯଥେଷ୍ଟ ବୋଲି ମୁଁ ଭାବେନି। କାରଣ ଜ୍ଞାନର ପରିସର ଯେତେ ବିସ୍ତୃତ ହେବ ମଣିଷ ସେତେ ଉନ୍ନତି କରିବ। ତେଣୁ ପାଠ ପଢା ସହିତ ଅଧିକରୁ ଅଧିକ ପ୍ରାକ୍ଟିକାଲ୍‌ ଜ୍ଞାନ ଆହରଣ ଲାଗି ଏକ ଇଲେକ୍ଟ୍ରୋନିକ୍ସ ଚ୍ୟାନେଲ୍‌ରେ ଇଣ୍ଟର୍ନଶିପ୍‌ କରୁଛି। ଏହାଦ୍ୱାରା ମତେ ବହୁତ କିଛି ଶିଖିବାର ସୁଯୋଗ ମିଳୁଛି ଏବଂ ନୂଆ ଯାଗାରେ କାମ କରିବାକୁ ନେଇ ମନ ଭିତରେ ଥିବା ଭୟ ଦୂର ହୋଇଯାଇଛି। ଏହି ଅଭିଜ୍ଞତା ଭବିଷ୍ୟତରେ ମୋର ନିଶ୍ଚେ କାମରେ ଆସିବ ସେଥିରେ ସନ୍ଦେହ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri