ଫୁଲବାଣୀ ବ୍ଲକରେ ଦେଢ଼ମାସ ହେଲା ଇଣ୍ଟରନେଟ୍‌ ଫେଲ୍‌

ଫୁଲବାଣୀ ଅଫିସ, ୧୧ା୮: କନ୍ଧମାଳ ଜିଲା ଫୁଲବାଣୀ ବ୍ଲକରେ ବିଏସ୍‌ଏନ୍‌ଏଲ ନେଟର୍ୱାକ ଠିକ୍‌ ଭାବେ କାମ କରୁନାହିଁ । କଟ୍ରିଙ୍ଗିଅିା ଛକରେ ଥିବା କଷ୍ଟମର ସର୍ଭିସ ପଏଣ୍ଟ (ସିଏସ୍‌ପି)ରେ ଆଜକୁ ଦେଢ଼ ମାସ ହେଲା ଇଣ୍ଟରନେଟ ସର୍ଭିସ ନାହିଁ । ଫଳରେ ଟଙ୍କା ଉଠାଣ ପାଇଁ ଆସୁଥିବା ଗ୍ରାହକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ଅଞ୍ଚଳରେ ଏ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଅପରପକ୍ଷେ ବିଏସ୍‌ଏନ୍‌ଏଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସ୍ଥିତିରେ ସୁଧାର ଆସୁନାହିଁ । ଏମ୍‌ଜିଏନ୍‌ଆରଇଜିଏସ୍‌, ଭତ୍ତା, ପାସ୍‌ ବୁକ୍‌ରେ ଥିବା ଗଚ୍ଛିତ ଟଙ୍କା ଉଠାଇବା ଲାଗି ଦିନକୁ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଗ୍ରାହକ ଆସିଥାନ୍ତି । କିନ୍ତୁ ନେଟୱାର୍କ ସମସ୍ୟା ଯୋଗୁ ଟଙ୍କା ଉଠାଣ ହୋଇ ପାରୁନାହିଁ । ପାଲଚି, କାଣିବାଲି, ଡୁଣ୍ଡୁକି, ଗାଡିପଦର, ନେଡିପଙ୍ଗା, କିଲୁପଙ୍ଗା, ସ୍ରାକି, ଗୁମିଗାଁ ଆଦି ଅନେକ ଗ୍ରାମର ଲୋକେ ଏହି ସିଏସ୍‌ପି ଉପରେ ନିର୍ଭରଶୀଳ । ଏହି ସମସ୍ୟା ନେଇ କେତେକ ଗରିବ ଲୋକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ମୁଁ ଏମ୍‌ଜିଏନ୍‌ଆରଇଜିଏସରେ କାମ କରିଥିଲି । ମାସେ ହେଲା ଟଙ୍କା ଉଠାଇବା ପାଇଁ ଏଠାକୁ ଆସୁଛି । ହେଲେ ଟଙ୍କା ମିଳୁନାହିଁ । କହୁଛନ୍ତି ନେଟୱାର୍କ ନାହିଁ । ଆମେ ଗାଉଁଲି ଲୋକ । ଏକଥା କିଛି ବୁଝି ପାରୁନୁ । ଘର ଚଳିବା ଲାଗି ଟଙ୍କା ଦରକାରା କିନ୍ତୁ ମିଳୁନାହିଁ ବୋଲି ଗୁମି ଗାଁର ତାରିଣୀ ବିନ୍ଧାଣୀ କହିଛନ୍ତି । ନେଡିପଙ୍ଗା ଗ୍ରାମର ପ୍ରମିଳା କହଁର ଜଣେ ପକ୍ଷାଘାତ ରୋଗୀ । ସେ ବହୁ କଷ୍ଟରେ ଆସି ଟଙ୍କା ପାଇ ପାରୁ ନାହାନ୍ତି। ନିଜ ଔଷଧ କିପରି କିଣିବେ ସେ ନେଇ ଚିନ୍ତାରେ ଅଛନ୍ତି। ସେହିପରି ସ୍ରାକି ଗ୍ରାମର ମୁଲାବତୀ କହଁରଙ୍କ ସମେତ ଅନ୍ୟମାନେ ବହୁ ହଇରାଣ ହେଉଛନ୍ତି ।

ସିଏସ୍‌ପି କରିଥିବା ସୁରେନ୍ଦ୍ର ସାହୁ କୁହନ୍ତି, ଗତ ଜୁଲାଇ ୫ରୁ ଇଣ୍ଟଟରନେଟ ସେବା କାମ କରୁନାହିଁ । ଟଙ୍କା ଉଠାଣ କଲେ ଲୋକଙ୍କ ଆକାଉଣ୍ଟରୁ କଟିଯାଉଛି । ହେଲେ ମୋ ପାଖକୁ ଅବା ଆକାଉଣ୍ଟକୁ ଆସୁନାହିଁ । ଗ୍ରାହକମାନେ ଭାବୁଛନ୍ତି ଟଙ୍କା ମଁୁ ନେଇଗଲି । ନେଟୱାର୍କ ସମସ୍ୟା ଯୋଗୁ ଏପରି ହେଉଛି । ଏ ନେଇ ବିଏସ୍‌ଏନ୍‌ଏଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ସେମାନେ କିଛି ପଦକ୍ଷେପ ନେଉ ନାହାନ୍ତି। ଏ ସମ୍ପର୍କରେ ବିଏସ୍‌ଏନ୍‌ଏଲ ଏଜିଏମ୍‌/ଟିଡିଇ ଶିବ ପ୍ରସାଦ ସାମନ୍ତରାୟଙ୍କୁ ପଚାରିବାରୁ ଆମର ଫାଇବର ଲାଇନ କଟିଯାଇଛିା ବର୍ଷା ଯୋଗୁ କେଉଁଠି ଅସୁବିଧା  ହୋଇଛି ତାହା ଜଣା ପଡୁନାହିଁ । ଆଗାମୀ ଦୁଇ ଦିନ ମଧ୍ୟରେ ସବୁ ଠିକ୍‌ କରାଯିବ ଏବଂ ଗ୍ରାହକଙ୍କ ଅସୁବିଧା ଦୂର ହେବ ବୋଲି ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri